Monday, May 20, 2024
Homeସାକ୍ଷ।ତକାରଶବ୍ଦକୁ ମାପୁଥିବା ଗାଳ୍ପିକ

ଶବ୍ଦକୁ ମାପୁଥିବା ଗାଳ୍ପିକ

 ଜୀବନର କେଉଁ ସବୁ ଅନୁଭୁତିକୁ ନେଇ ଗଳ୍ପରେ ଲେଖିହୁଏ ନାହିଁ ବୋଲି ଆପଣ ବିଶ୍ବାସ କରନ୍ତି?
ଉତ୍ତର: ଗାଳ୍ପିକଠାରେ ଖୁବ୍‌ ସ୍ପେସ୍‌ ଥାଏ, କୌଣସି ସଂକ୍ରାନ୍ତରେ ଲେଖିପାରିବାକୁ। ତେବେ ଆତ୍ମାନୁଭୁତି ଲେଖିବା ଏକ ଜଟିଳ ପ୍ରକ୍ରିୟା, କିନ୍ତୁ ଅସାଧ୍ୟ ନୁହେଁ।

ଆପଣ କହିବେ କିି ଗଳ୍ପ ଲେଖିବା ପଛରେ ଆପଣଙ୍କ କେଉଁ ଉଦ୍ଦେଶ୍ୟଟି ସତରେ ନାହିଁ।
ଉ: ଗଳ୍ପ ଲେଖି ପରିଚୟ ତିଆରିବା ଉଦ୍ଦେଶ୍ୟଟିଏ ଅଛି କିନ୍ତୁ ପ୍ରତିପୋଷିତ ହେବାର ଲକ୍ଷ୍ୟଟିଏ ନାହିଁ।

ଶବ୍ଦ ଏବଂ ଭାବ ଭିତରୁ ଆପଣ କାହାକୁ ବେଶୀ ଗୁରୁତ୍ବ ଦିଅନ୍ତି?
ଉ: ଶବ୍ଦ/ ଭାବ ଭିତରୁ ମୁଁ ଭାବର ଗୁରୁତ୍ବ ଦେଇ ଆସିଛି। ଶବ୍ଦକୁ ଭାବରେ ପ୍ରକାଶ କରିବାରେ ଅଡ଼ୁଆ ନାହିଁ।

ଓଡ଼ିଆ ଗଳ୍ପର ବର୍ତ୍ତମାନିକ ସ୍ଥିତି ସମ୍ପର୍କରେ ଆପଣଙ୍କ ମତ କ’ଣ?
ଉ: ଅଚାନକ ଓଡ଼ିଆ ଗଳ୍ପ ଜଗତର ଯେପରି ନିଦ୍ରାଭଙ୍ଗ ହୋଇ ଗଲାପରି ଲାଗୁଛି। ଗପ ଲେଖିବାର ଅଦମ୍ୟ ସାହାସଟିକେ, ଏବର ଗାଳ୍ପିକ ପାଇପାରୁଛି।

ଆପଣଙ୍କ ଲେଖକ ଜୀବନର ଏମିତି କିଛି କଥା କହିବେ କି ଯାହା ଆପଣ କହିବାକୁ ଚାହୁଁ ନାହାନ୍ତି।
ଉ: ଲେଖକ ଜୀବନରେ ଢେର ଅହେତୁକ ଆଦର ପାଇଛି। ଅନାଦର ମଧ୍ୟ। ତେବେ ସେସବୁ ନକହିବା ମଙ୍ଗଳ।

ଆପଣ ଯଦି ଅମିୟ ବେଜଙ୍କୁ ପ୍ରଶ୍ନ କରିଥାନ୍ତେ କେଉଁ କଥାଟି ପ୍ରଥମେ ପଚାରିଥାନ୍ତେ ଏବଂ ତା’ର ଉତ୍ତରରେ କ’ଣ କହିଥାନ୍ତେ?
ଉ: ଅମିୟ ବେଜଙ୍କୁ ମୁଁ ପ୍ରଶ୍ନ କରନ୍ତି- ସଂପର୍କର ଭଙ୍ଗା/ଯୋଡ଼ା ରହସ୍ୟକୁ ଛାଡ଼ି ଅନ୍ୟ ଗପ ଆପଣଙ୍କୁ ଲେଖି ଆସେକି?
ଉତ୍ତରରେ ସମ୍ଭବତଃ ଏହା ରୁହନ୍ତା- ‘ନା’!

ଆପଣଙ୍କ ଗଳ୍ପର ପାଠକମାନେ କହିଥିବା ଏମିତି ଗୋଟେ ଧାଡ଼ି କୁହନ୍ତୁ ଯାହା ଆପଣ କେବେ ଭୁଲି ପାରିବେ ନାହିଁ?
ଉ: ଅଧିକାଂଶ ଗପରେ ନାରୀ ମନସ୍ତତ୍ତ୍ବକୁ ଭେଟି, ଆରମ୍ଭରୁ ଅନେକ ପାଠକ ସନ୍ଦେହ/ ପ୍ରଶ୍ନ କରିଛନ୍ତି- ମୁଁ ପୁରୁଷ ନା ନାରୀ? ସେମାନଙ୍କ ଏ ସନ୍ଦେହକୁ ମୁଁ ଆଦୌ ଭୁଲିବିନି। ଏଥିରୁ ଢେର ଉତ୍ସାହ ମିଳିଛି ମଧ୍ୟ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments