Monday, May 20, 2024
Homeଅନ୍ୟାନ୍ୟବର୍ଷେ ତିଷ୍ଠି ପାରିଲାନି ଯବାନଙ୍କ ବୈବାହିକ ଜୀବନ

ବର୍ଷେ ତିଷ୍ଠି ପାରିଲାନି ଯବାନଙ୍କ ବୈବାହିକ ଜୀବନ

ଭୁବନେଶ୍ବର: ଦେଶ ମାତୃକାର ସେବା କରିବା ସମସ୍ତଙ୍କର ଭାଗ୍ୟରେ ନଥାଏ। ଆଉ ଯେଉଁମାନେ ଏହି ସେବା କରିବା ପାଇଁ ଯୋଗ୍ୟ ହୋଇଥାନ୍ତି, ସେମାନେ ହେଉଛନ୍ତି ଭାରତମାତାର ସବୁଠାରୁ ସୁଯୋଗ୍ୟ ସନ୍ତାନ। ସେନାବାହିନୀରେ କର୍ମମୟ ଜୀବନକୁ ସଫଳତାର ସହିତ ସଂପନ୍ନ କରି ପରିବାର ପାଖକୁ ଫେରୁଥିବା ଯବାନ ନିଜକୁ ଅଧିକ ଭାଗ୍ୟବାନ ମନେ କରିଥାଏ। ସେନାରୁ ଅବସର ନେଇ ଯେତେବେଳେ ଜଣେ ଯବାନ ନିଜ ଜନ୍ମମାଟିକୁ ଫେରିଥାଏ, ସେହି ସମୟରେ ତାଙ୍କୁ ଆଉ ଗୋଟିଏ ଜନ୍ମନେଲା ପରି ଲାଗିଥାଏ। କାରଣ ତାଙ୍କର ପରିବାର ଓ ଜନ୍ମମାଟିରେ ଆନନ୍ଦାଶ୍ରୁ ଦେଖିବାକୁ ମିଳିଥାଏ। କ୍ଷୋଭର ବିଷୟ ହେଲା ଯେ, ଏହିଭଳି ମୁହୂର୍ତ୍ତ ସମସ୍ତଙ୍କ ଭାଗ୍ୟରେ ଆସି ନଥାଏ। ଅନେକ ଯବାନ ବୈବାହିକ ଜୀବନ ବର୍ଷେ ପୂରିବା ପୂର୍ବରୁ ସହିଦ ହୋଇଥିବାର ମଧ୍ୟ ନଜିର ରହିଛି। ଏହାର ଜ୍ବଳନ୍ତ ଉଦହାରଣ ହେଉଛନ୍ତି ସରୋଜ କୁମାର ଦାସ ଓ ସୁଶାନ୍ତ କୁମାର ଖୁଣ୍ଟିଆ।

ଯବାନଙ୍କୁ ବିବାହ କରି ଖୁସିଥିବା ଝିଅଟି ଯେତେବେଳେ ସହିଦ ଖବର ଶୁଣିବେ ଦୁଃଖରେ ଭାଙ୍ଗିପଡ଼ିବା ନିଶ୍ଚୟ। ବୈବାହିକ ଜୀବନ ପରେ ସନ୍ତାନ ଜନ୍ମ କରି ନଥିବା ମହିଳା କଷ୍ଟରେ କେମିତି ବଞ୍ଚୁଥିବା, ସେ ଅଭିଜ୍ଞତା ସାଧାରଣ ଲୋକ ଜାଣିପାରିବେ ନାହିଁ। ଅନେକ ଆଶା ଓ ଭରସା ନେଇ ଯବାନଙ୍କୁ ବିବାହ କରିଥିବା ଓଡ଼ିଆ ଝିଅଟି ସବୁଦିନ ପାଇଁ ଲୁହ ପିଇପିଇ ବଞ୍ଚିବାକୁ ବାଧ୍ୟ ହେବେ। ଦୁଃଖ ଏତିକିରେ ସରେନାହିଁ। ଯେଉଁ ଶିଶୁ ସହିଦ ହୋଇଥିବା ଯବାନ ବାପାଙ୍କୁ ଚିହ୍ନି ନାହିଁ, ଯେତେବେଳେ ବଡ଼ ହୋଇଯିବ ଆହୁରି ଦୁଃଖରେ ଭାଙ୍ଗିପଡ଼ିବ। କାରଣ ତାଙ୍କ ଜୀବନରେ ବାପାଙ୍କ ଠାରୁ କୌଣସି ସ୍ନେହଶ୍ରଦ୍ଧା ମିଳିନାହିଁ। କୌଣସି ବ୍ୟକ୍ତି ପାଇଁ ବାପା ହେଉଛନ୍ତି ବଳ।

ବନ୍ୟାରେ ଭାସିଗଲେ ସରୋଜ ଦାସ

ସିକିମର ପ୍ରଳୟଙ୍କରୀ ବନ୍ୟାରେ ୧୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହେବା ପୂର୍ବରୁ ସେମାନେ ବନ୍ୟାରେ ଭାସିଯାଇଛନ୍ତି। ଏଥିରେ ଜଣେ ଓଡ଼ିଆ ଯବାନ ମଧ୍ୟ ସାମିଲ ଅଛନ୍ତି। ସହିଦ ଓଡ଼ିଆ ଯବାନ ହେଲେ ସରୋଜ କୁମାର ଦାସ। ସେ ଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ନିବାସୀ। ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ରେ ସେନାରେ ଯୋଗ ଦେଇଥିଲେ। ଗତ ୭ ମାସ ତଳେ ଅର୍ଥାତ ଫେବ୍ରୁଆରି ୧୧ ତାରିଖ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ। ସିପାହୀରୁ ପଦୋନ୍ନତି ପାଇ ହାବିଳଦାର ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ। ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନଥିଲା। ସେ ନିଖୋଜ ଥିବା ଖବର ଟିଭିରୁ ଦେଖି ପରିବାର ପକ୍ଷରୁ ତାଙ୍କ ମୋବାଇଲ୍କୁ କଲ୍ କରାଯାଇଥିଲେ ବି ଫୋନ୍ ସୁଇଚ୍ ଅଫ୍ ଆସିଥିଲା।

ବିବାହର ୨ ମାସ ପରେ ଯବାନ ସହିଦ

ଗତ ଅଗଷ୍ଟ ୧୧ ତାରିଖର ଘଟଣା। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ କୋହ୍ଲାଣ ଜଙ୍ଗଲରେ ନକ୍ସଲ ଓ ସିଆର୍ପିଏଫ୍ ଯବାନଙ୍କ ମଧ୍ୟ ଗୁଳି ବିନିମୟ ହୋଇଥିଲା ଏହି ଗୁଳିକାଣ୍ଡରେରେ ସିଆର୍ପିଏଫ୍ ୬୦ ବାଟାଲିୟନର ହେଡ୍ କନେଷ୍ଟବଳ ସୁଶାନ୍ତ କୁମାର ଖୁଣ୍ଟିଆ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ରାଞ୍ଚିସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ୪ ନମ୍ବର ୱାର୍ଡ ଅନ୍ତର୍ଗତ ଖୁଣ୍ଟିଆ ସାହିରେ। ସେ ଗତ ଜୁନ ମାସରେ ବିବାହ କରିଥିଲେ।  

ବିବାହ ବାର୍ଷିକୀ ପୂର୍ବରୁ ସହିଦ

ଚଳିତ ବର୍ଷ ଏପିଲ ୨୦ ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମା ପଞ୍ଚାୟତ ଖଣ୍ତାୟତ ସାହି ବାସିନ୍ଦା ଦେବାଶିଷ ବିଶ୍ବାଳ ସହିଦ ହୋଇଥିଲେ। ସେ ଜମ୍ମୁ କାଶ୍ମୀରର ପୁଞ୍ଝ ଜିଲ୍ଲାରେ ସେନା ଗାଡ଼ି ଭିତରେ ଥିବା ବେସଳେ ଆତଙ୍କବାଦୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିଲେ। ଘଟଣା ଦିନ ଦିନ ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ି ଉପରକୁ ଗ୍ରେନେଡ଼ ମାଡ଼ କରିଥିଲେ। ଏହି ଘଟଣାରେ ଦେବାଶିଷଙ୍କ ସମେତ ମୋଟ ୫ ଜଣ ଯବାନ ସହିଦ ହୋଇଥିଲେ। ଦେବାଶିଷ ଜଣେ ରାଇଫଲ୍ସ ଯବାନ ଥିଲେ । ୨୦୨୧ ମସିହାରେ ସେ ସୁଶ୍ରୀ ସଙ୍ଗୀତା ବିଶ୍ବାଳଙ୍କୁ ବିବାହ କରିଥିଲେ । ଏବେ ସୁଶ୍ରୀ ଓ ଦେବାଶିଷଙ୍କର ଏକ ୧ ବର୍ଷ ବୟସର କନ୍ୟା ସନ୍ତାନ ରହିଛି। ତେବେ ଦୁଖଃର କଥା ଦେବାଶିଷ ଯେଉଁଦିନ ସହିଦ ହେଲେ, ଏହାର ଦିନକ ପରେ ବିବାହ ବାର୍ଷିକୀ ପାଳନ କରିଥାନ୍ତେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments