Sunday, May 19, 2024
Homeପର୍ଯ୍ୟଟନ ବିଭାଗରେ ପରିଚୟ ଖୋଜୁଛି ସିନ୍ଦେରଝର ଜଳପ୍ରପାତ
Array

ପର୍ଯ୍ୟଟନ ବିଭାଗରେ ପରିଚୟ ଖୋଜୁଛି ସିନ୍ଦେରଝର ଜଳପ୍ରପାତ

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଳାହାଣ୍ଡି ଜିଲ୍ଲାର ସ୍ବତନ୍ତ୍ର ସ୍ଥାନ ରହିଛି । ଜିଲ୍ଲାରେ ଅନେକ ଜଳପ୍ରପାତ, ,ଐତିହାସିକ ପାହାଡ, ଝରଣା ପ୍ରତ୍ନତାତ୍ତ୍ବିକ ସ୍ଥାନ ପ୍ରଚୀନ ମନ୍ଦିର  ଥିବା ବେଳେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇନାରିନାହିଁ ।  କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ସ୍ଥିତ ବଲଙ୍ଗୀ ଠାରେ ଥିବା ସିନ୍ଦେରଝର ଜଳ ପ୍ରପାତ ପର୍ଯ୍ୟଟନ ବିଭାଗରେ  ଏବେ ନିଜ ପରିଚୟ ଖୋଜୁଛି । ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଦୋମୁହାଁ ନୀତି ଯୋଗୁଁ  କଳାହାଣ୍ଡିର କଶ୍ମୀ କୁହାଯାଉଥିବା ଥୁଆମୁଳ ରାମପୁରର ବିକାଶରେ ବାଧା ଉପୁଜିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ପ୍ରାପ୍ତ ସୂଜନାରୁ ପ୍ରକାଶଯେ, କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତର ବଲଙ୍ଗୀ ଗାଁ ଠାରେ ସିନ୍ଦେରଝର ଜଳପ୍ରପାତ ଅବସ୍ଥିତ । ଗତ ୧୯୯୩୯୪ ମସିହାରେ ଏହି ଜଳପ୍ରପାତ ଲୋକ ଲୋଜନକୁ ଆସିଥିଲା । ଭବାନୀପାଟଣା ସହରରୁ ଏହି ଜଳପ୍ରପାତକୁ ଯିବାକୁ ହେଲେ ୮୬ କିମି ପଡୁଥିବା ବେଳେ ଥୁଆମୁଳ ରାମପୁରରୁ ମାତ୍ର ୧୩ କିଲୋମିଟର ପଡିଥାଏ । ପଥମେ ଜଳ ପ୍ରପାତକୁ ଯିବାକୁ ରାସ୍ତା ନଥିଲା । ଗ୍ରାମବାସୀଙ୍କ ସହଯୋଗରେ ବର୍ତ୍ତମାନ ରାସ୍ତା କରାଯାଇ ଦୁଇ ଚକିଆ ସହିତ ଜାରି ଚକିଆ ଗାଡି ମଧ୍ୟ ଯିବା ଆସିବା କରୁଛି । ଏହି ଜଳ ପ୍ରପାତକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସିଥାନ୍ତି । ବସିବା ପାଇଁ ବିଶ୍ରାମ ଗୃହ, ତଳକୁ ଯିବା ପାଇଁ ପାହାଚ, ଶୌଚାଳୟ କିମ୍ବା‌ ବଣ ଭୋଜି କରିବା ପାଇଁ କୌଣସି ସୁବିଧା ନଥିବା ଯୋଗୁଁ ଲୋକେ ନିରାଶ ହୋଇ ଫେରିଯାଇଥାନ୍ତି । ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଦୋମୁହାଁ ନୀତି ଯୋଗୁଁ ଏହି ଜଳପ୍ରପାତର ପାରିପାର୍ଶ୍ବିକର ବିକାଶ  ହୋଇ ପାରୁନାହିଁ । ଯଦି ସିନ୍ଦେରଝର ଜଳପ୍ରପାତ  ରାଜ୍ୟପର୍ଯ୍ୟଟନ ମାନଚିତ୍ରରେ ସାମିଲ  ହୁଅନ୍ତା ତାହେଲେ ଏହି ଅଞ୍ଚଳର ବିକାଶ ହେବା ସହିତ ଅନେକ ଯୁବକ ରୋଜଗାର କ୍ଷମ ହୋଇପାରନ୍ତେ । ସେହିଭଳି ବୋହି ଯା‌ଉଥିବା ଝରଣାପାଣି ପାହାଡ ତଳେ ବନ୍ଧା ଯାଏ ତାହେଲେ ଏକ ନୌକା ବିହାର କରାଯାଇ ପର୍ଯ୍ୟଟନ ବିଭାଗ ରାଜସ୍ବ ମଧ୍ୟ ଆଦାୟ ହୋଇ ପର୍ଯ୍ୟଟନର ମଧ୍ୟ ବିକାଶ ହୋପାରନ୍ତା । ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଫେବୃଆରୀ ୧୩ ଓ ୧୪ ତାରିଖରେ ବଲଙ୍ଗୀ ଗ୍ରାମବାସୀ ସିନ୍ଦେର ଉତ୍ସବ କରିଥାନ୍ତି । ଏହି ଉତ୍ସବରେ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଏଅଞ୍ଚଳର ବିକାଶ ଓ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପ୍ରତିଶୃତି ଦେଇଥାନ୍ତି । ହେଲେ ଉତ୍ସବରୁ ବାହାରକୁ ଆସିଲେ ଦେଇଥିବା ପ୍ରତିଶୃତିକୁ ଭୂଲି ଯାଉଥିବା ନେଇ ଗ୍ରମାବସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏ ଅଞ୍ଚଳର କିଛି ଲୋକଙ୍କ ଉଦ୍ୟମ କ୍ରମେ ଗତବର୍ଷ ପଶ୍ଚିମ ଓଡି‌ଶା ବିକାଶ ପାଣ୍ଠିରୁ ରାସ୍ତା ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଫଳରେ ପର୍ଯ୍ୟଟନ ସ୍ଥଳକୁ ଯିବା ପାଇଁ ମାଟି ରାସ୍ତା ନିର୍ମାଣ କରାଯାଇଛି । ଥୁଆମୁଳ ରାମପୁର ବ୍ଲକରେ ସିନ୍ଦେର ଜଳ ପ୍ରପାତ  ଭଳି ଅନେକ ଜଳ ପ୍ରପାତ ଥିବା ବେଳେ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ଆଖି ଆଢୁ ଆଳୁଆରେ  ରହିଛି । ତେଣୁ ତୁରନ୍ତ ପର୍ଯ୍ୟଟନ ବିଭାଗ ଏହି ଜଳପ୍ରପାତକୁ  ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments