Monday, May 20, 2024
Homeରାଜ୍ୟର ଆଇଟିଆଇଗୁଡିକୁ ଜାତୀୟ ସଫଳତା
Array

ରାଜ୍ୟର ଆଇଟିଆଇଗୁଡିକୁ ଜାତୀୟ ସଫଳତା

ଭୁବନେଶ୍ବର: ଆମ ରାଜ୍ୟର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଭାରତରେ ଆଗୁଆ ଅନୁଷ୍ଠାନ ଭାବରେ ପରିଗଣିତ ହୋଇଛି। ଭାରତର ୧୦୦ଟି ଉନ୍ନତ ଶିଳ୍ପ ତାଲିମ ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୧୧ଟି ଅନୁଷ୍ଠାନ ତାଲିକାଭୁକ୍ତ ହୋଇ ପ୍ରଶଂସା ଅର୍ଜନ କରିବା ଓଡ଼ିଶା ପାଇଁ ଗୌରବର ବିଷୟ। ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଂଜୟ କୁମାର ସିଂଙ୍କ ଭାଷାରେ-‘ଏପରି ଗୌରବ ଆମ ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହିତ ରାଜ୍ୟର ଶିଳ୍ପ ପ୍ରଗତିର ପୃଷ୍ଠାରେ ସେମାନଙ୍କ ସଫଳତାକୁ ସ୍ୱୀକାର କରିବ।

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ଅଧୀନସ୍ଥ ତାଲିମ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସାରା ଦେଶରେ ରହିଥିବା ଶିଳ୍ପ ତାଲିମ ଅନୁଷ୍ଠାନଗୁଡ଼ିକର ଗୁଣାତ୍ମକତା, ସ୍ଥିତାବସ୍ଥା ଓ ସଫଳତାକୁ ବିଚାର କରିବା ନିମନ୍ତେ ଗୋଟିଏ ଗ୍ରେଡିଂ ପଦକ୍ଷେପ ଗ୍ରହଣ କରାଯାଇଥିଲା ଗ୍ରେଡିଂ ଶେଷ ହୋଇଛି। ସମଗ୍ର ଭାରତରେ ଓଡ଼ିଶାର ୧୧ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ ଉତ୍କୃଷ୍ଟ ସ୍ତରରେ ସ୍ଥାନିତ ହୋଇଛନ୍ତି। ଦେଶର ଶ୍ରେଷ୍ଠ ୨୦ଟି ପ୍ରତିଷ୍ଠାନ ମଧ୍ୟରେ ଓଡ଼ିଶାର ୨ଟି ଅନୁଷ୍ଠାନ ସ୍ଥାନିତ ହୋଇଥିବା ବେଳେ ୫୦ଟି ମଧ୍ୟରେ ଓଡ଼ିଶାର ୪ଟି ପ୍ରତିଷ୍ଠାନ ସ୍ଥାନ ପାଇଛନ୍ତି। ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏକାଦଶ ଓ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପଞ୍ଚଦଶ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛନ୍ତି।

କେବଳ ସେତିକି ନୁହେଁ, ଯାଜପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ୨୪ ତମ ସ୍ଥାନରେ, ଝାରସୁଗୁଡ଼ା ୪୫ତମ ସ୍ଥାନରେ, ଭଦ୍ରକ ଜିଲ୍ଲାର ଦି ଅଲ୍‌ମାଇଟି ଟେକ୍‌ନିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ୫୨ତମ ସ୍ଥାନରେ, ପୁରୀର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ୬୧ତମ ସ୍ଥାନରେ, ସୁନ୍ଦରଗଡ଼ର ଡାଲମିଆ ଘରୋଇ ଆଇଟିଆଇ ୬୪ତମ ସ୍ଥାନରେ, କଟକ ଜିଲ୍ଲାର ଶ୍ରୀଗୁରୁ ଆଇଟିଆଇ ୬୫ତମ ସ୍ଥାନରେ, ଭଦ୍ରକର ଚରମ୍ପା ଆଇଟିଆଇ ୬୬ତମ ସ୍ଥାନରେ, ମୟୂରଭଞ୍ଜର ତକତପୁର ଆଇଟିଆଇ ୭୩ତମ ସ୍ଥାନରେ ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସରକାରୀ ଆଇଟିଆଇ ୮୮ତମ ସ୍ଥାନରେ ରହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments