Monday, May 20, 2024
Homeଅନ୍ୟାନ୍ୟରାଜ୍ୟ ବାୟୋଟେକ୍‌ନୋଲୋଜି ନୀତି ନେଇ ପରାମର୍ଶଦାତା କର୍ମଶାଳା

ରାଜ୍ୟ ବାୟୋଟେକ୍‌ନୋଲୋଜି ନୀତି ନେଇ ପରାମର୍ଶଦାତା କର୍ମଶାଳା

ଭୁବନେଶ୍ୱର, ତା.୧୦/୦୫/୨୦୨୩, ବିଜ୍ଞାନ ଓ ବୈଷୟିିକ ବିଭାଗ ଆନୁକୂଲ୍ୟରେ ରାଜ୍ୟର ନୂତନ ବାୟୋଟେକନୋଲୋଜି ନୀତି ନେଇ ଏକ ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଭିନ୍ନ ଶିକ୍ଷଣ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଓ ସରକାରୀଙ୍କ ତରଫରୁ ୫୦ରୁ ଅଧିକ ପ୍ରତିନିଧି ଯୋଗଦେଇ ସେମାନଙ୍କର ମୂଲ୍ୟବାନ ମତାମତ ରଖିଥିଲେ ।

ଭିତ୍ତିଭୂମିର ଉନ୍ନତି, ଗବେଶଣା ତଥା ବିକାଶକୁ ଆଧାର କରି ରାଜ୍ୟରେ ବାୟୋଟେକ୍‌ନୋଲୋଜି ପରିମଣ୍ଡଳକୁ ସୁଦୃଡ଼ କରିବାକୁ ଉପରେ ସମସ୍ତ ଅଂଶୀଦାର ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ଶିଳ୍ପ ନୀତି- ୨୦୨୨ରେ ଓଡ଼ିଶା ସରକାର ବାୟୋଟେକ୍‌ନୋଲୋଜିକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ଚିହ୍ନିତ କାରିଥିବେବେଳେ ସମସ୍ତ ଯୋଗ୍ୟ ବାୟୋଟେକ୍‌ନୋଲୋଜି ଉଦ୍ୟୋଗୀଙ୍କୁ ପର୍ଯ୍ୟାପ୍ତ ସରକାରୀ ସମର୍ଥନ ଓ ସହାୟତା ଦେବାକୁ ଅଂଶୀଦାରମାନେ ମତବ୍ୟକ୍ତ କରିଥିଲେ । ଏହ ବ୍ୟତୀତ ରାଜ୍ୟରେ ନିବେଶ ବୃଦ୍ଧି ନିମନ୍ତେ ଶିଳ୍ପ ବିଶେଷଜ୍ଞମାନେ ସାମୁଦ୍ରିକ ବାୟୋଟେକ୍‌ନୋଲୋଜି, ବାୟୋମେଡିକାଲ ଇଂଜିନିୟରିଂ, ଡାଇଗ୍ନୋଷ୍ଟିକ୍ , ଜୈବ-ଖଣିଜ ପ୍ରକ୍ରିୟାକରଣ, ଜୈବବିବିଧତା ପରି ପ୍ରମୁଖ ସମ୍ଭାବ୍ୟ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଉଲ୍ଲେଖ କରିଥିଲେ ।


ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ଓ ଭାରତ ସରକାରଙ୍କ ପ୍ରତିନିତଧିମାନେ ଯଥାର୍ଥ ସେବା ପ୍ରଦାନ ଓ ପ୍ରଶାନସିକ ସୁବିଧା ନିମନ୍ତେ ସୁଦୃଡ଼ କାର୍ଯ୍ୟାନ୍ୱୟନ ଢାଞ୍ଚା, ସାଂଗଠନିକ ବ୍ୟବସ୍ଥା, ତଦାରଖ ଓ ମୂଲ୍ୟୟନ ବ୍ୟବସ୍ôଥା, ଡିଜିଟାଲ ପ୍ଲାଟଫର୍ମ, ତଥ୍ୟ ସଂଗ୍ରହଣ ଓ ଆନ୍ତଃସଂଯୁକ୍ତ ବ୍ୟବାସ୍ଥଗୁଡ଼ିକ ଉପରେ ମତ ଦେଇଥିଲେ । ବିଜ୍ଞାନ ଓ କାରଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତିନିଧି ତଥା ଅଂଶୀଦାରମାନଙ୍କ ସହିତ ମତବିନିମୟ ସମୟରେ ବାୟୋଟେକ୍‌ନୋଲୋଜି ନୀତିରେ ବାୟୋ- ସାମୁଦ୍ରିକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ଓ ସେ ଦିଗରେ ରାଷ୍ଟ୍ରୀୟ ସାମୁଦ୍ରିକ ବିଜ୍ଞାନ ପ୍ରତିଷ୍ଠାନ ସହିତ ସଂପର୍କ ରଖିବା ଉପରେ ପରାମର୍ଶ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments