Monday, May 20, 2024
Homeମୋଦୀ କ୍ୟାବିନେଟ: ବିନା ସାଂସଦରେ ମନ୍ତ୍ରୀ ପଦ
Array

ମୋଦୀ କ୍ୟାବିନେଟ: ବିନା ସାଂସଦରେ ମନ୍ତ୍ରୀ ପଦ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ୨ୟ ପାଳିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ନୂଆ କ୍ୟାବିନେଟରେ ବରିଷ୍ଠଙ୍କ ତୁଳନାରେ କମ୍ ବୟସର ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି । ଅଭିଜ୍ଞତା ସଂପନ୍ନ ନେତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିବା ବେଳେ ଏକାଧିକ ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନ ହୋଇଛି । ବିଭାଗ ପରିବର୍ତ୍ତନ ହେବା ଦ୍ୱାରା କିଛି ନେତା ନିଶ୍ଚିତ ଭାବେ ଅସନ୍ତୁଷ୍ଟ ଥାଇପାରନ୍ତି । କିନ୍ତୁ ବିଭାଗ ବଣ୍ଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୁଧବାର ରାଷ୍ଟ୍ରପତି ଭବନରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏଥିରେ ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି ।

ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଏଲ୍ ମୁରୁଗାନଙ୍କୁ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ସାମିଲ କରାଯାଇଛି । ବଡ଼କଥା ହେଲା ଯେ ତାମିଲନାଡୁରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୨ଦଶକ ପରେ ୪ଟି ଆସନରେ ଜିତିବାରେ ସଫଳ ହୋଇଥିଲା । ଏଭଳିସ୍ଥତିରେ ପୁରସ୍କାର ସ୍ୱରୂପ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ସ୍ଥାନ ମିଳିଛି । କୁହାଯାଉଛି ଯେ, ଭଲ ପ୍ରଦର୍ଶନ ଯୋଗୁ ମୁରୁଗାନଙ୍କୁ କେନ୍ଦ୍ର କ୍ୟାବିଟେରେ ସ୍ଥାନ ମିଳିଛି । କାରଣ ମୁରୁଗାନ ଯେତେବେଳେ ୨୦୨୦ ମାର୍ଚ୍ଚରେ ବିଜେପିର ତାମିଲନାଡି ଶାଖାର ଅଧ୍ୟକ୍ଷ ହୋଇଥିଲେ, ତାଙ୍କ ପାଖରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି କରିବା ଲାଗି ୧ ବର୍ଷ ସମୟ ଥିଲା । ଏହା ପରେ ମଧ୍ୟ ତାଙ୍କର ଉଦ୍ୟମ ଯୋଗୁଁ ଦଳକୁ ସଫଳତା ମିଳିଥିଲା । ମୋଦୀ କ୍ୟାବିନେଟ୍‌ରେ ମୁରୁଗାନଙ୍କୁ ମତ୍ସ୍ୟ, ପଶୁପାଳନ, ଦୁଗ୍ଧ ବିଭାଗ ମିଳିଛି ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଏଣିକି ସ୍ୱତନ୍ତ୍ର ନଜର ରଖିବେ । କାରଣ ମୋଦୀ ପୂର୍ବରୁ ହିଁ ଡିଜିଟାଲ ଇଣ୍ଡିଆକୁ ଗୁରୁତ୍ୱ ଦେଇଆସିଛନ୍ତି । ଏଥି ସହିତ ମୋଦୀଙ୍କ ହାତରେ ଲୋକ ଅଭିଯୋଗ ଏବଂ ପେନ୍‌ସନ୍‌, ପରମାଣୁ ଶକ୍ତି ବିଭାଗ, ଆଭ୍ୟନ୍ତରୀଣ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ଏବଂ ବଣ୍ଟନ ହୋଇ ନଥିବା ବିଭାଗ ରହିଛି ।

ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ

ମୋଦୀ ସରକାର ଚାଷ ଓ ଚାଷୀଙ୍କ କଲ୍ୟାଣ ଦିଗରେ ଅଧିକ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ଥର ପାଇଁ ସମବାୟ ମନ୍ତ୍ରାଳୟ ଅସ୍ଥିତ୍ୱକୁ ଆସିଛି । ସମବାୟ ମନ୍ତ୍ରାଳୟକୁ ଗୃହମନ୍ତ୍ରୀ ଅମିତ ଶାହା ଦେଖିବେ । ପୂର୍ବରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ କ୍ୟାବିନେଟରେ ଶିକ୍ଷା ବିଭାଗ ମିଳିଛି । ସେହିପରି ରାଜନାଥ ସିଂହଙ୍କୁ ପ୍ରତିରକ୍ଷା, ଅମିତ ଶାହାଙ୍କୁ ଗୃହ ଏବଂ ସମବାୟ, ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ ବ୍ୟାପାର, ନରେନ୍ଦ୍ର ସିଂହ ତୋମରଙ୍କୁ କୃଷି ଏବଂ କୃଷି କଲ୍ୟାଣ, ଡ. ସୁବ୍ରମଣ୍ୟମ ଜୟଶଙ୍କରଙ୍କୁ ବିଦେଶ, ଅର୍ଜୁନ ମୁଣ୍ଡାଙ୍କୁ ଜନଜାତି ମାମଲା, ସ୍ମୃତି ଜୁବିନ ଇରାନୀଙ୍କୁ ମହିଳା ଏବଂ ଶିଶୁ ବିକାଶ, ପୀୟୁଷ ଗୋୟଲଙ୍କୁ ବାଣିଜ୍ୟ ଏବଂ ଶିଳ୍ପ, ଉପଭୋକ୍ତା, ଖାଦ୍ୟ, ସର୍ବସାଧାରଣ ବିତରଣ, ବୟନ ବିଭାଗ ମିଳିଛି ।

ପ୍ରତାପଙ୍କ ଇସ୍ତଫା, ଅଶ୍ୱିନୀଙ୍କୁ ସୁଯୋଗ

ବାଲେଶ୍ୱର ଅଂଚଳର ଟାଣୁଆ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି । ଅଶ୍ୱିନୀ ବୈଷ୍ଣବଙ୍କୁ ରେଳମନ୍ତ୍ରୀ ପଦ ମିଳିଥିବା ବେଳେ ବିଶେଷ୍ୱର ଟୁଡୁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅବହେଳା କରାଯାଇ ନାହିଁ । ରାଜ୍ୟରୁ ଆଗରୁ ୨ ଜଣ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଏବେ ଏହି ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments