Thursday, May 9, 2024
Homeଝାରସୁଗୁଡା୩ ଚୋରି ବଲେରୋ ଉଦ୍ଧାର, ୫ ଗିରଫ

୩ ଚୋରି ବଲେରୋ ଉଦ୍ଧାର, ୫ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ୩ଟ ଚୋରି ବଲେରୋ ଉଦ୍ଧାର କରିବା ସହିତ ଏହି ଚୋରିରେ ସଂପୃକ୍ତ ୪ ଅଭିଯୁକ୍ତ ଏବଂ ଚୋରି ବଲେରୋ କ୍ରୟ କରିଥବା ଜଣଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏସ୍‌ପି ରାହୁଲ ପିଆର୍‌ ଜଣାଇଛନ୍ତି ଯେ, ଗତ ଅଗଷ୍ଟ ମାସ ୨୩ ତାରିଖ, ୨୯ ତାରିଖ ଏବଂ ଚଳିତ ମାସ ୧୨ ତାରିଖ ଓ ୧୩ ତାରିଖରେ ୪ ଗୋଟି ବଲେରୋ ଚୋରି ହୋଇଥିଲା।

ପୁଲିସ ଏହା ଉପରେ ତଦନ୍ତ ଆରମ୍ଭ କରି ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ୩ ଗୋଟି ଚୋରି ବଲେରୋ ଉଦ୍ଧାର କରି ବଲୋରୋ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ବଲେରୋ ଗୁଡ଼ିକ ହେଲା ଓଡି୨୩ ଡି ୫୯୨୨, ଓଡି୨୩ ସି ୭୮୫୦ ଏବଂ ଜିଏ ୦୪ ଟି ୪୫୬୦ । ଗିରଫ ବ୍ୟକ୍ତି ମାନେ ହେଲେ ବରଗଡ଼ର ରାଜୀବ କୁଅଁର(୨୬), ସତ୍ୟମ ଚୌଧୁରୀ(୨୩), ପିଣ୍ଟୁ ଜୟପୁରିଆ( ୧୯) , କାହ୍ନା ଦାସ(୨୭) ଏବଂ କ୍ରୟ କରିଥିବା ବଉଦର ରାଜା ଓରଫ ଅବଦୁଲ ଓରଫ କଲିମ ଖାନ୍‌।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments