Monday, May 20, 2024
Homeଗଢ଼ି ଉଠିବ ଶହ ଶହ ଘରୋଇ ଡ୍ରାଇଭିଂ ତାଲିମ କେନ୍ଦ୍ର!
Array

ଗଢ଼ି ଉଠିବ ଶହ ଶହ ଘରୋଇ ଡ୍ରାଇଭିଂ ତାଲିମ କେନ୍ଦ୍ର!

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ନଥିବା ଯୋଗୁଁ ଚାଳକଙ୍କୁ ବହୁତ ହଇରାଣ ହେବାକୁ ପଡୁଛି । ରାସ୍ତ ଯିବା ସମୟରେ କାଳେ ଟ୍ରାଫିକ ପୋଲିସ ମାଡ଼ିବସିକି, ଏଭଳି ଚିନ୍ତା ଆସୁଛି । ପୋଲିସ ଯଦି ଧରିପକାଇଲା ତା’ହେଲେ ଜରିମାନା ଦେବାକୁ ପଡୁଛି । ପୁଣି ପୋଲିସ ଆଗରେ ଡ୍ରାଇଭିଂ ଲାଇସେନ୍ସ ଦେଖାଇ ନପାରିଲେ ଅନେକ ହଟହଟା ହେବାକୁ ପଡୁଛି । ଆଳୁ ଖୋଳୁ ଖୋଳୁ ମହାଦେବ ପରିସ୍ଥିତି ସୃଷ୍ଟି ହେଉଛି । ଧରନ୍ତୁ ଅନେକ ଗାଡ଼ି ଚାଳକଙ୍କ ପାଖରେ ଗାଡ଼ିର ଆବଶ୍ୟକ ବୈଧ ପ୍ରମାଣ ପତ୍ର ନଥାଏ । ଗାଡ଼ିର ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ମଧ୍ୟ ନଥାଏ । ତେଣୁ ସେମାନଙ୍କୁ ହଇରାଣ ହେବାକୁ ପଡ଼ିଥାଏ । ଜଣେ ବ୍ୟକ୍ତି ଯେତେବେଳେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ସମୟରେ ପୋଲିସ ଆଗରେ ଧରାପଡ଼ିଥାଏ, ଅନ୍ୟ ପ୍ରମାଣ ପତ୍ର ନଥିବା ଯୋଗୁଁ ଅଧିକ ଜରିମାନା ଦେଇଥାଏ ।

ବିନା ପରୀକ୍ଷାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

ସରକାରଙ୍କ ଯୋଜନା ଠିକ୍ ଭାବେ କାମ କଲେ ଆଗାମୀ ଦିନରେ ଗାଡ଼ି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରିବହନ କାର୍ଯ୍ୟାଳୟକୁ ଯାଇ ଡ୍ରାଇଭିଂ ପରୀକ୍ଷା ଦେବାକୁ ପଡ଼ି ନପାରେ । ଅଥବା ପରିବହନ କାର୍ଯ୍ୟାଳୟରେ ଭିଡ଼ ହ୍ରାସ ହୋଇପାରେ । ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସର ନିୟମରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଦେଶରେ କୋଟି କୋଟି ଲୋକ ଡ୍ରାଇଭିଂ ଲାଇସେନ୍ସ ଖଣ୍ଡିଏ ପାଇବା ପାଇଁ ଉଦ୍ୟମ କରୁଛନ୍ତି । କରୋନା ସଂକଟ ସମୟରେ ଗାଡ଼ି ଲାଇସେନ୍ସ ଏବେ ପ୍ରସ୍ତୁତ ହୋଇପାରୁ ନାହିଁ । ସରକାର ପରିବହନ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରଖିଛନ୍ତି । କିନ୍ତୁ ଆଗାମୀ ଦିନ ମାନଙ୍କରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ କି ଆରଟିଓ କାର୍ଯ୍ୟାଳୟ ଯିବାକୁ ହେବ ନାହିଁ ।

ଲକଡାଉନ ପରେ ଖୋଲିବ ପରିବହନ କାର୍ଯ୍ୟାଳୟ!

୨୦୧୯ ସେପ୍‌ଟେମ୍ବର ମାସଠାରୁ ଡ୍ରାଇଭିଂ ଲାଇସେନ୍ସର ଗୁରୁତ୍ୱ ବଢ଼ିଯାଇଛି । ଯେଉଁମାନେ ଗାଡ଼ି ଚଳାଇବା ଶିଖିଛନ୍ତି, ସେମାନେ ପାଖରେ ଡ୍ରାଇଭିଂ ଲାଇସେନ୍ସ ରଖିବାକୁ ଚିନ୍ତା କରୁଛନ୍ତି । ୨୦୧୯ ସେପ୍‌ଟେମ୍ବରରେ ସଡ଼କ ଓ ପରିବହନ ନିୟମ ଅଧିକ କଡ଼ାକଡ଼ି ହେବା ପରେ, ବିନା ଲାଇସେନ୍ସଧାରୀ ଗାଡ଼ି ଚାଳକମାନଙ୍କୁ ପୋଲିସର କାର୍ଯ୍ୟାନୁଷ୍ଠାନ ଶିକାର ହେବାକୁ ପଡୁଛି । ଲୋକେ ରାସ୍ତା ଉପରେ ଯିବା ପୂର୍ବରୁ ଅନେକ ଚିନ୍ତା କରୁଛନ୍ତି । ପୂର୍ବରୁ ପରିବହନ କାର୍ଯ୍ୟାଳୟ ଗୁଡ଼ିକରେ କାମ କମ ରହୁଥିବା ବେଳେ, ଏବେ ଲୋକଙ୍କର ପ୍ରବଳ ଭିଡ଼ ରହୁଛି । ଲର୍ଣ୍ଣିଂ ଲାଇସେନ୍ସ ଓ ମେନ୍ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଯେମିତି ଭିଡ଼ ରହୁଛି, ପରୀକ୍ଷା ପାଇଁ ମଧ୍ୟ ଲୋକଙ୍କୁ ଦୀର୍ଘ ସମୟ ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡୁଛି । ଏବେ କରୋନା ଭାଇରସ ସଂକ୍ରମଣ ପାଇଁ ନୂଆ ଲାଇସେନ୍ସ କାମ ବନ୍ଦ ରହିଛି ।

ଟ୍ରେନିଂ ସଂସ୍ଥାର ପ୍ରମାଣ ପତ୍ର ଆଧାରରେ ଲାଇସେନ୍ସ

ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ନେଇ ନୂଆ ନିୟମ ଜାରି ହୋଇଛି । ଯଦି ଜଣେ ବ୍ୟକ୍ତି ପଂଜୀକୃତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ପାସ କରିଛନ୍ତି, ତାଙ୍କୁ ଲାଇସେନ୍ସ ଲାଗି ଆବେଦନ କରିବା ସମୟରେ ଆରଟିଓରେ ହେଉଥିବା ଡ୍ରାଇଭିଂ ଟେଷ୍ଟରୁ ମୁକ୍ତ ରଖାଯିବ । ସଂପୃକ୍ତ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । ସେହି ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରର ସାର୍ଟିଫିକେଟ ଆଧାରରେ ପ୍ରସ୍ତୁତ ହେବ ।

ଟ୍ରେନିଂନେଇଥିଲେ ସହଜରେ ଲାଇସେନ୍ସ

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ଆସନ୍ତା ଜୁଲାଇ ୧ ତାରିଖ ଠାରୁ ଲାଗୁ ହେବ । ପରିବହନ କାର୍ଯ୍ୟାଳୟର ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତି ଦାୟିତ୍ୱ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରକୁ ଦିଆଯିବ । କିନ୍ତୁ ଯେଉଁ ସଂସ୍ଥା ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ପରିଚାଳନା କରୁଛି, ତାହା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତରଫରୁ ଅଥବା କେନ୍ଦ୍ର ସରକାରଙ୍କ ଦ୍ୱାରା ମଂଜୁରୀପ୍ରାପ୍ତ ହୋଇଥିବା ଆବଶ୍ୟକ । ସରକାରଙ୍କ ଏହି ପଦକ୍ଷେପ ଯଦି ଫଳପ୍ରଦ ହୁଏ, ତା’ ହେଲେ ଦେଶରେ ଶହ ଶହ ଘରୋଇ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଗଢ଼ି ଉଠିବ । ଲୋକେ କମ ସମୟ ମଧ୍ୟରେ ଗାଡ଼ି ଚଳାଇବା ଶିଖିବା ସହିତ ସଡ଼କ ଓ ପରିବହନ ନିୟମ ଜାଣିପାରିବେ । ସଂସ୍ଥା ମାଧ୍ୟମରେ ତାଲିମ ନେଇଥିବା ବ୍ୟକ୍ତି ଗାଡ଼ି ଚଳାଇବା ଦ୍ୱାରା ସଡ଼କ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବାର ଆଶଙ୍କା ରହୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments