Monday, May 20, 2024
Homeଅନ୍ୟାନ୍ୟଏନ୍‌ଏଚ୍‌ ଟୋଲ ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ଏନ୍‌ଏଚ୍‌ ଟୋଲ ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି’ ପ୍ଲାଜାଗୁଡିକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡ଼ି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଯେ ଜାତୀୟ ରାଜପଥରେ ପଥକର ନିର୍ଦ୍ଧାରଣ ଏବଂ ଆଦାୟ ସଂକ୍ରାନ୍ତ ୨୦୦୮ ମସିହାର ଆଇନରେ ପରିବର୍ତ୍ତନ କରାଯାଇଛି। ତେଣୁ ଏବେ ଯାନବାହନ ଚାଳକମାନଙ୍କୁ ଫେରିବାର ୨୪ ଘଣ୍ଟା ମଧ୍ୟରେ ରିହାତି ସୁବିଧା ହାସଲ କରିବା ଏବଂ ଅନ୍ୟାନ୍ୟ ସମସ୍ତ ସ୍ଥାନୀୟ କରଛାଡ ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

ଜାତୀୟ ରାଜପଥର ଟୋଲ ଫି’ ପ୍ଲାଜାଗୁଡିକରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସରକାରଙ୍କ ଆଉ ଏକ ପଦକ୍ଷେପ। ଗାଡ଼ି ଚାଳକମାନଙ୍କ ପଥକର ବାବଦରେ ଯେଉଁ ଅର୍ଥ ଦେବାକୁ ହେବ ତାହା ପ୍ରିପେଡ୍‌ ବ୍ୟବସ୍ଥାରେ ହିଁ ହେବ। ସେହି ଦେୟ ଉପରେ ଆବଶ୍ୟକ ରିହାତି ମଧ୍ୟ ଡିଜିଟାଲ ବ୍ୟବସ୍ଥାରେ ହିସାବ କରାଯାଇ ନିୟମ ଅନୁସାରେ ଫେରସ୍ତ କରାଯିବ। ଏସବୁ ଦେଣନେଣ ସ୍ମାର୍ଟକାର୍ଡ ବା ଫାଷ୍ଟଟ୍ୟାଗ୍‌ରେ ହେଉଥିବାରୁ ସବୁ ଗାଡିଚାଳକ ଏଭଳି ବ୍ୟବସ୍ଥାକୁ ବ୍ୟବହାର କରିବାକୁ କୁହାଯାଇଛି।

ସଂଶୋଧନ ଅନୁସାରେ ଆହୁରି ମଧ୍ୟ ଗାଡି ଚାଳକଙ୍କ ପାଇଁ ଏପରି ସୁବିଧା ପ୍ରଦାନ କରାଯାଇଛି। ଯଦି କେହି ଚାଳକ ୨୪ ଘଣ୍ଟାରେ ଫେରିବା ଲାଗି ଦେୟ ରିହାତି ପାଇଥାଏ ସେଥିପାଇଁ ଆଗୁଆ ରସିଦ କିମ୍ବା ସୂଚନାର କୌଣସି ଆବଶ୍ୟକତା ନାହିଁ। ସେ ୨୪ ଘଣ୍ଟା ମଧ୍ୟରେ ଫେରିଲେ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ରିହାତି ପାଇପାରିବେ।  ଏଥିପାଇଁ ଗାଡିରେ ବୈଧ ଓ କାର୍ଯ୍ୟକ୍ଷମ ଫାଷ୍ଟଟ୍ୟାଗ୍‌ ଲଗାଇବାକୁ ପଡ଼ିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments