Thursday, May 9, 2024
Homeକଳାହାଣ୍ଡିକଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ

କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ

ବିପୁଳ ପରିମାଣର ମାଓ ସାମଗ୍ରୀ, ବନ୍ଧୁକ ଓ ଗୁଳି ଜବତ  

ଭବାନୀପାଟଣା: କଳାହାଣ୍ଡି- କନ୍ଧମାଳ ସୀମାନ୍ତର ମଦନ ପୁର ରାମପୁର ଥାନା ଅନ୍ତର୍ଗତ ଜାରକା ରିଜର୍ଭ ଜଙ୍ଗଲ ଓ ବୁରହାନି ରିଜର୍ଭ ଜଙ୍ଗଲରେ ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଉଭୟ ଜିଲ୍ଲା ପୁଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସର୍ଚ୍ଚ ଅପରେସନରେ କନ୍ଧମାଳ ଜିଲ୍ଲା ପଟୁ ଦୁଇ ବାଟାଲିୟନ ଫୋର୍ସ ଏବଂ କଳାହାଣ୍ଡି ଜିଲ୍ଲା ପଟୁ ୩ ବାଟାଲିୟନ ଏସଓଜି ଫୋର୍ସ, ୨ ବାଟାଲିୟନ ସିଆରପିଏଫ  ଓ ୨ ବାଟାଲିୟନ କୋବ୍ରା ଫୋର୍ସ ସାମିଲ ଥିଲେ।

ଉଭୟ ପଟୁ ଘଞ୍ଚ ଜଙ୍ଗଲ ମଧ୍ୟରେ କମ୍ବିଂ ଅପରେସନ ସମୟରେ ୨୦ ରୁ ୨୫ ମାଓବାଦୀ ଥିବା ଅନୁମାନ କରିଥିଲେ। ମାଓବାଦୀ ମାନଙ୍କ ତରଫରୁ ପ୍ରଥମେ ପୁଲିସ ଉପରକୁ ଗୁଳି କରାଯାଇଥିଲା। ପୁଲିସ ପକ୍ଷରୁ ଉଭୟ ପଟୁ ସୀମାନ୍ତରୁ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ବର୍ଷଣ କରାଯାଇଥିଲା। ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ।

 ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗୋଟିଏ ଇନସାସ ରାଇଫଲ, ୯ ଟି ୫.୫୬ ମି ମି  ଗୁଳି, ଗୋଟିଏ ମାଓ ଡ୍ରେସ, ୨ ଟି ମାଗାଜିନ, ଗୋଟିଏ କଲା ବେଲ୍ଟ, ମାଓ ପ୍ରଚାରପତ୍ର, ଗୋଟିଏ ଏମୁନେସନ ପାଉଚ,୩ ଟି ହାବର ସକ, ଇଲେକଟ୍ରି ତାର ବ୍ୟାଟେରୀ ସମେତ ଅନ୍ୟାନ୍ୟ ଔଷଧ ସାମଗ୍ରୀ ଜବତ କରାଯାଇଛି। ଉଭୟ ଜିଲ୍ଲା ପୁଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ମାଓବାଦୀ ମାନେ ରାଜ୍ୟ ସରକାର ଓ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ଆହ୍ଵାନ ଦେବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦିଆଯିବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୬୪ ସିଆର୍‌ପିଏଫ୍‌ ବାଟାଲିୟନ କମାଣ୍ଡର ବିପ୍ଳବ ସରକାର ଓ କୋବ୍ରା ବାଟାଲିୟନର ଡେପୁଟି କମାଣ୍ଡର ପଙ୍କଜ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments