Wednesday, May 1, 2024
Homeଖବରନିର୍ବାଚନ ବେଳେ ମାଓବାଦୀ ସକ୍ରିୟ

ନିର୍ବାଚନ ବେଳେ ମାଓବାଦୀ ସକ୍ରିୟ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ସରକାର, ପ୍ରଶାସନ, ନେତା ଓ ଜନତା ଆନମନା ଥିବା ବେଳେ ଏଥିରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ସୀମାନ୍ତରେ ନକ୍ସଲମାନେ ସକ୍ରିୟ ଦେଖାଯାଉଛନ୍ତି। ଦେଶରେ ଲୋକସଭା ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏପ୍ରିଲ ୧୯ ତାରିଖ ଠାରୁ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ। ବିଭିନ୍ନ ରାଜ୍ୟରେ ୨୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ସହିତ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ଜୁନ୍‌ ୧ ତାରିଖରେ ଶେଷ ହୋଇ ଜୁନ ୪ ତାରିଖରେ ମତଗଣନା ଓ ଫଳାଫଳ ବାହାରିବ। ତେବେ ଗତଣତନ୍ତ୍ରର ଏହି ମହାନ ପର୍ବକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ମେଳି ବାନ୍ଧିଛନ୍ତି।
ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବିଧାନସଭା ପାଇଁ ମଧ୍ୟ ମତଦାନ ହେଉଥିବାରୁ ନକ୍ସଲମାନେ ସୀମାନ୍ତରେ କାୟା ବିସ୍ତାର କରୁଛନ୍ତି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାରେ ସୁରକ୍ଷାବାହିନୀର ବଡ଼ଧରଣର ସର୍ଚ୍ଚଅପରେସନ୍ ଜାରି ରହିଛି।
ସେହିପରି ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ମଧ୍ୟ ନକ୍ସଲମାନେ ଚଳପ୍ରଚଳ କରୁଥିବା ନେଇ ସୁରକ୍ଷା ବାହିନୀ ସେନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି। କେବଳ ସେତିକି ନୁହେଁ ରାଜ୍ୟ ଭିତରେ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଘଞ୍ଚ ଜଙ୍ଗଲ ଉପରେ ସୁରକ୍ଷା ବାହିନୀ ନଜର ରଖିଛି।

ମୁକାବିଲା କରିପାରିଲେନି ମାଓବାଦୀ

ସୁରକ୍ଷାକର୍ମୀମାନେ ଛତିଶଗଡ଼ରେ ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା କରିଥିବା ମାଓବାଦୀଙ୍କ ଉପରେ ମଙ୍ଗଳବାର ଦିନ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅନ୍ତର୍ଗତ ହାପା‌ଟୋଲା ଜଙ୍ଗଲରେ ୨୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ଜଙ୍ଗଲରେ ଉପସ୍ଥିତ ପ୍ରାୟ ୬୦ ଜଣ ନକ୍ସଲ ୨୦୦ ସୁରକ୍ଷା କର୍ମୀଙ୍କୁ ମୁକାବିଲା କରିପାରି ନଥିଲେ। ନିହତମାନଙ୍କ ମଧ୍ୟରେ ରହିଛି ଟପ୍‌ କମାଣ୍ଡର ଶଙ୍କର ରାଓ। ନକ୍ସଲଙ୍କ ଯୋଜନାବଦ୍ଧ ହମ୍‌ଲା ହୋଇଥିବାରୁ ସୁରକ୍ଷା କର୍ମୀଙ୍କ ବିଶେଷ କ୍ଷୟକ୍ଷତି ହୋଇନାହିଁ। ତଥାପି ୩ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଛତିଶଗଡ଼ରେ ଏପ୍ରିଲ ୧୯ରୁ ଭୋଟ୍‌ ଗ୍ରହଣ କରାଯିବ। ଆସନ୍ତା ୨୬ ତାରିଖ ଦ୍ବିତୀୟ ପର୍ଯ୍ୟାୟରେ କାଙ୍କେର ଲୋକସଭା ଆସନ ନିମନ୍ତେ ମତଦାନ ହେବ। ଏଥିପାଇଁ ରାଜ୍ୟ ପୁଲିସ ସହ କେନ୍ଦ୍ରୀୟ ବଳ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲ

ନିର୍ବାଚନ ପୁର୍ବରୁ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ଗୋଏଲକେରା ଥାନା ଟେନ୍‌ଟୋ ଜଙ୍ଗଲରେ  ମାଓ ଶିବିର ହୋଇଛି। ଏହି ଶିବିରରୁ ୨୧ଟି ତାର, ଅଢ଼େଇ କିଲୋର ଗନ ପାଉଡ଼ର , ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର, ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି l କ୍ୟାମ୍ପରେ ଟପ ମାଓନେତା ମିଶିର ବେଶ୍ରା ସହ ସହଯୋଗୀ ମନଚୁ , ଚମନ, ଅଜୟ ସହ ସାଗେନ ଅଙ୍ଗରିଆ ଥିବା ଜଣାପଡିଛିl ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ନକ୍ସଲମାନେ ଆଗୁଆ ସୂଚନା ପାଇଁ ଛତ୍ରଭଙ୍ଗ ଦେଇଛନ୍ତି। ନିର୍ବଚନ ସମୟରେ କିଛି ଅଘଟଣ ଘଟାଇ ପାରନ୍ତି ମାଓବାଦୀ ଯାହାକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲl, ବଣାଇ ପୁଲିସ ସହ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ହାଇ  ଆଲର୍ଟ ଜାରି କରାଯାଇଛି l

ପାଇକମାଳ ଜଙ୍ଗଲରେ ନକ୍ସଲ ପୋଷ୍ଟର

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments