Monday, May 20, 2024
Homeବିଜେଡି ସପକ୍ଷରେ ପଞ୍ଚାୟତ ନିର୍ବାଚନ
Array

ବିଜେଡି ସପକ୍ଷରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ୨୦୨୨-୨୭ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ହୋଇଥିବା ଭୋଟିଂରେ ବିଜୁ ଜନତା ଦଳ (ବିଜେଡି)ର ବାଜିମାତ ହୋଇଛି । ଜନାଦେଶ ବିଜେଡି ସପକ୍ଷରେ ଯାଇଛି । ଗ୍ରାମାଞ୍ଚଳରେ ଲୋକ ସରକାରଙ୍କ ଲୋକାଭିମୁଖୀ ଯୋଜାନକୁ ଗ୍ରହଣ କରି ବିଜେଡିକୁ ଭୋଟ ଦେଇଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଏଥର ବିଜେଡି ବହୁତ ଅଧିକ ସଂଖ୍ୟାରେ ଭୋଟ ପାଇଛି । କେବଳ ସେତିକି ନୁହେଁ ବିଜେଡି ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି । ପୂର୍ବରୁ ରାଜ୍ୟର କିଛି କିଛି ଜିଲ୍ଲାରେ ଜିଲ୍ଲା ପରିଷଦ ବିଜେପି ଓ କଂଗ୍ରେସ ଦଖଲରେ ଥିଲା ।

ପଞ୍ଚାୟତ ନିର୍ବାଚନ ପାଇଁ ଫେବ୍ରୁଆରୀ ୨୬ ତାରିଖ ଠାରୁ ଭୋଟ୍ ଗୁଡ଼ିକ ଗଣତି ଆରମ୍ଭ ହୋଇଛି । ଫେବ୍ରୁଆରୀ ରାତି ସୁଦ୍ଧା ସମସ୍ତ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଶେଷ ହେବ ଏବଂ ମାର୍ଚ୍ଚ ୧ ତାରିଖରେ ସମସ୍ତ ଫଳାଫଳ ଘୋଷଣା ହେବ । ଫେବ୍ରୁଆରୀ ସକାଳ ୯ଟା ପର୍ଯ୍ୟନ୍ତ ୮୫୩ଟି ଜୋନ୍ ମଧ୍ୟରୁ ବିଜେଡି ୬୧୫ ଟି ଜୋନ୍‌ରେ ବିଜୟୀ ଅଥବା ଆଗୁଆ ରହିଛି । ବିଜେପି ପ୍ରାର୍ଥୀମାନେ ୪୧ ଓ କଂଗ୍ରେସ  ୩୩ଟି ଜୋନରେ ଆଗୁଆ ଅଥବା ବିଜୟୀ ହୋଇଛନ୍ତି । ସ୍ୱାଧୀନ ଓ ଅନ୍ୟ ପ୍ରାର୍ଥୀମାନେ ୭ଟି ଜୋନ୍‌କୁ ଦଖଲ କରିଛନ୍ତି ।  

ମତଦାତାଙ୍କୁ ଟଙ୍କା ମିଳିଲା କି?

ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ମାତ୍ରାରେ ଭୋଟ ମିଳିବା ନେଇ ବିରୋଧୀ ଦଳ ଓ ବିରୋଧୀ ଦଳକୁ ସମର୍ଥନ କରୁଥିବା ଲୋକଙ୍କର ସନ୍ଦେହ ବଢ଼ିଛି । ପ୍ରକୃତରେ ବିଜେଡିକୁ ମତଦାତା ନିଜ ଇଚ୍ଛାରେ ଭୋଟ ଦେଇଛନ୍ତି ନାଁ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି । ବିଗତ ନିର୍ବାଚରେ ବିଜେପି ଓ କଂଗ୍ରେସକୁ ଭଲ ଭୋଟ ମିଳିଥିଲା । କିନ୍ତୁ ଏହି ୫ ବର୍ଷ ମଧ୍ୟରେ ଏହି ୨ ଦଳର ଲୋକପ୍ରିୟତା କେମିତି ହ୍ରାସ ପାଇଲା, ଯାହା ଦ୍ୱାରା କମ ଭୋଟ ମିଳିଲା । ଶାସକ ଦଳ ପକ୍ଷରୁ ମତଦାତାଙ୍କୁ ଭୋଟ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏକ ନିଦ୍ଧିଷ୍ଟ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରତି ମତଦାତାଙ୍କୁ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରୀମାନେ ଯୋଜନାମୂଳକ ଭାବେ ଗାଁ ଗାଁରେ ପ୍ରଚାର କରିଛନ୍ତି ।

ପୂର୍ବ ବିଜେତାଙ୍କୁ ମିଳିନାହିଁ ସୁଯୋଗ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶାସକ ଦଳକୁ ଆକ୍ଷେପ କରି କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ପ୍ରକୃତପକ୍ଷେ ଜନାଦେଶ ହୋଇନାହିଁ । ଧନାଦେଶ କାମ କରିଛି । ପଞ୍ଚାୟତ ନିର୍ବାଚନରେ ଶାସକ ଦଳ କ୍ଷମତାର ଅପବ୍ୟବହାର କରିଛି । ବିଜେପିର ବିପର୍ଯ୍ୟୟ ନେଇ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଦେଶର ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ଏଥି ସହିତ ବିଗତ ଥର ଯେଉଁମାନେ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ, ସେମାନଙ୍କୁ ଟିକେଟ ଦିଆଯାଇ ନାହିଁ । ଫଳରେ ବିଜେପିର ପ୍ରଦର୍ଶନ ଭଲ ହୋଇପାରିଲା ନାହିଁ । ଅନ୍ୟପଟରେ ଦେଶର କିଛି ଅନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ଦଳର ବରିଷ୍ଠ ନେତା ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରିନାହାନ୍ତି ।

ଏକଛତ୍ରବାଦ ଚାହୁଁଛନ୍ତି ଲୋକେ: ନରସିଂହ ମିଶ୍ର

ପଞ୍ଚାୟନ ନିର୍ବାଚନ ଫଲାଫଳ ନେଇ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ରାଜ୍ୟରେ ଦରଦାମ ନିୟନ୍ତ୍ରଣରେ ନାହିଁ ବୋଲି କହିଥିଲେ । ଚାଷୀଙ୍କ ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚିଛି । ଯୁବଗୋଷ୍ଠୀଙ୍କୁ ରୋଜଗାର ମିଳୁନାହିଁ । ଏହା ପରେ ବି ବିଜେଡିକୁ ଏକତରଫା ଭୋଟ ମିଳିପାରୁଛି । ଏହା ଗଣତନ୍ତ୍ର ପାଇଁ ଚିନ୍ତାର କାରଣ । ଲୋକେ ଗଣତନ୍ତ୍ର ମାଧ୍ୟମରେ ଏକଛତ୍ରବାଦ ଚାହୁଁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments