Monday, May 20, 2024
Homeବାରିପଦା ଜେଲକୁ ପହଂଚି ପାରିଲାନି ଗ୍ୟାଙ୍ଗଷ୍ଟର ହାଇଦର
Array

ବାରିପଦା ଜେଲକୁ ପହଂଚି ପାରିଲାନି ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାସ୍ଥିତ କାରାଗାରା ଭିତରେ ରହିଥାନ୍ତା ଗ୍ୟାଙ୍ଗଷ୍ଟର ସେକ୍ ହାଇଦର । ଏଥି ପାଇଁ ଜେଲ କର୍ତ୍ତୃପକ୍ଷ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କିଛି ଦିନ ପୂର୍ବରୁ ହାଇଦର ପାଇଁ ନିର୍ମାଣ କରାଯାଇଥିବା ସେଲ୍‌ରେ ସିସିଟିଭି କ୍ୟାମେରା ଖଂଜାଯାଇଥିଲା । ଏହି ସେଲରେ ୨୪ ଘଣ୍ଟିଆ ଗାର୍ଡ ମୁତୟନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏଠାକୁ ହାଇଦର ପହଂଚି ଥିଲେ, ଜେଲ ତା’ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ କୁଖ୍ୟାତ ଅପରାଧୀ ହାଇଦରର ଗତିବିଧି କଟକ ଜିଲ୍ଲା ଚୌଦ୍ୱାର ଜେଲରେ ଠିକ୍ ରହୁ ନଥିବାରୁ, ସେଥିପାଇଁ ଶନିବାର ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା । କିନ୍ତୁ ହାଇଦର ବାରିପଦା ପହଂଚି ପାରିଲା ନାହିଁ । ଅଧବାଟରେ ପୁଲିସ ଏନ୍‌କାଉଣ୍ଟରରେ ନିହତ ହୋଇଗଲା ।

ଫେରାର ଉଦ୍ୟମ ବିଫଳ

ଚୌଦ୍ୱାର ଜେଲରେ ହାଇଦରର ଗତିବିଧି ଉପରେ ସଂଦେହ ହେବାରୁ ତାକୁ ପୂର୍ବ ଯୋଜନା ଅନୁସାରେ ପୋଲିସର ଏସ୍କଟ ଟିମ ଶନିବାର ଅପରାହ୍ନରେ ବାରିପଦା ଜେଲକୁ ନେଇଯାଉଥିଲା । କିନ୍ତୁ ଅଧବାଟରେ ଅର୍ଥାତ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟସ୍ଥ ଏକ ନିର୍ଦ୍ଧିଷ୍ଟ ସ୍ଥାରେ ହାଇଦର ପରିସ୍ରା ଯିବାକୁ କହିଥିଲା । ଫଳରେ ପୋଲିସ ଗାଡ଼ି ସେଠାରେ ଅଟକିଥିଲା । ଏହି ସମୟରେ ପୋଲିସ ଆଗରୁ ହାଇଦର ଖସିଯିବାକୁ ଉଦ୍ୟମ କରୁଥିଲା । ସେହିଭଳି ସେ ପୋଲିସ ନିକଟରୁ ବନ୍ଧୁକ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲା । କିନ୍ତୁ ସେ ସଫଳ ହୋଇପାରି ନଥିଲା । ପୁଲିସ ହାଇଦ୍ରାବାଦ୍ ପୋଲିସ ଶୈଳୀରେ ହାଇଦରକୁ ଏନକାଉଣ୍ଟର କରିଥିଲା । ପୋଲିସର ଗୁଳି ହାଇଦରର ପେଟରେ ବାଜିବା ପରେ ତାକୁ ଗୁରୁରତ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ହାଇଦରକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

୩ ଦଶନ୍ଧି ଧରି ଅପରାଧ କାମରେ ନିୟୋଜିତ

ଗ୍ୟାଙ୍ଗଷ୍ଟର ହାଇଦର୍ ମୃତ୍ୟୁ ହେବା ପରେ ଓଡ଼ିଶାର ଅପରାଧ ଇତିହାସର ଏକ ଚର୍ଚ୍ଚିତ ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଦୀର୍ଘ ୩୦ ବର୍ଷ ଧରି ରାଜ୍ୟର ଏକାଧିକ ଅପରାଧିକ ଗତିବିଧି ସଂହିତ ସଂଶ୍ଲିଷ୍ଟ ଥିବା କୁଖ୍ୟାତ ଅପରାଧୀର ମୃତ୍ୟୁକୁ ନେଇ ରାଜ୍ୟ ସାରା ନାନା ଚର୍ଚ୍ଚା ହେଉଛି । କାରଣ ହାଇଦରର ଅପରାଧିକ ଜାଲ ବହୁତ ବଡ଼ ଥିଲା । କେନ୍ଦ୍ରାପଡ଼ାରେ ଥାଇ ରାଜ୍ୟ ଅନ୍ୟ ସହରରେ ନେଟୱାର୍କ ଚଲାଇଥିଲା । ଏପରିକି ଜେଲ ଯିବା ପରେ ମଧ୍ୟ ସେଠାରୁ ସେ ନିଜର ସହଯୋଗୀମାନଙ୍କ ମାଧ୍ୟମରେ ଦାଦାବଟି ଆଦାୟ କରିପାରୁଥିଲା । ବଡ଼ବଡ଼ ବ୍ୟବସାୟୀମାନେ ହାଇଦରକୁ ଭୟ କରୁଥିଲେ ।

କଟକ ବଡ଼ଡାକ୍ତରଖାନାରୁ ଫେରାର

ଗତ ଏପ୍ରିଲ ମାସରେ ହାଇଦର କଟକ ବଡ଼ମେଡ଼ିକାଲରୁ ପୋଲିସ ଓ ମେଡିକାଲ କର୍ମଚାରୀଙ୍କ ଆଖିଆଗରୁ କୌଶଳକ୍ରମେ ଖସିଯାଇଥିଲା । ସନ୍ଧ୍ୟା ସମୟରେ ମେଡିକାଲ କର୍ମଚାରୀମାନେ ଯେତେବେଳେ ବ୍ୟସ୍ତ ଥିଲେ ଏବଂ ପୋଲିସ ସାମାନ୍ୟ ଅବହେଳିତ ଥିଲା, ସେହି ସମୟରେ ହାଇଦର ଫେରାର ହୋଇଯାଇଥିଲା । ଘଟଣା ଦିନ ସେ ଏସସିବିର ୩ୟ ମହଲାରେ ପରିଚାଳିତ ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନରେ ଚିକିତ୍ସିତ ହେଉଥିଲା । ହାଇଦରକୁ ଗୁରୁତର ଅବସ୍ଥାରେ ସମ୍ବଲପୁରରୁ ମାର୍ଚ୍ଚ ୨୩ ତାରିଖରେ କଟକ ଅଣାଯାଇଥିଲା ।

ଅପରାଧ ତାଲିକା

-ହାଇଦର ବିରୋଧରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ସର୍ବାଧିକ ୭ଟି ମାମଲା। ପୁରୀ ସମୁଦ୍ରକୂଳ ଥାନା, ଭୁବନେଶ୍ୱର ତଥା ରାଜ୍ୟର ଅନ୍ୟ ଥାନାରେ ମାମଲା ରହିଛି
-ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ଡର ଫିକ୍ସିଙ୍ଗ ଆଦି ଦଫାରେ ହାଇଦର୍‌ ବିରୋଧରେ ମାମଲା
-୨୦୦୫ ମେ’ ୩୧ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ୍‌ ନିକଟରେ ଗ୍ୟାଙ୍ଗଷ୍ଟର୍‌ ସେକ୍‌ ସୁଲେମାନ୍‌ର ଭାଇ ସେକ୍‌ ଚୁନା ଓରଫ୍‌ ମାଲିକ ହନନ୍‌କୁ ହତ୍ୟା
-ଉପରୋକ୍ତ ଘଟଣାରେ ହାଇଦର୍‌ ସମେତ ଅନ୍ୟ ୭ଜଣଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡ
-୨୦୧୪ରେ ପାରୋଲ୍‌ରେ ଆସିଥିଲା ହାଇଦର୍‌ । ପରେ ଖଣି ମାଲିକ ରଶ୍ମିରଂଜନ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ସଂପୃକ୍ତିରେ ଗିରଫ
-୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ-୨ରେ ହାଇଦରକୁ ଆଜୀବନ କାରାଦଣ୍ଡ
-ଗ୍ୟାଙ୍ଗଷ୍ଟର ଧଳସାମନ୍ତ ସହଯୋଗୀଙ୍କ ସହିତ ଗ୍ୟାଙ୍ଗାର୍‌ ହେବା ପରେ ୨୦୧୭ ମେ’ ୨ରେ ଝାରପଡ଼ାରୁ ସମ୍ବଲପୁର ଜେଲ୍‌କୁ ସ୍ଥାନାନ୍ତରିତ 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments