Thursday, May 9, 2024
Homeସାକ୍ଷ।ତକାରବାଦ ଜୀବନର ବ୍ୟାପକତା କୁ ସୀମିତ କରିଦିଏ

ବାଦ ଜୀବନର ବ୍ୟାପକତା କୁ ସୀମିତ କରିଦିଏ

ନାମ –ପବିତ୍ର ମୋହନ ଦାଶଜନ୍ମ ସ୍ଥାନ — ଜମାରସୁଆଁ , ପୁରୀ ସଦରଜନ୍ମ ତାରିଖ -୫.୨.୧୯୭୦ ବୃତ୍ତି — ଇଂରାଜୀ ଅଧ୍ୟାପନା ଠିକଣା — ଇଂରାଜୀ ବିଭାଗ,ଶାସ୍ତ୍ରୀସ୍ମୃତି ଡ଼ିଗ୍ରୀ ମହାବିଦ୍ୟାଳୟ,ବାଲିପୁଟ, ପୁରୀ କବିତା ସଂକଳନ–ବଜ୍ରବଂଶୀ,ସ୍ବପ୍ନମେଧ,ରକ୍ତଶସ୍ଯ,ମେଘ ସଂଚାର, ବିକ୍ଷୁବ୍ଧ ସମୁଦ୍ର, ପବିତ୍ର ପଞ୍ଚ ଦଶ, ଦାଣ୍ଡି ବୃତ୍ତ ଉପନ୍ୟାସ — ହଂସହାନି, ପାହାର ପ୍ରବନ୍ଧ–ମୂଲ୍ୟାୟନ ର ପ୍ରଶ୍ନ

ଆପଣ ନୂଆ କରି ଲେଖିଲାବେଳେ କି ପ୍ରକାର ସାହିତ୍ୟିକ ପରିବେଶ ରେ ବଞ୍ଚୁଥିଲେ ?

ଲେଖାଲେଖି ଆରମ୍ଭ କଲାବେଳେ ପରିବେଶ ଏତେ ଅଲଗା ନଥିଲା । ସାହିତ୍ୟର ଠିକାଦାରମାନେ ଥିଲେ , ପଦାଧିକାରୀ ସାହିତ୍ୟିକଙ୍କ ସ୍ତବ ଚାଲୁଥିଲା, ଅନେକ ଅଧ୍ୟାପକ ଆଲୋଚନା ନାଁ ରେ ମାନେ ବହି ଲେଖୁଥିଲେ, ବିଶ୍ୱ ବିଦ୍ୟାଳୟଗୁଡିକର ସାହିତ୍ୟ ବିଭାଗମାନ ଧାରକରା ତତ୍ତ୍ୱ ଓ ସଂକେତ ଭିତରେ ଓଡ଼ିଆ କବିତାକୁ ଖାପିବାକୁ ଚେଷ୍ଟା କରୁଥିଲେ ।

ସେତେବେଳେ କୋଉ ଧାରା କୁ ଆପଣ ଗ୍ରହଣ କରୁଥିଲେ ? 

ସେତେବେଳେ ନିଜର ଓ ନିଜ ଚାରିପାଖର ଜୀବନର ସଂଘର୍ଷକୁ ଧାରଣ କରିବାକୁ ଚେଷ୍ଟା କରୁଥିଲି । କୌଣସି ଧାରାରେ ମୋର ବିଶ୍ୱାସ ନାହିଁ ।

ଆପଣଙ୍କ ପ୍ରଥମ କବିତା ସଂକଳନ ବଜ୍ରବଂଶୀ , ଏପରି ଶୀର୍ଷକ ବାଛିବାର ଉଦ୍ଦେଶ୍ୟ କଣ?

ବଜ୍ର କଠୋରତାର ଓ ବଂଶୀ କୋମଳ ଭାବର ପ୍ରତୀକ । ଜୀବନ ଏ ଉଭୟର ସମନ୍ୱୟ ବୋଲି ମୋତେ ଲାଗେ । ତେଣୁ ଏପରି ନାମକରଣ ।

ବୃତ୍ତିଗତ ଭାବରେ ଆପଣ ଜଣେ ଅଧ୍ୟାପକ ,ଆପଣଙ୍କ ଲେଖକୀୟ ଜୀବନ ଉପରେ ଏ ବୃତ୍ତି ଟି କେତେଦୂର ସହଯୋଗ କରେ ?

ମୋ ବୃତ୍ତିଗତ ଜୀବନର ଲେଖକୀୟ ଜୀବନ ସହ ପ୍ରାୟ କିଛି ସମ୍ପର୍କ ନାହିଁ ।

ଆପଣଙ୍କ ଅନେକ କବିତା ପ୍ରାୟତଃ ସାମାନ୍ୟ ଦୁର୍ବୋଧ୍ୟ ଲାଗେ ଯାହାକି ଜଣେ ସାଧାରଣ ପାଠକ କବିତା ଭିରକୁ ଯିବାକୁ ଟିକେ କଷ୍ଟ ଅନୁଭବ କରେ ,ନିଜ କବିତାର ପକ୍ଷ ନେଇ ଆପଣ କଣ କହିବେ ?

କବିତା ନିଜେ ନିଜର ପକ୍ଷ ରଖେ । ମୁଁ ନିଜ କବିତା ସପକ୍ଷରେ କିଛି କହିବାକୁ ଚାହେଁନା ।

ଆପଣ କୌଣସି ବାଦର ପକ୍ଷଧର କି ? ଯଦି ନୁହଁନ୍ତି ତେବେ କୌଣସି ନିର୍ଦିଷ୍ଟ ବାଦ କୁ ଆପଣ ବିରୋଧ କରନ୍ତି କି ? 

ମୁଁ କୌଣସି ବାଦର ପକ୍ଷଧର ନୁହେଁ । ବାଦ ଜୀବନର ବ୍ୟାପକତା କୁ ସୀମିତ କରିଦିଏ । ଯେଉଁ ବାଦ ଅମାନବୀୟ ମୁଁ ତାର ବିରୋଧୀ ।


ଆପଣଙ୍କର କବିତା ସମଗ୍ର ଉପରେ ଆପଣଙ୍କୁ ଅତି ସଂକ୍ଷେପରେ ସମାଲୋଚନା କରିବାକୁ କୁହାଗଲେ ଆପଣ କିପରି କରିବେ ?

ନିଜ କବିତାର ଆଲୋଚନା ନିଜେ କରିବା ଅନୁଚିତ ।

ଆପଣ ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ ଗତି କରୁଥିଲା ବେଳେ ମଧ୍ୟ କବିତା ଲେଖିଥାନ୍ତି,କଣ କାବ୍ୟ ସାଧନା ଆପଣଙ୍କୁ ଧୈର୍ଯ୍ୟଶୀଳ କରାଇଥାଏ ?

ଜୀବନର ବିପୁଳତା, ବ୍ୟାପକତା ଓ ଗଭୀରତା ମୋତେ ଧୈର୍ଯ୍ୟଶୀଳ କରାଏ ।

ଯେହେତୁ ଆପଣ ପୁରୀ ଧାମରେ ବାସ କରନ୍ତି, ଭଗବାନ ଙ୍କ ଅସ୍ତିତ୍ୱ କୁ  କେତେଦୂର ଗ୍ରହଣ କରନ୍ତି ? ଆପଣଙ୍କର କୌଣସି କାବ୍ୟ କବିତାରେ ଧର୍ମ ଭାବନାକୁ କେବେ ପ୍ରତିଫଳିତ କରିଛନ୍ତି କି ?

ମୋ ଭିତରେ ଆନୁଷ୍ଠାନିକ ଧାର୍ମିକତା  ଅପେକ୍ଷା ଏକ ଆଧ୍ୟାତ୍ମିକ ଜୀବନ ପାଇଁ ବ୍ୟାକୁଳତା ଅଛି । ମୋର ଅନେକ କବିତାରେ ଏହାର ଛାପ ଅଛି ।

କେଉଁ ବରିଷ୍ଠ କବିଙ୍କୁ ଆପଣ ନିଜର ଆଦର୍ଶ ଭାବନ୍ତି ?

ଅନେକ କବି ମୋର ପ୍ରେରଣା । କିନ୍ତୁ ଆଦର୍ଶ ବୋଲି କାହାକୁ ଭାବେନା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments