Wednesday, May 8, 2024
Homeସମ୍ବଲପୁରହାତୀ ଭାଙ୍ଗିଲା ଘର, ଆଈ-ନାତୁଣି ମୃତ

ହାତୀ ଭାଙ୍ଗିଲା ଘର, ଆଈ-ନାତୁଣି ମୃତ


ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଧମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୋଲଗାଁରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ହାତୀ ଘର ଭାଙ୍ଗି ଦେବାରୁ ଘର ଭିତରେ ଶୋଇଥିବା ଆଈ ଓ ନାତୁଣିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ଜୁଜୁମୁରା ବ୍ଲକ୍ କେଶାପାଲି ପଞ୍ଚାୟତର ସରପଞ୍ଚ ଉମାକାନ୍ତ ମିର୍ଦ୍ଧାଙ୍କ ବାପା କନ୍ଧ ମିର୍ଦ୍ଧା (୭୦), ମାଆ ଉର୍ମିଳା ମିର୍ଦ୍ଧା (୬୫) ଓ ଭାଣିଜି ରଶ୍ମିତା ମିର୍ଦ୍ଧା (୧୨) ତାଙ୍କ କୋଲଗାଁ ସ୍ଥିତର ଘରେ ଶୋଇଥିଲେ । ରାତି ପ୍ରାୟ ୨ଟାରେ ଏକ ହାତୀ ଆସି ତାଙ୍କ ଘରକୁ ଭାଙ୍ଗି ଦେଇଥିଲା । ଘର କାନ୍ଥ ପଡ଼ିବାରୁ ସେମାନେ ସମସ୍ତେ ଗୁରୁତର ଆହତ ହୋଇଥିଲେ । ହାତୀ ଚାଲିଯିବା ପରେ ସେମାନଙ୍କୁ ଜୁଜୁମୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଉର୍ମିଳା ଓ ରଶ୍ମିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର କନ୍ଧଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments