Monday, May 20, 2024
Homeସ୍ୱାସ୍ତ୍ୟକୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

ନୂଆଦିଲ୍ଲୀ: କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି। ଏହି ଉଦ୍ଭାବନ ଉପରେ ଆଇଟିଆଇ ବ୍ରହ୍ମପୁରର ଅଗ୍ରାଧିକାର ରହିବ। ଆଇଟିଆଇ ବ୍ରହ୍ମପୁରର ଏହି ଉଦ୍ୟମକୁ ପ୍ରଶଂସା କରି କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ମହିନ୍ଦ୍ରନାଥ ପାଣ୍ଡେ କହିଛନ୍ତି ଯେ, ଏହା ଚଟାଣକୁ ଜୀବାଣୁମୁକ୍ତ କରିବା ପାଇଁ ୟୁଭିସି ରୋବୋ ଯୋଦ୍ଧା ହେଉ ବା ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କ, କୋଭିଡ-୧୯ ଆହ୍ଵାନର ମୁକାବିଲାରେ ଆଇଟିଆଇଗୁଡିକ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏହି ପ୍ରକାର ଉଦ୍ଭାବନ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହ ସମାଜରେ ଅଧିକରୁ ଅଧିକ ଆଇଟିଆଇ କୋଭିଡ ଭଳି ଅଦୃଶ୍ୟ ଭୁତାଣୁର ମୁକାବିଲା ପାଇଁ ଆଗକୁ ଆସିବେ ବୋଲି ସେ କହିଛନ୍ତି। ଯେଉଁ ୩ଟି ଉଦ୍ଭାବନ ପ୍ରତିଷ୍ଠାନ କରିଛି, ସେଥିରେ ରହିଛି –

ଭ୍ରାମ୍ୟମାଣ ସ୍ଵାବ ସଂଗ୍ରହ କିଓସ୍କନିକଟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପିବାର ଘୋଷଣା କରିଛି। ଜଳୀୟ କଣାଗୁଡିକ ଅଧିକ ସମୟ ବାୟୁ ମଣ୍ଡଳରେ ତିଷ୍ଠି ରହୁଥିବାରୁ ସ୍ଵାବ ସଂଗ୍ରହ ସମୟରେ ସନ୍ଦିଗ୍ଧ ରୋଗୀ ହସ୍ପିଟାଲ ବା ଭ୍ରାମ୍ୟମାଣ କିଓସ୍କର ବାହାରେ ରହିଥାଏ। ସ୍ଵାବ ସଂଗ୍ରହକାରୀ ଟେକ୍‌ନିସିଆନକୁ କିଓସ୍କ ଭିତରେ ରହିବାକୁ ପଡ଼େ। ସେଥିପାଇଁ ସଂକ୍ରମିତ ଜଳୀୟକଣା ପାଖାପାଖି ଅଞ୍ଚଳକୁ ସଂକ୍ରମିତ କରିବାର ସମ୍ଭାବନା ରହିଥାଏ। ସେହିସ୍ଥାନରୁ କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଇଟିଆଇ ବ୍ରହ୍ମପୁର ଏକ ସମାଧାନର ସୂତ୍ର ବାହାର କରିଛି। ଏଥିରେ ସଦିଗ୍ଧ ରୋଗୀ କ୍ୟାବିନ ଭିତରେ ରହୁଥିବା ବେଳେ ଟେକ୍‌ନିସିଆନ ବାହାରେ ରହିବେ। ଏକ ବୈଷୟିକ କୌଶଳ ହେପା ଫିଲ୍‌ଟର ଦ୍ଵାରା ଜଳକଣାଗୁଡିକ ଛାଣି ହୋଇଯିବା ଫଳରେ ସେହିସ୍ଥାନ ଭୂତାଣୁମୁକ୍ତ ହୋଇଯିବ।

ଯୁଭିସି ଏକକ ସାନିଟାଇଜର – ଏହି ସାନିଟାଇଜର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିବା ଭଳି ଏକ ସାମଗ୍ରୀ। ଏଥିରେ ହଳେ ଜୋତା ସୋଲ ବ୍ୟବହୃତ ହୋଇଥାଏ। ଏହି ସୋଲକୁ ଏକ ୟୁଭିସି ଆଲୋକ ଦ୍ଵାରା ନିୟନ୍ତ୍ରଣ କରାଯାଏ। ୟୁଭିସି ରଶ୍ମି ଅଣୁ ଜୋତା ସୋଲରେ ଥିବା ଅଣୁଗୁଡିକୁ ନିଷ୍କ୍ରିୟ କରିଦିଏ। ୮ ସେକେଣ୍ଡ ଧରି ଏହି ଯୁଭିସି ଲାଇଟ ଜଳି ତା’ପରେ ବନ୍ଦ ହୋଇଯାଏ। ଏଥିରେ ଶତକଡା ୮୦ ଭାଗ ଭୂତାଣୁ ନିଷ୍କ୍ରିୟ ହୋଇଯାନ୍ତି। ସମାଜରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦ୍ଧତି ଆମର ଜୋତା ସୋଲଗୁଡିକୁ କୋଭିଡ ଭୂତାଣୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହାକୁ ହସ୍ପିଟାଲ, ଅଫିସ, ବିମାନବନ୍ଦର, ରେଳ ଷ୍ଟେସନ, ସପିଙ୍ଗ ମଲ, ହୋଟେଲ ଏବଂ ଶିକ୍ଷାନୁଷ୍ଠାନ ଇତ୍ୟାଦିର ପ୍ରବେଶ ପଥରେ ରଖିଲେ ଏହା ଜୋତା ସୋଲକୁ ସଂକ୍ରମଣ ମୁକ୍ତ କରିଥାଏ। ଏହାର ସହଜ ପରିବହନକ୍ଷମ ଛୋଟ ମେନିସକୁ ଘରର ପ୍ରବେଶ ପଥରେ ମଧ୍ୟ ରଖା ଯାଇପାରିବ।

ଯୁଭିସି ରୋବୋ ୱାରିୟର – ଯୁଭିସି ରୋବୋ ୱାରିୟର ମେସିନରେ ଥିବା ଯୁଭିସି ଲାଇଟ୍‌ ଏକ ବିଶୋଧନ ଯନ୍ତ୍ରର କାର୍ଯ୍ୟ କରିଥାଏ। ଏହା ସାଧାରଣ ଯାନବାହାନ ଓ କରୋନା ସଂକ୍ରମିତ ବା ସଦିଗ୍ଧ ରୋଗୀଙ୍କ ରହୁଥିବା ପ୍ରକୋଷ୍ଠର ଚଟାଣକୁ ଜୀବାଣୁମୁକ୍ତ କରିଥାଏ। ଏହି ଯନ୍ତ୍ରରୁ ନିର୍ଗତ ୟୁଭି ରଶ୍ମି ସହଜରେ ପ୍ରୋଟିନ, ଜୀବାଣୁର ନ୍ୟୁକ୍ଲିକ ଏସିଡ ଓ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସମର୍ଥ। ଏହା ବିଭିନ୍ନ ଜୀବାଣୁର ଡିଏନ୍‌ଏ ଓ ଆର୍‌ଏନ୍‌ଏ ପରିପାଠିକୁ ସଂପୂର୍ଣ୍ଣ ଧ୍ଵଂସ କରିଦେଇପାରେ। ଏହି ଯୁଭିସି ଲାଇଟ ବିଶୋଧନ କରିବା ସମୟରେ ଏକ ରୋବର୍ଟର ସହାୟତା ନିଆଯାଇଥାଏ। ରୋବୋର୍ଟର ଗତିବିଧିକୁ ଏକ ଆଣ୍ଡ୍ରଏଡ ମୋବାଇଲରେ ଥିବା ବ୍ଲୁଟୁଥ ସାହାଯ୍ୟରେ ବିଶୋଧନ ହେବାକୁ ଥିବା ପ୍ରକୋଷ୍ଠର ବାହାରୁ ନିୟନ୍ତ୍ରଣ କରାଯାଏ।  ଏହି ରୋବର୍ଟ ସମସ୍ତ ସ୍ଥାନକୁ ଯୁଭିସି ରଶ୍ମି ଦ୍ଵାରା ବିଶୋଧନ କରିପାରେ। ରୋବର୍ଟ ଆଖିରେ ଖଞ୍ଜା ହୋଇଥିବା ବ୍ଲୁଟୁଥ କ୍ୟାମେରା ବିଶୋଧିତ ଅଞ୍ଚଳର ଫଟୋ ମୋବାଇଲକୁ ପଠାଇଥାଏ। ରୋବର୍ଟର ଶରୀରରେ ଖଞ୍ଜା ଯାଇଥିବା ସେନ୍ସର ଯୋଗୁଁ ଏହାର ଗତିବିଧି ଉପରେ ମଧ୍ୟ ନିୟନ୍ତ୍ରଣ ରଖାଯାଇପାରେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments