Wednesday, May 8, 2024
Homeକଳ। ଓ ସଂସ୍କୃତିରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍

ଭୁବନେଶ୍ୱର: ସ୍ଥାନୀୟ ସିଆର୍‌ପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ କରୋନା ପରିପ୍ରେକ୍ଷୀରେ ବନ୍ଦ ରହିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୫‘ଟି’ ପଦକ୍ଷେପ ସ୍ୱରୂପ ଦର୍ଶକମାନଙ୍କ ପାଇଁ ଅନନ୍ୟ ଆଦିବାସୀ କଳାବସ୍ତୁ, ହାବିଟାଟ୍‌ ଓ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ପରିଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଛି।

୧୯୫୨ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ରାଜ୍ୟର ୬୨ଟି ଜନଜାତି ସଂପ୍ରଦାୟର ଜୀବନଶୈଳୀ ଓ ସଂସ୍କୃତିର ପ୍ରଦର୍ଶନ କରାଯାଉଛି। ‘ଟ୍ରାଇବାଲ୍‌ ମୁ୍ୟଜିୟମ୍‌’ ଭାବେ ଜଣାଶୁଣା ଏହି ମୁ୍ୟଜିୟମ୍‌କୁ ‘ମୁ୍ୟଜିୟମ୍‌ ଅଫ୍‌ ମ୍ୟାନ୍‌’ କୁହାଯାଇ ପାରିବ। ଏଥିରେ ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ ରଖାଯାଇଛି।

ଭର୍ଚୁଆଲ୍‌ ଭାବେ ମୁ୍ୟଜିୟମ୍‌ ପରିଦର୍ଶନ କରିବାକୁ ଆଗ୍ରହୀ ବ୍ୟକ୍ତିବିଶେଷ ଫେସ୍‌ବୁକ୍‌ ଓ ଟୁଇଟରରେ ଏସ୍‌ସିଏସ୍‌ଟିଆର୍‌ଟିଆଇ@scstrti  ଓ ଏସ୍‌ଟିଆଣ୍ଡଏସ୍‌ସି ଡେଭ୍‌ଲପ୍‌ମେଣ୍ଟ ଡିପାର୍ଟମେଣ୍ଟ, ମାଇନୋରିଟିସ୍‌ ଆଣ୍ଡ ବ୍ୟାକ୍‌ୱାର୍ଡ କ୍ଲାସ୍‌ େୱଲ୍‌ଫେୟାର ଡିପାର୍ଟମେଣ୍ଟ ଓଡ଼ିଶା @ stscdev  ପେଜ୍‌ ଖୋଲି ଦେଖିପାରିବେ। ପ୍ରତ୍ୟେକ ସପ୍ତାହରେ ଦର୍ଶକମାନେ ଭିନ୍ନଭିନ୍ନ ଗ୍ୟାଲେରୀ ଓ ଜନଜାତି ବାସଗୃହ ପରିଦର୍ଶନ କରିପାରିବେ।

ଏହି ଭର୍ଚୁଆଲ୍‌ ଟୁର୍‌ ଅଗଷ୍ଟ ୨ ତାରିଖଠାରୁ ଆରମ୍ଭ ହୋଇଛି। ଏହା ୧୪ ସପ୍ତାହବ୍ୟାପୀ ଚାଲିବ। ଆଉ ମଧ୍ୟ ଦର୍ଶକମାନେ ପ୍ରତ୍ୟେକ ସପ୍ତାହରେ ଜନଜାତିଙ୍କ ଜୀବନଶୈଳୀର ବିଭିନ୍ନ ଦିଗ ଉପରେ ବୃତ୍ତଚିତ୍ର ମାନ ଦେଖିପାରିବେ। ଅଗଷ୍ଟ ୨ ତାରିଖ ଦିନ ଦର୍ଶକମାନେ ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ମୁଖ୍ୟ ଗ୍ୟାଲେରୀ, ଅଗଷ୍ଟ ୯ ତାରିଖ ଦିନ ପ୍ରାଚୀନ ଜନଜାତି ଗୋଷ୍ଠୀର ଗ୍ୟାଲେରୀକୁ ଭର୍ଚୁଆଲ୍‌ ଟୁର କରିଥିଲେ। ଅଗଷ୍ଟ ୧୬ ତାରିଖ ଦିନ ସଂଗ୍ରହାଳୟରେ ଥିବା ଜୁଆଙ୍ଗ, ସାନ୍ତାଳ, ଗୋଣ୍ଡ ଓ ଲାଞ୍ଜିଆ ସଉରା ଘରକୁ ଭର୍ଚୁଆଲ୍‌ ଟୁର କରିପାରିବେ। ଏହା ଦ୍ୱାରା ପର୍ଯ୍ୟଟକମାନେ ଘରେ ବସି ସଂଗ୍ରହାଳୟ ବୁଲି ପରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments