Monday, May 20, 2024
Home‘ମୋ ସ୍କୁଲ ଅଭିଯ।।ନ’ର ୪୦ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
Array

‘ମୋ ସ୍କୁଲ ଅଭିଯ।।ନ’ର ୪୦ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପ ମିଳିଲା ଅନୁମୋଦନ
୪ର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବା ରାଜ୍ୟର ସମସ୍ତ ହାଇସ୍କୁଲ
୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ପରାମର୍ଶ

ଭୁବନେଶ୍ୱର, ୧୦/୦୫/୨୦୨୩: ଓଡ଼ିଶା ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦଶନ କରୁଛନ୍ତି । ରୂପାନ୍ତରିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟସ୍ତରୀୟ କ୍ରୀଡ଼ା ଓ ବିତର୍କ ପ୍ରତିଯୋଗିତା ଅଂଶଗ୍ରହଣଠାରୁ ଆରମ୍ଭ କରି କୋଡିଂ ପ୍ରୋଗ୍ରାମିଂ , ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତସବୁ କ୍ଷେତ୍ରରେ ନିଜକୁ ପ୍ରମାଣିତ କରି ପାରୁଛନ୍ତି । ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପିଲାମାନଙ୍କ ଦକ୍ଷତା ଓ ପ୍ରତିଭାକୁ ବିକାଶିତ କରିବାର ସହାୟକ ହେବା ସହ ସେମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେଇ ପାରୁଛି ।ଏହା ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ୨୦୨୩ ଡିସେମ୍ବର ସୁଦ୍ଧା ରୂପାନ୍ତରିତ କାରିବାକୁ ନିଷ୍ପତ୍ତି ନେଇଛନ୍ତି ।


ବିଦ୍ୟାଳୟ ଶିକ୍ଷା ସଚିବ ଅଶ୍ୱଥି ଏସ୍‌୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ମୋ ସ୍କୁଲ ଅଭିଯ।।ନ’ ର ୪୦ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚତୁର୍ଥ ପର୍ଯ୍ୟାୟରେ ବିଦ୍ୟାଳୟ ରୂପାନ୍ତିରୀକରଣ କାର୍ଯ୍ୟକ୍ରମକୁ ପ୍ରସ୍ତାବିତ ସମୟସୀମା ପୂର୍ବରୁ ଶେଷ କରିବା ନେଇ ଆଲୋଚନା ହୋଇଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟୟରେ ବିଦ୍ୟାଳୟ ରୂପାନ୍ତରକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପରେ ଚତୁର୍ଥ ପର୍ଯ୍ୟୟରେ ୧୫୦୦ ରୁ ଉର୍ଦ୍ଧ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ ହେବ । ଫଳସ୍ୱରୂପ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ମର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ , ଅତ୍ୟାଧୁନିକ ବିଜ୍ଞାନଗାର, ଉନ୍ନତ କ୍ରୀଡ଼ା ଭିତ୍ତିଭୂମି, ଶିଶୁ ସୁଳଭ ସ୍କୁଲ କ୍ୟାମ୍ପସ ସହ ଶୁଦ୍ଧ ପାନୀୟ ଜଳ ଓ ପୃଥକ ଶୌଚାଳୟର ସୁବିଧା ପାଇପାରିବେ ।


ଏହାବ୍ୟତୀତ କାର୍ଯ୍ୟନିବାହୀ ପରିଷଦ ବୈଠକରେ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍କୁଲ କ୍ଲବ ପ୍ରଚଳନର ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ଏହାର ହିତାଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ସହିତ ନିର୍ଦ୍ଧାରିତ ୪ଟି କ୍ଲବ ତଥା କୌଶଳୀ, କ୍ରୀଡ଼ାଙ୍ଗନା, ଜିଜ୍ଞାସା ଓ ସାହିତ୍ୟ ସୃଜନ୍ୟ କ୍ଲବ ପାଇଁ ଆବଶ୍ୟକୀୟ ଶିକ୍ଷଣ ସାମଗ୍ରୀ ଏବଂ ଏହାର ଫ୍ରେମ୍‌ୱାର୍କ ପ୍ରସ୍ତୁତି କରିବା ନିଷ୍ପତ୍ତି ନିଆଯାଇଥିଲା ।


ବୈଠକରେ ଓଡ଼ିଶାର ୩୦ଟି ଜିଲ୍ଲାର ମୋଟ ୫୨୯ କୋଟିି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ଏକ ମାସ ମଧ୍ୟରେ ୯୩୫୮ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୬ କୋଟି ୬୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ୧୬୫ କୋଟି ୫ ଲକ୍ଷ ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥକ ସହାୟତାକୁ ମିଶାଇ ମୋଟ ୫୨୯କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦନ କରିଛି, ଯାହକି ୨୪୦୨ଟି ପ୍ରଥମିକ, ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବା । ବାଲେଶ୍ୱରରେ ସର୍ବାଧିକ ୨ କୋଟି ୪ ଲକ୍ଷ, ଗାମରେ ୬୦ ଲକ୍ଷ, କଟକରେ ୪୮ ୧୩ ହଜାର ଲକ୍ଷ, ବଲାଙ୍ଗିରରେ ୪୭ ଲକ୍ଷ ୪୩ ହଜାର ଏବଂ ଭଦ୍ରକରେ ୩୮ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୯୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ମାଧ୍ୟମରେ ସ୍କୁଲଗୁଡ଼କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।


ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନ୍ୟାମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା , ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି ଏବଂ ମୋ ସ୍କୁଲ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ଉପସ୍ଥତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments