Monday, May 20, 2024
Homeଭୂତ ନ ଦେଖିଲେ ବି ମନରେ ଭୟ
Array

ଭୂତ ନ ଦେଖିଲେ ବି ମନରେ ଭୟ

ଭୁବନେଶ୍ବର: ଏକବିଂଶ ଶତାଦ୍ଦୀର ସଭ୍ୟତା ଅତ୍ୟାଧୁନିକ ହୋଇସାରିଛି। ଖାଦ୍ୟପେୟ, ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ, ଚାଲିଚଲଣୀ ଆଦି ସବୁକ୍ଷେତ୍ରରେ ବିକାଶ ଲାଭ କରିଛି। ସମସ୍ତେ ନିଜକୁ ସ୍ମାର୍ଟ କହୁଛନ୍ତି। ଯେଉଁମାନେ ସ୍ମାର୍ଟ ହୋଇପାରି ନାହାନ୍ତି, ସେମାନେ ନିଜକୁ ଏହି ବର୍ଗରେ ସାମଲି କରିବାକୁ ଉଦ୍ୟମ କରୁଛନ୍ତି। ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଯୋଗୁଁ ମଫସଲି ଗାଁରେ ବସବାସ କରୁଥିବା ଜନତା ମଧ୍ୟ ବିଶ୍ବର ସବୁସ୍ଥାନ ସଂପର୍କରେ ଅବଗତ ରହୁଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଆମ ସମାଜରେ ଆଜିବି ଅନେକ ଲୋକ ରହିଯାଇଛନ୍ତି, ଯେଉଁମାନେ କି ପୁରୁଣା କଥା ଉପରେ ବିଶ୍ବାସ କରୁଛନ୍ତି। ଭୂତକୁ କେହି ଦେଖି ନଥିଲେ ବି ଲୋକେ ଡରନ୍ତି।  

ରାଜ୍ୟର ସୀମାନ୍ତ ଅଞ୍ଚଳକୁ ଦୁର୍ଗମ କୁହାଯାଇଥାଏ। ରାଜଧାନୀ ଭୁବନେଶ୍ବର ଓ ମାଲକାଲନଗିରିର କାଲିମେଳା ବ୍ଲକର ସୀମାନ୍ତ ଗାଁରେ ବସବାସ କରୁଥିବା ଜନତାଙ୍କ ଚାଲିଚଳଣୀ ମଧ୍ୟରେ ବହୁ ପାର୍ଥକ୍ୟ ଦେଖାଯାଇଥାଏ। ଦୁର୍ଗମ ଅଞ୍ଚଳର ଲୋକେ ଅନ୍ଧବିଶ୍ବାସ କରିବା ସହଜ କଥା। କିନ୍ତୁ ରାଜଧାନୀ ଭୁବନେଶ୍ବର ଓ କଟକ ସହରରେ ଯଦି ଲୋକ ଭୂତ-ପେତ ନାଁ ଶୁଣି ଡରିବ, ତା’ହେଲେ ଏହା ଚିନ୍ତା ଓ ପରିତାପର ବିଷୟ। ନିକଟରେ ଏଭଳି ୨ଟି ଘଟଣା ଘଟିଛି। ଲୋକଙ୍କୁ ଭୂତ ଓ ପ୍ରେତ ଭୟ ଦେଖାଇ ଥିବା ୨ ଜଣ ଠକ ଗିରଫ ହୋଇଛନ୍ତି।  

ଭୂତ ସଭାପତି ଗିରଫ

ଆତ୍ମଘୋଷିତ ଭୂତଙ୍କ ସଭାପତି ତଥା ଖୋର୍ଦ୍ଧା ନନ୍ଦପୁର ଗାଁର ବିପିନ ରାଉତରାୟ ଗିରଫ ହୋଇଥିଲେ। ନିଜକୁ ଭୂତଙ୍କ ସଭାପତି ବୋଲି ଦାବି କରି ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ଥିଲେ। ମଶାଣି ଭିତରେ ୧୫ ମିନିଟ ମନ୍ତ୍ର ପଢିବା ପରେ ୪୦ ଲକ୍ଷ ଭୂତ ଆସିଥିଲେ। ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ପ୍ରେତାତ୍ମା ସହ ବାର୍ତାଳାପ କରିଥିବା ଦାବି କରିଥିଲେ। ତନ୍ତ୍ରପାଠ କରି ରାଜଧାନୀକୁ ୪୫ମିନିଟ୍ ଅନ୍ଧାର କରିଦେଇଥିବା ଦାବି କରିଥିଲେ। ଗୁଳିମାଡ଼ ଘଟଣା ସହିତ ବିପିନଙ୍କ ନାଁରେ ୩ଟି ୱାରେଣ୍ଟ୍ ରହିଥିଲା। ସେଥିପାଇଁ ଖୋର୍ଦ୍ଧା ପୁଲିସ ତାଙ୍କୁ ଗିରଫ କରିଥିଲା। ବିପିନଙ୍କ ନାଁରେ ୨୦୧୩ ଓ ୨୦୧୬ ମସିହାରୁ ଜମିଜମା ମାମଲାକୁ ନେଇ ହୋଇଥିବା ଗୁଳିକାଣ୍ଡ କାରଣରୁ ୱାରେଣ୍ଟ ରହିଥିଲା।  

ମହିଳାଙ୍କଠୁ ୫ ଲକ୍ଷ ଠକିଲା ତାନ୍ତ୍ରିକ

ଭଦ୍ରକର ଜଣେ ମହିଳାଙ୍କୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କଟକ ମଙ୍ଗଳବାଗ ପୁଲିସ କେଶରପୁର ଅଞ୍ଚଳର ତାନ୍ତ୍ରିକ କୈଫିରକୁ ଗିରଫ କରିଥିଲା।। ଠକ କୈଫ ଖାଁ ମଂଗଳାବାଗ ରାଣୀହାଟ ଅଞ୍ଚଳର ଶର୍ମିଳା ସେନ ନାମଙ୍କ ଜଣେ ମହିଳାଙ୍କୁ ୬୨ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଗିରଫ ହୋଇଥିଲା। ଶର୍ମିଳାଙ୍କ ପୁରୁଣା କୋଠାରେ କିଛି ନକରାତ୍ମକ ଶକ୍ତିର ଉପସ୍ଥିତ ଥିବା ଅନୁଭବ କରି, ତାନ୍ତ୍ରିକ କୈଫଙ୍କୁ ଯୋଗାଯୋଗ କରିଥିଲେ। ତାନ୍ତ୍ରିକ କୈଫ ଖାଁ ଶର୍ମିଳାଙ୍କ ଘରକୁ ଆସି ଦେଖିବା ପରେ, ଭିତରେ ଏକ ସ୍ପିରିଟି ଥିବାରୁ ଏଭଳି ଘଟୁଥିବା କହିଥିଲେ।  ଘର ଭିତର ଖୋଳିବା ଖୋଳିବା ପରେ, ମାଟି ତଳୁ କିଛି ବସ୍ତୁ ବି ବାହାରିଥିଲା । ଆଉ ସେହି ସବୁ ବସ୍ତୁ ମୂଲ୍ୟବାନ କହିବା ସହ ଶୁଦ୍ଧି କରିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୬୨ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା।

ଭୂତ ଭୟରେ ସ୍କୁଲରେ ତାଲା

ମନେନ୍ଦ୍ରଗଡ଼-ଚିରମିରୀ-ଭରତପୁର ଜିଲ୍ଲାର ଖଡଗବା ବ୍ଲକରେ ଅନ୍ଧବିଶ୍ବାସ କାରଣରୁ ସରକାରୀ ସ୍କୁଲରେ ତାଲା ଝୁଲୁଛି। ସାୱଲା ପଞ୍ଚାୟତ ଅଧୀନ ବସେଲପୁର ଗାଁରେ ପରିଚାଳିତ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଭୂତ-ପ୍ରେତର ଗୁଜବ କାରଣରୁ ଗାଁଲୋକେ ନିଜନିଜ ପିଲାଙ୍କୁ ପାଠପଢ଼ିବା ପାଇଁ ସ୍କୁଲ ପଠାଉନାହାନ୍ତି। ଅନେକ ପିଲାଙ୍କ ପାଠପଢ଼ା ଆଗକୁ ବଢ଼ିପାରୁନାହିଁ। ଗତ ୨ ବର୍ଷ ମଧ୍ୟରେ ୫ଜଣ ସ୍କୁଲ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତେଣୁ ଗାଁରେ ଗୁଜବ ପ୍ରଚାର ହୋଇଛି ଯେ, ବିଦ୍ୟାଳୟରେ ଭୂତ-ପ୍ରେତର ଆତ୍ମା ବୁଲୁଛି। ଗତ ଏପ୍ରିଲ ୧୧ ତାରିଖରେ ଜଣେ ଶିକ୍ଷକ ଶ୍ୟାମ ବିହାରୀଙ୍କ ମୃତ୍ୟୁ ହୋଇଥିଲା। ନବନିଯୁକ୍ତ ଶିକ୍ଷକ ମୋନିକା ବର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ଶିକ୍ଷା ମାଧ୍ୟମରେ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର କରାଯାଇପାରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments