Saturday, April 27, 2024
Homeଖବରବିଜେପି ପରେ ଆସିଲା ବିଜେଡି ପ୍ରାର୍ଥୀ ତାଲିକା

ବିଜେପି ପରେ ଆସିଲା ବିଜେଡି ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପରିବେଶ ସେତିକି ଗରମ ହେଉଛି। ଓଡ଼ିଶାରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ରାଜନୈତିକ ଚର୍ଚ୍ଚା ଅଧିକ ହେବା ସ୍ବାଭାବିକ। ଭାରତୀୟ ଜନତା ପାର୍ଟି ପ୍ରଥମ ଦଳ ଭାବେ କିଛି ଦିନ ପୂର୍ବରୁ ୧୮ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଲଳେ ବିଜେଡି ବୁଧବାର ଦିନ ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ବିଜେଡି ପ୍ରଥମ ଦଳ ଭାବେ ବିଧାନସଭା ନିର୍ବାଚନ ପାଇଁ ୭୧ ଜଣଙ୍କ ତାଲିକା ପ୍ରକାଶ କରିଛି। ବିଜେପି ଓ କଂଗ୍ରେସ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ବିଜେଡି ତରଫରୁ ଘୋଷିତ ହୋଇଥିବା ପ୍ରାର୍ଥୀ ତାଲିକାରେ ପୁରୁଣା ସ୍ଥାନରେ କିଛି ନୂଆ ବ୍ୟକ୍ତିଙ୍କୁ ଉପସ୍ଥାପନ କରାଯାଇଛି। ସେହିପରି କିଛି ପ୍ରାର୍ଥୀଙ୍କୁ ନିଜର ଚିରାଚରିତ ଆସନ ବଦଳରେ ଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି। କେବଳ ସେତିକି ନୁହେଁ। ବିଜେଡି ଏଥର କିଛି ନିର୍ବାଚନ ମଣ୍ଡଳୀରେ ବାପାଙ୍କ ସ୍ଥାନରେ ପୁଅଙ୍କୁ ଟିକେଟ୍ ଦେଇଥିବା ବେଳେ କିଛି ଆସନରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ତେବେ ବିଜେଡିର ତାଲିକା ପ୍ରକାଶ ପାଇବା ପରେ ଅନେକ ସ୍ଥାନରେ କର୍ମୀମାନଙ୍କ ମନରେ ଅସ୍ତନ୍ତୋଷ ଦେଖାଯାଇଛି।  

ବିବାଦୀୟ ନେତାଙ୍କୁ ବିଜେଡି ଟିକେଟ୍

ବିଜେଡି ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା ତାଲିକାରେ କିଛି ନେତା ଅଛନ୍ତି, ଯେଉଁମାନଙ୍କ ନାମରେ ବିଗତ ୫ ବର୍ଷ ଭିତରେ ଅନେକ ବିବାଦ ରହିଛି। କିଛି ନେତାଙ୍କୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ହୋଇଛି। ଏପରିକି, ଠକେଇ, ଜାଲିଆତି ହିଂସା, ହତ୍ୟା, ଯୌନ ନିର୍ଯ୍ୟାତନା ସଂପର୍କିତ ମଧ୍ୟ ଆସିଛି। ଏହି ନେତାମାନଙ୍କ ମଧ୍ୟରେ ସୁଶାନ୍ତ ସିଂହ, ପ୍ରଫୁଲ୍ଲ ସାମଲ, ସରୋଜ ମେହେର, ରାଜେନ୍ଦ୍ର ଢୋଲକିଆ, ଦିବ୍ୟଶଙ୍କର ମିଶ୍ର, ଧ୍ରୁବ ସାହୁ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ଶ୍ରୀକାନ୍ତ ସାହୁ ପ୍ରମୁଖ।  

ବିଜେପି ୧୮, ବିଜେଡି ୧୫ ପ୍ରାର୍ଥୀ

ବିଜେପି ରାଜ୍ୟର ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୬ ଜଣ ହେଉଛନ୍ତି ନୂଆ ଚେହେରା। ଅର୍ଥାତ ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ରୁ ପ୍ରଦୀପ ପୁରୋହିତ, କେରାପୁଟରୁ କାଳୀରାମ ମାଝୀ ଓ ମୟୂରଭଂଜରୁ ନବଚରଣ ମାଝୀ। କିନ୍ତୁ ବିଜେଡି ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିଥିବା ବେନଳେ ଏଥିରେ ୧୧ ଜଣ ନୂଆ ମୁହଁ ଅଛନ୍ତି। ବୁଧବାର ବିଜେଡି ଘୋଷଣା କରିଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ କୋରାପୁଟ ପ୍ରାର୍ଥିନୀ କୌଶଲ୍ୟା ହିକ୍କକା, ଯାଜପୁରରେ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ଛାଡିଦେଲେ ଭୁବନେଶ୍ବରରେ ମନ୍ମଥ ରାଉତରାୟ, କଟକରେ ସଂତୃପ୍ତ ମିଶ୍ର, ଢେଙ୍କାନାଳରେ ଅବିନାଶ ସାମଲ, ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡିରେ ଲମ୍ବୋଦର ନିଆଳ, ନବରଂଗପୁରରେ ପ୍ରଦୀପ ମାଝୀ, ଆସିକାରେ ରଂଜିତା ସାହୁ, ପୁରୀରେ ଅରୂପ ପଟ୍ଟନାୟକ, କେନ୍ଦ୍ରାପଡ଼ାରେ ଅଂଶୁମାନ ମହାନ୍ତି, ମୟୂରଭଂଜରେ ସୁଦାମ ମାର୍ଣ୍ଣିଂ ଓ ସୁନ୍ଦରଗଡ଼ରେ ଦିଲୀପ ତିର୍କୀଙ୍କୁ  ପ୍ରାର୍ଥୀ ବଦଳାଇଛି।

ବିଜେଡିର ୭୧ ଜଣିଆ ବିଧାନସଭା ପ୍ରାର୍ଥୀ

ବିଜେଡିରୁ ବିଷମ କଟକରୁ ଜଗନ୍ନାଥ ସାରକା, ଗୁଣପୁରରୁ ରଘୁନାଥ ଗମାଙ୍ଗ, ରାୟଗଡାରୁ ଅନୁସୂୟା ମାଝୀ, ବରଗଡ଼ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରିତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ, ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ସୁବାସିନୀ ଜେନା, ଭଣ୍ଡାରିପୋଖରୀ ସଂଜୀବ କୁମାର ମଲ୍ଲିକ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ, ଧାମନଗରରୁ ସଞ୍ଜୟ କୁମାର ଦାସ, ଚାନ୍ଦବାଲି ବ୍ୟୋମକେଶ ରାୟ, ବିଂଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳା ପ୍ରଣବ ବଳବନ୍ତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦା ପ୍ରୀତିରଞ୍ଜନ ଘଡେଇ, ଢେଙ୍କାନାଳ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ କୁମାର ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପାଲଲହଡାରୁ ମୁକେଶ କୁମାର ପାଲ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ସୋନପୁରରୁ ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାର ବେହେରା, ପାଟଣାଗଡରୁ ସରୋଜ ମେହେର, ବଲାଙ୍ଗୀରରୁ କଳିକେଶ ସିଂ ଦେଓ, ଟିଟିଲାଗଡରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନ ନାୟକ, ଝରୀଗାଁରୁ ରମେଶ ମାଝୀ, ନବରଂଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡରୁ ପ୍ରଦୀପ ଦିଶାରୀ, ଜୁନାଗଡରୁ ଦିବ୍ୟ ଶଙ୍କର ମିଶ୍ର, ଧର୍ମଗଡରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲଳିତା ନାଇକ, ଜି ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହୀଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ, ବଡ଼ମ୍ବାରୁ ଦେବୀ ମିଶ୍ର, ବାଙ୍କିରୁ ଦେବୀ ତ୍ରିପାଠୀ, ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ଚୌଦ୍ବାରରୁ ସୌଭିକ ବିଶ୍ୱାଳଙ୍କ ନାମ ଘୋଷଣା କରାଯାଇଛି | ନିଆଳିରୁ ପ୍ରମୋଦ ମଲ୍ଲିକ, କଟକ ସଦରରୁ ଚନ୍ଦ୍ର ସାରଥୀ ବେହେରା, ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ ଦେବ, ରାଜନଗରରୁ ଧୃବ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥି, ଜଟଣୀରୁ ବିଭୁତି ବଳବନ୍ତରାୟ, ରଣପୁରରୁ ସତ୍ୟ ପ୍ରଧାନ, ଦଶପଲ୍ଲାରୁ ରମେଶ ବେହେରା, ନୟାଗଡରୁ ଅରୁଣ କୁମାର ସାହୁ, ଭଞ୍ଜନଗରରୁ ବିକ୍ରମ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁରରୁ ସୁବାଷ ବେହେରା, ସୋରଡ଼ାରୁ ସଂଘମିତ୍ରା ସ୍ୱାଇଁ, ହିଞ୍ଜିଳିରୁ ନବୀନ ପଟ୍ଟନାୟକ, ଗୋପାଳପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ବିପ୍ଳବ ପାତ୍ର, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୁପ ଦେବ, କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ, କୋରାପୁଟରୁ ରଘୁରାମ ପୋଡଲ, ମାଲକାନଗିରିରୁ ମାନସ ମାଡକାମୀ, ଘସିପୁରାରୁ ବଦ୍ରି ପାତ୍ରଙ୍କୁ ଟିକେଟ ଦେଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments