Monday, May 20, 2024
Homeସାକ୍ଷ।ତକାରକବିତା ରସରେ ଭିଜିହୁଏ - ଆଙ୍ଗିକରେ ନୁହେଁ ଆତ୍ମିକରେ

କବିତା ରସରେ ଭିଜିହୁଏ – ଆଙ୍ଗିକରେ ନୁହେଁ ଆତ୍ମିକରେ

କବିତା ଭିତରେ କବି ଓ କବି ଭିତରେ କବିତା -କେଉଁଟାକୁ ଆପଣ ଗ୍ରହଣ କରନ୍ତି ?

କବିତା ଲେଖୁଥିବା ପ୍ରତ୍ୟେକ ମୁହଁ କବି ନୁହନ୍ତି, କିନ୍ତୁ କବି ମାତ୍ରକେ କବିତା ଲେଖନ୍ତି। ଏଇ ଦୃଷ୍ଟି କୋଣରୁ କବି ଭିତରେ ହିଁ କବିତା ।

କବିତା ରସରେ ଭିଜିହୁଏ- ଏହାକୁ ଆପଣଙ୍କ ଦର୍ଶନ କ’ଣ କହେ ?

ହଁ କବିତା ରସରେ ଭିଜିହୁଏ- ଆଙ୍ଗିକରେ ନୁହେଁ ଆତ୍ମିକରେ ।

ଶବ୍ଦ ସହ କେବେ ଝଗଡା କରିଛନ୍ତି ?ହଁ ଯଦି,କେବେ ?

ଅନ୍ୟମାନଙ୍କର ଏକ୍ଲାପଣକୁ ନିଜଭିତରେ ଭୋଗୁଥିବା ବେଳେ ନିଶବ୍ଦରେ ଶବ୍ଦ ସହ ମୋର ଖୁବ୍ ଝଗଡା ହୁଏ ।

ସବୁକଥା କବିତାରେ ଦସ୍ତଖତ ଦେଇହେବ ?

ନିଜ ଭାବକୁ କବିତାରେ ପ୍ରକାଶ କରିବାକୁ ମୁଁ ସହଜ ମନେକରେ, ତେଣୁ ହଁ ।

ସାଂପ୍ରତିକ ସାହିତ୍ୟ ପଟକୁ ମୁହଁ କଲେ ଆପଣଙ୍କ ହୃଦୟ କିଛି କହିବାର କେବେ ଶୁଣିଛନ୍ତି ?

ସାଂପ୍ରତିକ ସାହିତ୍ୟର ଭାବ,ଭାଷା,ଭୂମି ଓ ଭଙ୍ଗୀ ଉଚ୍ଚମାନର । ଜହ୍ନର ଜୋତ୍ସ୍ନା ଅଛି, ମାଟିର ବାସ୍ନା ଅଛି, ଅଛି ପୁଣି ଜୀବନକୁ ପାଖରୁ ନିରେଖି ଦେଖିପାରୁଥିବା ଜୀବନ ଦର୍ଶନ ନାମକ ତୃତୀୟ ଚକ୍ଷୁ ।

ପଠନମନସ୍କ କଵି ତାଲିକାରେ ନିଜକୁ ରଖନ୍ତି ?

ପ୍ରଥମେ ମୁଁ ଜଣେ ପ୍ରଚଣ୍ଡ ପାଠକ ।

ସମ୍ବେଦନଶୀଳତାକୁ ସାରସ୍ୱତ ଯଜ୍ଞରେ କେଉଁ ସ୍ଥାନ ଦେବେ ?

ଉର୍ଦ୍ଧ୍ବରେ 

ଆଗକୁ ନେଇ ଧାଡିକିଆ କବିତା ..

ଜୀବନ-କବିତା     କବିତା-ଜୀବନ

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments