Thursday, May 9, 2024
Homeଅନ୍ୟାନ୍ୟବିନାୟକ ଗଣେଶଙ୍କୁ ଉପାସନା

ବିନାୟକ ଗଣେଶଙ୍କୁ ଉପାସନା

ଭୁବନେଶ୍ୱର: ଶାସ୍ତ୍ରରେ ଭଗବାନ ଗଣେଶଙ୍କୁ ପ୍ରଥମ ଦେବତା କୁହାଯାଇଛି । ଏହି ପ୍ରକାର କଥା ଆମର ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି । ଏଥିରେ ସ୍ୱଷ୍ଟ ଭାବେ ବର୍ଣ୍ଣନା କରାଯାଇଛି ଯେ, ଭଗବାନ ଶ୍ରୀ ଗଣେଶଙ୍କ ପୂଜା କରିବା ଦ୍ୱାରା ସର୍ବପ୍ରଥମେ ଉପାସକଙ୍କୁ ଲାଭ ମିଳିଥାଏ । ସେହି ପୂଜା ସଫଳ ହୋଇଥାଏ, ଯେଉଁଥିରେ ଭଗବାନ ଶ୍ରୀ ଗଣେଶଙ୍କ ପୂଜା ସର୍ବପ୍ରଥମେ ହୋଇଥାଏ । ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତ୍ୟେକ ମାସରେ ୨ଟି ଚତୁର୍ଥୀ ହୋଇଥାଏ । ହିନ୍ଦୁ ଧର୍ମର ଗ୍ରନ୍ଥ ଅନୁସାରେ ଭଗବାନ ଗଣେଶଙ୍କ ଚତୁର୍ଥୀ ସଂପର୍କରେ ବର୍ଣ୍ଣନା କରାଯାଇଛି । ଅମାବାସ୍ୟା ପରେ ଆସୁଥିବା ଶୁକ୍ଲପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଓ ପୂର୍ଣ୍ଣିମା ପରେ କୃଷ୍ଣପକ୍ଷର ଚତୁର୍ଥୀକୁ ସମଶଷ୍ଟୀ ଚତୁର୍ଥୀ କୁହାଯାଇଥାଏ । ବିନାୟକ ଚତୁର୍ଥୀ ବ୍ରତ ପ୍ରତିମାସରେ ହୋଇଥାଏ । ଏହି ବ୍ରତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବ୍ରତ ବୋଲି କୁହାଯାଏ । ଚତୁର୍ଥୀର ନିୟମକୁ ନିୟମାନୁସାରେ ପାଳନ କରାଯିବା ଦ୍ୱାରା ଜାତକ ଜୀବନ ବଡ଼ କଷ୍ଟ ଓ କ୍ଲେଶର ଅନ୍ତ ଘଟିଥାଏ ।

ପ୍ରତ୍ୟେକ ମାସ ଗଣେଶ ଚତୁର୍ଥୀର ବ୍ରତ ପାଳନ କରିବା ସହଜ ନୁହେଁ । ତେଣୁ କିଛି ଲୋକଙ୍କ ପାଇଁ ଏହା ବଡ଼ ଅସୁବିଧା ହୋଇଥାଏ । ଏହି ବ୍ରତର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଅନ୍ୟ ଜିନିଷ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପଡ଼ିଥାଏ । ଯଦି ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଛି, ଅଥବା ଘରେ କାହାରି ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଛି, ଗଣେଶ ଚତୁର୍ଥୀ ବ୍ରତ ପାଳନ କଲେ ସମସ୍ୟାର ସମାଧାନ ହୋଇଥାଏ । ଏଥି ସହିତ ପରିବାରର ମଙ୍ଗଳକାମନା ହୋଇଥାଏ । ବିନାୟକ ଚତୁର୍ଥୀ ବ୍ରତ ପ୍ରତିମାସରେ ପାଳନ କରିବା ଦ୍ୱାରା ଲାଭ ହୋଇଥାଏ ।

୧୦ଦିନ ଗଣେଶ ପୂଜା


ଭଗବାନ ଗଣେଶଙ୍କ ଜନ୍ମ ଉପଲକ୍ଷେ ଗଣେଶ ଚତୁର୍ଥୀ ଆରମ୍ଭ ହୋଇଯାଇଛି । ଭଗବାନ ଗଣେଶ ହେଉଛନ୍ତି ପୂଜନୀୟ ଦେବତା, ଯାହାଙ୍କ ପାଖରେ ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟ ରହିଛି । ଭଗବାନ ଗଣେଶଙ୍କୁ ଗଜାନନ, ଧୂମ୍ରକେତୁ, ଏକଦନ୍ତ, ବକ୍ରତୁଣ୍ଡ ଓ ସିଦ୍ଧି ବିନାୟକ ସହିତ ବିଭିନ୍ନ ନାମରେ ଜଣାଯାଇଥାଏ । ହିନ୍ଦୁ ପଂଚାଙ୍ଗ ଅନୁସାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପର୍ବ ଆରମ୍ଭ ହୋଇଥାଏ । ଏହି ପର୍ବ ମୁଖ୍ୟତଃ ୧୦ ଦିନ ଯାଏଁ ପାଳନ ହୋଇଥାଏ । ଭକ୍ତମାନେ ବପ୍ପାଙ୍କୁ ନିଜ ଘରକୁ ନେଇଯାଆନ୍ତି ଓ ଅନନ୍ତ ଚତୁର୍ଦ୍ଦଶୀ ଦିନ ବିଦାୟ ଦେଇଥାନ୍ତି । ପୂରାଣ ଅନୁସାରେ ଗଣେଶ ଚତୁର୍ଥୀ ଦିନ ଶଙ୍କର ଓ ପାର୍ବତୀ ମା’ଙ୍କ ପୁତ୍ର ଗଣପତିଙ୍କ ଜନ୍ମୋତ୍ସବ ପାଳନ ହୋଇଥାଏ । ଗଣେଶ ଉତ୍ସବ ୧୦ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ଏହା ପୂରାଣରେ ବର୍ତ୍ତିତ । ମହର୍ଷି ବେଦବ୍ୟାସ ମହାଭାରତ ରଚନା ପାଇଁ ଗଣେଶଙ୍କୁ ଆହ୍ୱାନ କରିଥିଲେ । ବ୍ୟାସ ଶ୍ଲୋକ ପଢୁଥିଲେ ଓ ଗଣେଶ ବିନା ଅଟକି ୧୦ ଦିନ ପର୍ଯ୍ୟନ୍ତ ମହାଭାରତ ଲିପିବଦ୍ଧ କରିଥିଲେ । ଦଶମ ଦିନରେ ଗଣେଶଙ୍କ ଦେହରେ ଧୂଳି ଓ ମଇଳା ଲାଗିଯାଇଥିଲା । ୧୦ ଦିନ ପରେ ଅର୍ଥାତ ଚତୁର୍ଥୀ ଦିନ ବପ୍ପା ସରସ୍ୱତୀ ନଦୀରେ ସ୍ନାନ କରି ନିଜକୁ ସ୍ୱଚ୍ଛ କରିଥିଲେ । ଏହା ପରେ ସେହିଦିନ ଠାରୁ ଗଣେଶ ଉତ୍ସବ ପାଳନ ହୋଇ ଆସୁଛି ।  

ଗଣେଶ ପୂଜା ତିଥି

ଚଳିତ ବର୍ଷ ଗଣେଶ ଚତୁର୍ଥୀ ଆସନ୍ତା ୧୯ ତାରିଖରେ ପାଳନ ହେବ । କିନ୍ତୁ ଗଣେଶ ପୂଜା ପାଇଁ ପବିତ୍ର ସମୟ ସେପ୍ଟେମ୍ବର ୧୮ ଅପରାହ୍ଣ ୧୨ଟା ୩୯ରୁ ଆରମ୍ଭ ହୋଇଯିବ । ଏହା ସେପ୍ଟେମ୍ବର ୧୯ ରାତି ୮ଟା ୪୩ ପର୍ଯ୍ୟନ୍ତ ରହିବ । ୠଣେଶ ପୂଜା ପାଇଁ ମହାରାଷ୍ଟ୍ର, ଓଡ଼ିଶା ସମେତଗାଁରୁ ସହର ଯାଏଁ ଭକ୍ତିଭାବରେ ବୁଡ଼ି ରହିଛି । ଗଣେଶ ପୂଜା ବିଦ୍ୟାଳୟ, ଅନ୍ୟ ଶିକ୍ଷାନୁଷ୍ଠାନ, ଶିକ୍ଷା ସହିତ ସଂପର୍କ ରଖୁଥିବା ଅନୁଷ୍ଠାନ, କ୍ଲବରେ ଆୟୋଜିତ ହେଉଛି ।  

ଗଣେଶ ପୂଜା ବିଧି

ଗଣେଶ ଚତୁର୍ଥୀ ବ୍ରତ ପାଇଁ କୌଣସି ବଡ଼ଧରଣର ପ୍ରସ୍ତୁତିର ଆବଶ୍ୟକତା ନାହିଁ । ଭୋର ସକାଳୁ ଶଯ୍ୟାରୁ ଉଠି ସମସ୍ତ୍ୟ ନିତ୍ୟକର୍ମ ସାରନ୍ତୁ । ପୂଜାସ୍ଥଳକୁ ଭଲଭାବରେ ଧୋଇଦିଅନ୍ତୁ । ଏହା ପରେ ଭଗବାନ ଗଣେଶଙ୍କୁ ବିଧିବ୍ରତ ଉପାସନା କରନ୍ତୁ । ଉପାସନା ପାଇଁ ଶୁଭ ମୁହୂର୍ତ୍ତ ସମୟ ଐଶାନ୍ୟ କୋଣରେ ଆସନ ପ୍ରତିଷ୍ଠା କରନ୍ତୁ । ଏହା ପରେ ହଳଦିଆ ଅଥବା ନାଲି କପଡ଼ା ଆସନ ଉପରେ ପକାନ୍ତୁ । ଏହା ପରେ ଗଣେଶଙ୍କ ପ୍ରତିମା ବିରାଜମାନ କରାନ୍ତୁ ।  ଭଗବାନ ଗଣେଶଙ୍କ ପ୍ରତିମା ସାମ୍ନାରେ ଧ୍ୟାନ କରନ୍ତୁ । ଧୂପ ଓ ଦୀପ ଦାନ କରନ୍ତୁ । ଭଗବାନ ଗଣେଶଙ୍କ ଆରତୀ ଓ ଗଣେଶ ମନ୍ତ୍ର ଜପ କରନ୍ତୁ । ଏଥିରେ ଭଗବାନ ଗଣେଶ ପ୍ରସନ୍ନ ହେବେ । ଗଣେଶଙ୍କୁ ଲଡ୍ଡୁ ଭୋଗ ଅର୍ପଣ କରାଯିବା ଉଚିତ ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments