Thursday, May 9, 2024
Homeକଳାହାଣ୍ଡିକେନ୍ଦ୍ର ସରକାରଙ୍କ ସଫଳତା ତାଲିକାରେ କଳାହାଣ୍ଡି

କେନ୍ଦ୍ର ସରକାରଙ୍କ ସଫଳତା ତାଲିକାରେ କଳାହାଣ୍ଡି

ଲାଞ୍ଜିଗଡ ଓ ଥୂଆମୁଳ ରାମପୁର ବ୍ଲକର ଝରଣାପାଣିର ଉପଯୋଗ ନେଇ ସ୍ଥାନିତ
ଦୁଇଟି ବ୍ଲକର ୧୧ଟି ସ୍କୁଲ ଓ ୩୨ଟି ଗାଁରେ ଗ୍ରାଭିଟି ୱାଟର କାର୍ଯ୍ୟକ୍ରମ

ଭାରତ ସରକାରଙ୍କ ଏଡମିନିଷ୍ଟ୍ରେଟିଭ ରିଫର୍ମସ ଏଣ୍ଡ ପବ୍ଲିକ ଗ୍ରୀଭାନସେସ ବିଭାଗ ପକ୍ଷରୁ ସାରା ଭାରତ ବର୍ଷର ସଫଳତା ପାଇଥିବା ୬୨ଟି ଭିନ୍ନ ସ୍ୱାଦର ବିକାଶକୁ ନେଇ ସଫଳତାର କାହାଣି ଉପରେ ଦ ବିଗିନିଙ୍ଗସ ପୁସ୍ତକ ପର୍ଯ୍ୟବେସିତ ହୋଇଛି । ଏହି ସଫଳତା ପୁସ୍ତକରେ ଓଡିଶାର କୃଷି ବିଭାଗର ଶ୍ରୀ ପଦ୍ଧତି ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକରେ ଝରଣାପାଣିର ଉପଯୋଗ ନେଇ ଗ୍ରାଭିଟି ୱାଟର କାର୍ଯ୍ୟକ୍ରମ ସ୍ଥାନ ପାଇଛି । କଳାହାଣ୍ଡି ଜିଲ୍ଲା କେତେବେଳେ ଦାନ ମାଝୀ ପାଇଁ ତ କେତେବେଳେ ଅପହଞ୍ଚ ବିକାଶ ପାଇଁ ଜାତୀୟ ଅର୍ନ୍ତଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ଥିବାବେଳେ ଏଭଳି ସଫଳତା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଏକ ନୂଆ ଆଶା ସଂଚାର ହୋଇଛି ।

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳରେ ପାନୀୟଜଳ ସମସ୍ୟା ଉତ୍କଟ ଅଟେ । ଜିଲ୍ଲାର ଥୂଆମୂଳ ରାମପୁର ଓ ଲାଞ୍ଜିଗଡ ବ୍ଲକରେ ଏହି ସମସ୍ୟା ଆହୁରି ଉଦବେଗ ଜନକ ଅଟେ । ୨୦୧୨-୧୩ ମସିହାରେ ଇନୋଭେସନ ପାଣ୍ଠି ମାଧ୍ୟମରେ ୧୧ଟି ଆଶ୍ରମ ସ୍କୁଲ ଓ ୩୨ଟି ଗାଁରେ ଏହି ଦୁଇଟି ବ୍ଲକରେ ଝରଣାପାଣିକୁ ଉପଯୋଗ କରିବା ପାଇଁ ଗ୍ରାଭିଟି ୱାଟର କାର୍ଯ୍ୟକ୍ରମ ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ଥୂଆମୂଳ ରାମପୁର ବ୍ଲକର ଦୁର୍ଗମ ଅଂଚଳର ପୁଲିଂପଦର, ସାଇସୁରନି, ଡୁମେରପଦର, ବିଷମଗିରି, ମର୍ଡିଗୁଡା, ଟାଙ୍ଗ୍ରି, ଫଟକିମହୁଲ, ଢୋଲଫାସ, ଟାଡାଦେଇ, ସର୍ଗିପଦର, ଲାଞ୍ଜିଗଡ ବ୍ଲକର କାନକୁଟ୍ରୁ, ପୁଞ୍ଜାମ, କାଞ୍ଚନମୁହିଁ, ଜିରାଗାଁ, ବୋରପଦର ସମେତ ୩୨ଟି ଗାଁରେ ନିକଟସ୍ଥ ଝରଣାପାଣିକୁ ଉଚ୍ଚସ୍ଥାନକୁ ପାଇପ ଯୋଗେ ଆଣି ଫିଲ୍ଟର ଟ୍ୟାଙ୍କ ସ୍ଥାପନ କରି ବିଶୋଧନ କରାଯାଏ । ପରେ ପାନୀୟଜଳ ଓ ଅବଶିଷ୍ଠ ପାଣିକୁ ଜଳସେଚନ ପାଇଁ ବ୍ୟବହାର କରାଯାଏ ।

ବର୍ତ୍ତମାନ ଏହି ସଫଳତା ପରେ ଆହୁରି ୪୨ଟି ଗ୍ରାମରେ ଏହି ଗ୍ରାଭିଟି ୱାଟର କାର୍ଯ୍ୟକ୍ରମକୁ ନିଆଯାଇଛି । ଏହା ଦୁର୍ଗମ ଅଞ୍ଚଳପାଇଁ ଭଗିରଥ ହେବ ବୋଲି ସାଧାରଣରେ ଆଶା ସଂଚାର ହୋଇଛି । ସାରା ଭାରତରେ ଏହି ସଫଳତା ନେଇ ଅଂଚଳବାସୀ ତଥା ଜିଲ୍ଲାପ୍ରଶାସନ ଉତ୍ସାହିତ ହୋଇଛନ୍ତି । କଳାହାଣ୍ଡିର ଜଳପୁରୁଷ କୁହାଯାଉଥିବା ସୋସିଆଲ ଇଂଜିନିୟର ଲାଞ୍ଜିଗଡ ବ୍ଲକର ମାଲିଯୁଆଙ୍ଗ ଅଞ୍ଚଳର ସ୍ୱର୍ଗତ କାର୍ଜି ମାଝୀଙ୍କ ପାହାଡତଳୁ ପାହାଡ ଉପରକୁ ଝରଣାପାଣିକୁ ନେଇ ପ୍ରଥମେ ଗ୍ରାଭିଟି ୱାଟର ମାଧ୍ୟମରେ ଜଳସେଚନ କରିବା ପାଇଁ ଅଣ୍ଟାଭିଡିଥିଲେ । ଏହା ଦେଖିବା ପାଇଁ ଦେଶ ତଥା ବିଦେଶର ବହୁ ଗବେଷକ କାର୍ଜି ମାଝୀ ଗାଁରେ ପହଞ୍ଚିଥିଲେ । ଏହି ଗ୍ରାଭିଟି ୱାଟରର ମଡେଲ କଳାହାଣ୍ଡି ପାଇଁ ସଫଳତା ଆଣିବା ଜିଲ୍ଲାର ବିକାଶ ମାନଚିତ୍ରରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments