Saturday, April 27, 2024
Homeଖବରରୁଷ୍‌ ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ

ରୁଷ୍‌ ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ

ଭୁବନେଶ୍ବର: ଗତ ୨୨ ତାରିଖ ଦିନ ରୁଷ୍‌ରେ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀଙ୍କ ଦ୍ବାରା ଆକ୍ରମଣ ଘଟଣାକୁ ଏକ ସପ୍ତାହ ବିତି ନଥିବା ବେଳେ ପାକିସ୍ତାନରେ ଆତଙ୍କବାଦୀମାନେ ପୁଣି ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସୋମବାର ବିଳମ୍ବିତ ରାତିରେ ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭାଲ ଏୟାର ବେସ ଉପରେ ଗୁଳି ଓ ବୋମାମାଡ଼ ସହିତ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା ଆକ୍ରମଣ ଉଦମ୍ୟକୁ ପଣ୍ଡ କରିବା ସହିତ ଖଣ୍ଡନ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ଏହି ଆକ୍ରମଣରେ ସିଦ୍ଦିକ ଏୟାରବେସରେ କୌଣସି କ୍ଷତି ହୋଇ ନାହିଁ। ଅଧିକାରୀମାନେ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦୀମାନେ ବାଲୁଚିସ୍ତାନର ତୁର୍ବାଟ ଜିଲ୍ଲାର ନୌସେନା ବେସ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗୁଳିଚାଳନା କରାଯାଇଥିଲା।  

ମସ୍କୋରେ ଯେଉଁଭଳି ଭାବେ ଅତର୍କିତ ଭାବେ  ଆକ୍ରମଣ ଏଥିରେ ପୁଣିଥରେ ସମଗ୍ର ବିଶ୍ବବାସୀ ଭୟଭୀତ ହୋଇଯାଇଛନ୍ତି। ରାଜଧାନୀ ମସ୍କୋର ଏକ କନ୍ସର୍ଟ ହଲ୍ରେ ଆତଙ୍କବାଦୀଙ୍କ ଗୁଳିରେ ୧୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ଲାମିକ ଷ୍ଟେଟ୍ କାହିଁକି ରୁଷ୍କୁ ଟାର୍ଗେଟ କଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି? ଆଇଏସ୍ ଆତଙ୍କବାଦୀମାନଙ୍କ ବର୍ବର କାଣ୍ଡ ପ୍ରଥମ ଘଟଣା ନୁହେଁ। ୨୦୨୨ମସିହାରେ ଆଫଗାନିସ୍ତାନର କାବୁଲରେ ଥିବା ରୁଷୀୟ ଦୂତାବାସ ଉପରେ ଆଇଏସଆଇଏସ-କେ ଆତ୍ମଘାତୀ ଆକ୍ରମଣ କରିଥିଲା, ଯେଉଁଥିରେ ଦୁଇ ଜଣ ଦୂତାବାସ କର୍ମଚାରୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ। ଆଇଏସ୍ ସୁଯୋଗ ଦେଖି ବିଶ୍ବର ଭିନ୍ନଭିନ୍ନ ସ୍ଥାନକୁ ଟାର୍ଗେଟ କରୁଛି।

ପୁଟିନ କ୍ଷମତାକୁ ଆସିବା ପରେ ଆଇଏସ୍‌ର କାର୍ଯ୍ୟାନୁଷ୍ଠାନ!

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଞ୍ଚମ ଥର କ୍ଷମତାକୁ ଆସିବାର କିଛି ଦିନ ପରେ ଆଫଗାନିସ୍ତାନରୁ ସଂଚାଳିତ ହେଉଥିବା ଆଇଏସ୍ଆଇଏସ୍-କେ ଏହି ଆକ୍ରମଣ କରିଛି। ୨୦୧୫ରେ ସିରିଆ ଗୃହଯୁଦ୍ଧରେ ରାଷ୍ଟ୍ରପତି ପୁଟିନଙ୍କ ହସ୍ତକ୍ଷେପ ପରେ ରୁଷ୍ ଏବଂ ଇସ୍ଲାମିକ୍ ଷ୍ଟେଟ୍ ମଧ୍ୟରେ ନିରନ୍ତର ସଂଘର୍ଷ ଚାଲିଛି। ଆଇଏସ୍ର ମୂଳୋତ୍ପାଟନରେ ଉଭୟ ଆମେରିକା ଓ ରୁଷ୍ ବିଫଳ ହୋଇଥିବା ବେଳେ ଏବେ ଆଇଏସ୍ ରୁଷ୍କୁ ଟାର୍ଗେଟ୍ କରିଛି। ପୁଟିନ୍ ଇସ୍ଲାମିକ୍ ଷ୍ଟେଟ୍ ବିରୋଧରେ ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କୁ ସମର୍ଥନ କରିଥିଲେ ଏବଂ ଆଇଏସ୍ର ଠିକଣା ଉପରେ ବିମାନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରଠାରୁ ଆଇଏସ୍ ରୁଷ୍ ଉପରେ ଆକ୍ରମଣ ପାଇଁ ସର୍ବଦା ଚେଷ୍ଟାରତ ରହିଛି।

ବୁର୍କିନା ଫାସୋରରେ ୭୦ ଯବାନ ସହିଦ

ଗତବର୍ଷ ଫେବ୍ରୁଆରି ମାସରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋର ଉତ୍ତରାଞ୍ଚଳରେ ଏକ ସାମରିକ କନଭୟ ଉପରେ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀମାନେ ପ୍ରଚଣ୍ଡ ଆକ୍ରମଣ କରି ୭୦ରୁ ଅଧିକ ସୈନିକଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀମାନେ ପ୍ରାୟ ୧୫ ଜଣ ସୈନିକଙ୍କୁ ବନ୍ଧକ ରଖିଥିଲେ। ଏହି ଆକ୍ରମଣ ଓ ପଣବନ୍ଦୀ ଘଟଣା ପାଇଁ ନିଜକୁ ଦାୟୀ କରି ଆଇଏସ୍ ପକ୍ଷରୁ ବିବୃତି ଜାରି କରାଯାଇଥିଲା। ସାହେଲର ଓଉଦାଲାନ୍ ପ୍ରଦେଶର ଦେଓ ନିକଟବର୍ତ୍ତୀ ଅଞ୍ଚଳରେ ସେନାର କନଭୟ ଯାଉଥିବା ବେଳେ ଶତାଧିକ ଆତଙ୍କବାଦୀ ଏହାକୁ ଘେରିଯାଇ ଗୁଳିବର୍ଷା ଓ ମୋର୍ଟାର ମାଡ଼ କରିଥିଲେ।

କାୟା ମେଳାଉଛି ଆଇଏସ୍ଆଇ

୨୦୧୫ ମସିହାରେ ପାକିସ୍ତାନୀ ତାଲିବାନର ଅସନ୍ତୁଷ୍ଟ ସଦସ୍ୟମାନେ ଆଇଏସ୍ଆଇଏସ୍-କେ ଗଠନ କରିଥିଲେ। ଆଫଗାନିସ୍ତାନ ସୁରକ୍ଷା ବାହିନୀ, ମନ୍ତ୍ରଣାଳୟ ଏବଂ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରି ଏହି ଆତଙ୍କବାଦୀ ସଂଗଠନ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଅନ୍ତର୍ଜାତୀୟ ନେଟ୍ୱର୍କ ବଢ଼ାଇଥିଲା। ୨୦୧୮ରେ ‘ଆଇଏସ୍ଆଇଏସ୍-କେ’କୁ ଶ୍ରେଷ୍ଠ ୪ଟି ମାରାତ୍ମକ ଆତଙ୍କବାଦୀ ସଂଗଠନ ମଧ୍ୟରୁ ଅନ୍ୟତମ ବୋଲି ଘୋଷଣା କରାଯାଇଥିଲା। ଆଫଗାନିସ୍ତାନ କମାଣ୍ଡୋ ଏବଂ ଆଫଗାନିସ୍ତାନ ତାଲିବାନ ଭଳି ତିନୋଟି ପକ୍ଷର କ୍ରମାଗତ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଆଇଏସ୍ଆଇଏସ୍-କେ ଲଗାତାର ନିଜର ଶକ୍ତିବୃଦ୍ଧିରେ ସକ୍ଷମ ହୋଇଥିଲା। ୨୦୨୧ରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଇଏସ୍ଆଇଏ-କେ ଆତ୍ମଘାତୀ ବିସ୍ଫୋରଣ କରି ୧୩ ଜଣ ଆମେରିକୀୟ ସୁରକ୍ଷା କର୍ମୀ ଏବଂ ୧୭୦ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments