Monday, May 20, 2024
Homeଅନ୍ୟାନ୍ୟଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ

ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ

ଭୁବନେଶ୍ୱର,୧୮/୦୫/୨୦୨୩: ଆଜି ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ସଂଗ୍ରହାଳୟ ପରିଦର୍ଶନ କରିଥିବା ସମସ୍ତ ପରିଦର୍ଶକଙ୍କୁ ଫୁଲ ସହିତ ସ୍ୱାଗତ କରାଯିବା ସହ ଆଜି ଦିନର ମହତ୍ତ୍ୱ ସଂପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା ।

ସନ୍ଧ୍ୟାରେ ସଂଗ୍ରହାଳୟ, ନିରନ୍ତରତା ଏବଂ କଲ୍ୟାଣ ଉପରେ ଆଧାରିତ ଚଳିତ ବର୍ଷର ବିଷୟବସ୍ତୁ ନେଇ ଏକ ପ୍ୟାନେଲ୍‌ ଆଲୋଚନାର ଆୟୋଜନ କରାଯାଇଥିଲା । ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣିି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଅଂଶଗ୍ରହଣ କରି ଏସ୍‌ସିଏସ୍‌ଟିଆର୍‌ଟିଆଇର ପୂର୍ବତନ ଉପଦେଷ୍ଟା ତଥା ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ସଚିବ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ବିବର୍ତ୍ତନ ଏବଂ ଏହାର ପ୍ରବର୍ତ୍ତିତ ବିଭିନ୍ନ ଡିଜିଟାଲ୍‌ ଟେକ୍ନୋଲୋଜି ଉପରେ ଆଲୋକପାତ କରିଥିଲେ ।

୫୦୦୦ ରୁ ଅଧିକ କିସମର କଳା ଏବଂ କଳାକୃତି ରହିଥିବା ରାଜ୍ୟ ସଂଗ୍ରହାଳୟର ସ୍ୱତନ୍ତ୍ରତା ଉପରେ ସେ ଆଲୋକପାତ କରିଥିଲେ । ବାଲେଶ୍ୱର ଏଫଏମ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ଏନ.ସି ଦାଶ ଦେଶର ବିଭିନ୍ନ ସଂଗ୍ରହାଳୟ ଏବଂ ସମାଜର କଲ୍ୟାଣ ପାଇଁ ସଂଗ୍ରହାଳୟର ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ । ଏହି ଆଲୋଚନାରେ ଏସ୍‌ସିଏସ୍‌ଟିଆର୍‌ଟିଆଇ ଏବଂ ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ସମସ୍ତ କର୍ମଚାରୀ ଏବଂ ସମ୍ପୃକ୍ତ ଅଧିକାରୀ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments