Thursday, May 9, 2024
Homeକଳ। ଓ ସଂସ୍କୃତିସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଦେବଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ     

ସମ୍ବଲପୁର: ଲକ୍‌ଡାଉନ୍‌ କଟକଣା ମଧ୍ୟରେ ସମ୍ବଲପୁରରେ ପରମ ପ୍ରେମମୟ ଶିବ ଓ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଥିବା ଶୀତଳଷଷ୍ଠୀ ଯାତ୍ରା ପରଂପରାରେ ବ୍ୟତିକ୍ରମ ଦେଖାଯାଇଛି। ପ୍ରଥମଥର ପାଇଁ କନ୍ୟା ଘର ପରିବର୍ତ୍ତେ ମହାଦେବଙ୍କ ବିବାହ ନିଜ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ବରବେଶୀ ମହାଦେବ ଏଥର ବରଯାତ୍ରୀ ଶୋଭାଯାତ୍ରାରେ କନ୍ୟାଳୟକୁ ବାହାରି ନାହାନ୍ତି। ସହର ରାସ୍ତାରେ ବାଦ୍ୟ, ନାଚ, ଗୀତ ଦେଖିବାକୁ ମିଳି ନାହିଁ। ବରବେଶରେ ମହାଦେବଙ୍କ ପୂଜର୍ଚ୍ଚନା ଓ ଆଳତି ପରେ ବୁଧବାର ବିଳମ୍ବିତ ରାତିରେ ମନ୍ଦିର ପ୍ରାଙ୍ଗଣରେ ହିଁ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିପରି ବିବାହ ପରେ ବି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଦେବ ଦମ୍ପତି ନଗର ପରିକ୍ରମା କରି ନାହାନ୍ତି।

ନନ୍ଦପଡ଼ାର ବଂବଂ ବରାଡ୍‌ ବାଲୁଙ୍କେଶ୍ବର ବାବାଙ୍କୁ ବୁଧବାର ସଂଧ୍ୟାରୁ ବରବେଶରେ ସଜାଇବା ଆରମ୍ଭ ହୋଇଥିଲା। ସୁନା ଓ ରୁପା କାରୁକାର୍ଯ୍ୟରେ ସଜ୍ଜିତ ପରଭାରେ ଶୋଭିତ ବାଲୁଙ୍କେଶ୍ବରଙ୍କ ମନ୍ଦିର ସମ୍ମୁଖ ଆସ୍ଥାନରେ ମହା ଆଳତି ପରେ ବାଲୁଙ୍କଶ୍ବର କଲ୍ୟାଣ ମଣ୍ଡପସ୍ଥିତ ବାହା ବେଦୀକୁ ନିଆ ଯାଇଥିଲା। ସେଠାରେ ପୂର୍ବରୁ ଉପସ୍ଥିତ କନ୍ୟା ପକ୍ଷ ବରପକ୍ଷଙ୍କୁ ସ୍ବାଗତ କରିଥିଲେ। ମଧ୍ୟରାତ୍ରୀରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କୁ ମଧ୍ୟ ସଂଧ୍ୟାରୁ ବେଶ କରା ଯାଇଥିଲା। ଆକର୍ଷଣୀୟ ପରଭାରେ ସଜ୍ଜିତ ଲୋକନାଥ ବାବାଙ୍କର ମନ୍ଦିର ପରିସରରେ ମହାଆଳତି ପରେ ଆରଣ୍ୟକ ମଣ୍ଡପରେ ସଜ୍ଜିତ ବାହା ବେଦୀକୁ ନିଆ ଯାଇଥିଲା। ସେଠାରେ ଉପସ୍ଥିତ କନ୍ୟା ପକ୍ଷ ମାତା ପାର୍ବତୀଙ୍କୁ ନବବଧୁ ରୂପରେ ସଜ୍ଜିତ କରିଥିଲେ। ରାତିରେ ଆରଣ୍ୟକ ରୀତିନିତିରେ ବିବାହ କାର୍ଯ୍ୟ ଚାଲିଥିଲା। ମୁଦିପଡ଼ାର ଜାଗେଶ୍ବର ବାବାଙ୍କର ମଧ୍ୟ ଅନୁରୂପ ଢଙ୍ଗରେ ବେଶଭୂଷା, ପୂଜାର୍ଚ୍ଚନା ଓ ଆଳତି ହୋଇଥିଲା। ମନ୍ଦିର ପ୍ରାଙ୍ଗଣରେ ଲୋକାଚାର ଭିତ୍ତିରେ ମାନବୀୟ ରୀତିନୀତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ବଡ଼ବଜାରର ଶୀତଳେଶ୍ବର ବାବାଙ୍କ ବିବାହ ମଧ୍ୟ ମନ୍ଦିର ପରିପାର୍ଶ୍ବରେ ଅନୁଷ୍ଠିତ ହୋଇଯାଇଛି। ବିବାହର ସମସ୍ତ ରୀତିନୀତି ପରେ ସଂଧ୍ୟାରୁ ବାବାଙ୍କୁ ବରବେଶରେ ସଜା ଯାଇଥିଲା। ଅଳତୀ ଓ ପୂଜାର୍ଚ୍ଚନା‌ ପରେ ସେହି ନିକଟରେ ପ୍ରସ୍ତୁତ ବିବାହ ବେଦୀରେ ବାହାଘର ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ହାତଗଣ୍ଠି ପଡ଼ିଥିଲା। ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ବିବାହ ମଧ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ସଂଧ୍ୟାରେ ବାବାଙ୍କ ବେଶଭୂଷା, ପୂଜାର୍ଚ୍ଚନା, ମଙ୍ଗଳ ଆଳତି ହୋଇଥିଲା। ସେହିପରି ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜାର ପାହାଡେ଼ଶ୍ବର ବାବା, ଦୁର୍ଗାପାଲିର ଗୁଡେ଼ଶ୍ବର ବାବା, ଭତରାର ଶ˚କର ବାବା, ଗୋବିନ୍ଦତୋଲାର ସ୍ବପ୍ନେଶ୍ବର ବାବା, ସାକ୍ଷୀପଡ଼ାର ଓଁକାରେଶ୍ବର ବାବା, ସିନ୍ଦୁରପଙ୍କର ତାରକେଶ୍ବର ବାବା, କଟରଧୁଆର ମହାକାଳେଶ୍ବର ବାବାଙ୍କ ବିବାହ ଉତ୍ସବ ମଧ୍ୟ ନିରାଡ଼ମ୍ବରଭାବେ ଅନୁଷ୍ଠିତ ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments