Thursday, May 9, 2024
Homeଚାଷ ଓ ଚାଷୀ୨୦୨୨-୨୩ ବର୍ଷରେ ରାଜ୍ୟରେ ରେକର୍ଡ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ପରିମାଣର...

୨୦୨୨-୨୩ ବର୍ଷରେ ରାଜ୍ୟରେ ରେକର୍ଡ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ

ଭୁବନେଶ୍ୱର, ୧୧/୦୫/୨୦୨୩: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟଉତ୍ପାଦନ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି । ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହିତ ଏଥି ନିମନ୍ତେ ରାଜ୍ୟର ଚାଷୀ ଭାଇ ଓ ଭଉଣୀ ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ ଟନ୍ ହେବାବେଳେ ମକା ୮ ଲକ୍ଷ ୬୦ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ, ମାଣ୍ଡିଆ ୧ ଲକ୍ଷ ୬୧ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧଏବଂ ଗହମ, ବାଜରା, ଯୱାର ଓ ଅନ୍ୟ ଲଘୁଶସ୍ୟ ୨୮ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ଉତ୍ପାଦନର ଆକଳନ କରାଯାଇଛି । ସେହିପରି ମୋଟ ୧୦ ଲକ୍ଷ ୫୫ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ଡାଲିଜାତୀୟ ଶସ୍ୟ ଉତ୍ପାଦନ ମଧ୍ୟରେ ମୁଗ ୪ ଲକ୍ଷ ୨୧ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ, ବିରି ୧ ଲକ୍ଷ ୯୭ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ, ହରଡ଼ ୧ ଲକ୍ଷ ୩୭ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ, କୋଳଥ ୯୧ ହଜାରମେଟ୍ରିକ ଟନ୍‌ରୁ ଊର୍ଦ୍ଧ, ମଟର ୨୯ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ, ମସୁର ୭ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ, ବରଗୁଡ଼ି ୬୮ ହଜାର ମେଟ୍ରିକ ଟନ୍‌ରୁ ଊର୍ଦ୍ଧ ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ ଟନ୍ ଅନ୍ତର୍ଭୁକ୍ତ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments