Monday, May 20, 2024
Homeପୁରୀ ଯିବା ବାଟରେ ଦୁର୍ଘଟଣା, ୬ ଶ୍ରଦ୍ଧାଳୁ ମୃତ 
Array

ପୁରୀ ଯିବା ବାଟରେ ଦୁର୍ଘଟଣା, ୬ ଶ୍ରଦ୍ଧାଳୁ ମୃତ 

ଭୁବନେଶ୍ବର: ଆଦି ଶଙ୍କରାଚାର୍ଯ୍ୟ ପ୍ରତିଷ୍ଠା କରିଥିବା ଚାରିଧାମ (ଶ୍ରୀକ୍ଷେତ୍ର, ଦ୍ବାରକା, ବଦ୍ରିନାଥ ଓ ରାମେଶ୍ବରମ) ମଧ୍ୟରୁ ଶ୍ରୀକ୍ଷେତ୍ରକୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସ୍ଥଳୀ ମନେ କରାଯାଇଥାଏ। କଳିଯୁଗର ଭଗବାନ ପ୍ରଭୁ ଶ୍ରୀଜଗନ୍ନାଥ ଏଠାରେ ଥିବାରୁ ପ୍ରତିଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। ଯେଉଁମାନେ ପୁରୀର ନାଁ ଶୁଣିଛନ୍ତି, ସେମାନେ ବହୁତ ବଡ଼ ଶ୍ରଦ୍ଧାର ସହିତ ଏଠାକୁ ଆସିବା ପାଇଁ ମନକରନ୍ତି। ବାସ୍ତବରେ ପୁରୀ ନାମକରଣର ଯଥାର୍ଥତା ରହିଛି। କାରଣ ପୁରୀରେ ସବୁବେଳେ ଲୋକ ପୂରା ରହିଥାନ୍ତି। କେବଳ ରଥଯାତ୍ରା ନୁହେଁ, ବର୍ଷ ସବୁ ସବୟରେ ପୁରୀରେ ଭକ୍ତଙ୍କର ଗହଳି ରହିଥାଏ। ପୂରା ବିଶ୍ବରୁ ଭକ୍ତମାନେ ଏଠାରେ ରୁଣ୍ଡ ହୋଇଥାନ୍ତି।

ଭକ୍ତମାନେ ଯେତେବେଳେ ଶ୍ରୀଜଗନ୍ନାଥ ଦର୍ଶନ ଚିନ୍ତା କରନ୍ତି ସେତେବେଳେ ସେମାନେ ବହୁତ ଉତ୍ସାହିତ ଥାଆନ୍ତି। ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବା ସମୟରେ ଅନେକ ଚିନ୍ତା ମଧ୍ୟ କରିଥାନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା, କଳ୍ପବଟରେ ମାନସିକ ରଖିବା, ପତିତପାବନ ବାନା ଦେଖିବା, ଆନନ୍ଦବଜାର ବୁଲିବା ଆଦି ଅନେକ ଚିନ୍ତା। ପୁରୀର ଅନ୍ୟ ଆକର୍ଷଣ ହେଉଛି ବେଲାଭୂମିରେ ବୁଲିବା ଓ ସମୁଦ୍ରରେ ଗାଧୋଇବା। ଶ୍ରୀମନ୍ଦିରରେ ଓଡ଼ିଶା ପରେ ପଶ୍ଚିମବଙ୍ଗର ଲୋକଙ୍କ ଅଧିକ ସମାଗମ ହୋଇଥାଏ। କାରଣ ପଶ୍ଚିମବଙ୍ଗର ଲୋକେ ମଧ୍ୟ ଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି। ପଡ଼ୋଶୀ ରାଜ୍ୟ ହୋଇଥିବା ଏବଂ ଯାତାୟତର ବ୍ୟାପକ ସୁବିଧା ଥିବାରୁ ଅଳ୍ପ କିଛି ଘଣ୍ଟା ମଧ୍ୟରେ ଶ୍ରୀକ୍ଷେତ୍ରରେ ପହଞ୍ଚି ପାରନ୍ତି। ତେବେ ଦୁଃଖର ବିଷୟ ହେଲା ଯେ, ଶ୍ରୀଜଗନ୍ନାଥ ଧାମ ଅଭିମୁଖେ ଥିବା ବେଳେ କିଛି ଲୋକଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ଘଟିଥାଏ। ବିଗତ ୧୦ ମାସ ମଧ୍ୟରେ ପଶ୍ଚିମବଙ୍ଗର ୬ ଜଣ ପର୍ଯ୍ୟଟକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା

ପୁଣି ଥରେ ଭଣ୍ଡାରିପୋଖରୀରେ ଗାଡ଼ି ଦୁର୍ଘଟଣା ଘଟିଛି। ପ୍ରଭୁଙ୍କ ଆଶୀର୍ବାଦ ନଥିବାରୁ ଭକ୍ତଙ୍କ ଦର୍ଶନ ହୋଇପାରି ନାହିଁ। କିଛି ଲୋକଙ୍କ ପାଇଁ ଜଗାଦର୍ଶନ ଅଧୁରା ରହିଯାଏ। ବିଗତ ଦିନରେ ଏମିତି ଏକାଧିକ ଘଟଣା ଘଟିଛି। ଯେଉଁମାନେ କି ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼କଥା ହେଲା କୋଲକାତା-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇଛି। ଗତ ମାସ ୨୯ ତାରିଖରେ ପଶ୍ଚିମବଙ୍ଗର ୬ ଜଣ ଏକ ଜାଇଲୋ କାର ଯୋଗେ ପୁରୀ ଯାଉଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଛିଡ଼ା ହୋଇଥିବା ଟ୍ରକ୍ ପଛକୁ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ।

ଭଣ୍ଡାରିପୋଖରୀରେ ପୁଣି ଦୁର୍ଘଟଣା

ଭଣ୍ଡାରିପୋଖରୀରେ ଏହା ପୂର୍ବରୁ ମଧ୍ୟ ଜଗନ୍ନାଥ ଭକ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗତବର୍ଷ ଜୁଲାଇ ୨୫ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ।  ପଶ୍ଚିମବଙ୍ଗ ମାଣିକତାଲା ଅଞ୍ଚଳର ୪ଜଣ ଶ୍ରଦ୍ଧାଳୁ ଶୁଭଜିତ ବିଶ୍ବାସ(୫୮), ଅରୁଣ ମୁଖାର୍ଜୀ(୫୬), ସଞ୍ଜୀବ ଶାହା ଓ ଅର୍ଜିତ ଦତ୍ତ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ କାର୍ (ଡବ୍ଲ୍ୟୁବି ୦୨ଏଏନ-୭୯୪୫) ଯୋଗେ ପୁରୀ ଯାଉଥିଲେ। ବିଷ୍ଣୁପୁର ଛକ ନିକଟରେ ସାମ୍ନାରେ ଯାଉଥିବା ଏକ ହାଇୱା ଟ୍ରକ୍ ହଠାତ ଡାହାଣ ପାର୍ଶ୍ୱକୁ ମାଡ଼ିଆସିବାରୁ କାରଟି ଭାରସାମ୍ୟ ହରାଇ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ କାରର ସମ୍ମୁଖ ଭାଗ ଭାଙ୍ଗି ଚୂର୍ମାର୍ ହୋଇଯାଇଥିଲା।

୩ ମୃତ, ୪ ଗୁରୁତର

ସେହିପରି ୨୦୨୨ ନଭେମ୍ବର ୮ ତାରିଖର ଘଟଣା। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ବେଣ୍ଡିଲ ଗ୍ରାମରୁ ୧୨ଜଣ ପୁରୁଷ ଓ ମହିଳା ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଜାଇଲୋ (ଡବ୍ଲୁବି ୫୮ବିଇ ୧୫୩୨) ଓ ସ୍କର୍ପିଓ (ଡବ୍ଲୁବି ୨୪ ୱାଇ ୯୩୨୩)ରେ ଆସୁଥିଲେ। ବାଲେଶ୍ବର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ତାରିଣୀ ଛକ ନିକଟରେ ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୪ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଶେଷରେ ଭକ୍ତମାନଙ୍କର ଜଗା ଦର୍ଶନ ଅଧୁରା ରହିଯାଇଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments