Monday, May 20, 2024
Homeବିମାନରେ ଭାରତରୁ ଚୀନ ଗଲେ ୨୭୭ ଯାତ୍ରୀ, ୧୯ ଜଣ କରୋନା ପଜିଟିଭ୍
Array

ବିମାନରେ ଭାରତରୁ ଚୀନ ଗଲେ ୨୭୭ ଯାତ୍ରୀ, ୧୯ ଜଣ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନା ଭାଇରସ ଲାଗି ସମଗ୍ର ବିଶ୍ୱବାସୀ ଚିନ୍ତିତ ଥିବା ବେଳେ ଭାରତ ସରକାର ଚୀନ ପାଇଁ ଆସନ୍ତା ୧୩ ତାରିଖ ଠାରୁ ଆହୁରି ୪ଟି ବିମାନ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବିମାନଗୁଡ଼ିକ ମଧ୍ୟରୁ ୧୩ ତାରିଖ ଗୋଟିଏ, ୨୦ ଓ ୨୭ ତାରିଖରେ ଗୋଟିଏ ଲେଖାଏଁ ଏବଂ ଡିସେମ୍ବର ୪ ତାରିଖରେ ଏକ ବିମାନ ଚୀନକୁ ଉଡିବ । ତେବେ ଚୀନକୁ ବିମାନ ସେବା ପରିଚାଳନା କରାଯିବା ଦ୍ୱାରା ଭାରତରେ ଆହୁରି କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଦେଖାଯାଇଛି ।

ବନ୍ଦେ ଭାରତ ମିଶନ ଯୋଜନାରେ ନିକଟରେ ୨୭୭ ଜଣ ଯାତ୍ରୀ ବିମାନରେ ଚୀନ ଯାଇଛନ୍ତି । ବିମାନରେ ଯାତ୍ରା କରିଥିବା ଯାତ୍ରୀମାନେ ଉହାନ ସହରରେ ପହଂଚିବା ବେଳକୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଅକ୍ଟୋବର ୩୦ ତାରିଖରେ ଏୟାର ଇଣ୍ଡିଆର ବିମାନ ଉହାନ ସହରରେ ପହଂଚିବା ପରେ ସମସ୍ତ ଯାତ୍ରୀଙ୍କର କରୋନା ନମୁନା ପରୀକ୍ଷା କରାଯାଇଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ଠାରେ କରୋନା ଲକ୍ଷଣ ଚିହ୍ନଟ ହୋଇଥିଲା । ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚୀନକୁ ଉଡିଲା ୬ ବିମାନ

ନିକଟରେ ଭାରତରୁ ୬ଟି ବିମାନରେ ଯାତ୍ରୀମାନେ ଚୀନର ବିଭିନ୍ନ ସହରକୁ ଯାଇଛନ୍ତି । କିନ୍ତୁ ଭାରତୀୟ ବିମାନ ଅକ୍ଟୋବର ୩୦ ତାରିଖରେ ପ୍ରଥମ ଥର ପାଇଁ ଚୀନରେ ପହଂଚିଥିଲା । ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ କରୋନା ବ୍ୟାପିଥିବା ବେଳେ ଏହି ସହରକୁ ଆସିଥିବା ବିମାନର ୧୯ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି । ନମୁନା ପରୀକ୍ଷାରୁ ଜଣାଯାଇଛି ଯେ, ୩୯ ଜଣଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ।

ଚୀନରେ ୩୯ ଭାରତୀୟ ଯାତ୍ରୀଙ୍କ ଠାରେ ଆଣ୍ଟିବଡ଼ି

ତେବେ ବିମାନରେ ବସିବା ପୂର୍ବରୁ ସମସ୍ତ ଭାରତୀୟ ଯାତ୍ରୀଙ୍କର ୨ଥର କରୋନା ନମୁନା ପରୀକ୍ଷା ହୋଇଥିଲା । ଏହା ପରେ ବି ଚୀନରେ କରୋନା ପଜିଟିଭ ଚିହ୍ନଟ ହେବା ଦୁର୍ଭାଗ୍ୟର ବିଷୟ । ଭାରତୀୟ ଅଧିକାରୀଙ୍କ କହିବା ଅନୁସାରେ ୧୯ ଜଣ ଭାରତୀୟ ଯାତ୍ରୀଙ୍କ ବ୍ୟତୀତ ୩୯ ଜଣ ଯାତ୍ରୀଙ୍କ ପରୀକ୍ଷାରେ ଆଣ୍ଟିବଡ଼ି ମିଳିଛି । ବିମାନରେ ଯାତ୍ରୀ ହେବା ପୂର୍ବରୁ ସମସ୍ତ ଭାରତୀୟଙ୍କୁ ୨ ଥର ଲେଖାଏଁ କରୋନା ଭାଇରସ ପରୀକ୍ଷା କରିବାକୁ ହୋଇଥାଏ ।

କରୋନା କାଳରେ ୨୦ ଲକ୍ଷ ଯାତ୍ରୀ ଆସିଥିଲେ

କରୋନା ସଂକଟ ଯୋଗୁଁ ଭାରତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଇ ଦେଇଥିଲା । ଏହା ପରେ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା । ଏହି ଆଧାରରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପରିଚାଳନା କରାଯାଇଥିଲା । ଏହି ମିଶନରେ ୨୦ ଲକ୍ଷରୁ ଭାରତୀୟଙ୍କୁ ବିଦେଶରୁ ଅଣାଯାଇଥିଲା ।

ବିଶ୍ୱରେ କରୋନା ସଂକ୍ରମଣ

ସମଗ୍ର ବିଶ୍ୱରେ ନଭେମ୍ବର ୩ ତାରିଖ ଅପରାହ୍ନ ୧ଟା ସୁଦ୍ଧା ୪ କୋଟି ୭୩ ଲକ୍ଷ ୩୯ ହଜାର ୪୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୧୨ ଲକ୍ଷ ୧୧ ହଜାର ୬୨୮ ଜଣଙ୍କର ମୃତ୍ୟୁ ହୋଇଛି । ୩ କୋଟି ୪୦ ଲକ୍ଷ ୩୯ ହଜାର ୨୯୩ ଜଣ ସୁସ୍ଥ ହୋଇଥିବା ବେଳେ ୮୬ ହଜାର ୬୩୬ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତରେ ୮୨ ଲକ୍ଷ ୬୭ ହଜାର ୬୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏକ ଲକ୍ଷ୍ୟ ୨୩ ହଜାର ୯୭ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଭାରତରେ ଅନ୍ୟ ଦେଶ ତୁଳନାରେ ସୁସ୍ଥତା ହାର ଅଧିକ । ଦେଶରେ ମୋଟ ୭୬ ଲକ୍ଷ ୩ ହଜାର ୧୨୧ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments