Wednesday, May 8, 2024
Homeପ୍ରେରଣାଓଡିଶାର ପ୍ରଥମ ଆଦିବାସୀ ମହିଳା ପାଇଲଟ

ଓଡିଶାର ପ୍ରଥମ ଆଦିବାସୀ ମହିଳା ପାଇଲଟ

ରାଜେଶ ପଟ୍ଟନାୟକ

ଅନୁପ୍ରିୟା ଲାକ୍ରା,ଓଡିଶାର ଏକ ପରିଚିତ ନାମ । ସେ ଓଡିଶାର ମାଲକାନଗିରି ଭଳି ଉପାନ୍ତ ଓ ମାଓବାଦୀ ଅଧୁଷିତ ଅଞ୍ଚଳର ଜଣେ ଆଦିବାସୀ ମହିଳା। ଅନୁପ୍ରିୟା ହେଉଛନ୍ତି ପଛୁଆ ଅଞ୍ଚଳର ପ୍ରଥମ ମହିଳା ପାଇଲଟ।

ଅଧାରୁ ଇଞ୍ଜିନିୟରିଂ ପାଠ ଛାଡିବାର ୭ ବର୍ଷ ପରେ ଆକାଶକୁ ଛୁଇଁବା, ପକ୍ଷୀ ଭଳି ଉଡିବାର ସ୍ଵପ୍ନ ବାସ୍ତବରେ ପରିଣତ ହେଲା । ପାଇଲଟ ହେବା ସ୍ଵପ୍ନ କୁ ସାକାର କରିବା ପାଇଁ ଅଧାରୁ ଇଞ୍ଜିନିୟରିଂ ପାଠ ଛାଡି,୨୦୧୨ ମସିହାରେ ଏକ ପାଇଲଟ ତାଲିମ କେନ୍ଦ୍ରରେ ନାମ ଲେଖେଇଲେ । ଆଦିବାସୀ ଅଧୁଷିତ ଅଞ୍ଚଳର ଏହି ମହିଳା ଏକ ଘରୋଇ ବିମାନରେ କୋ ପାଇଲଟ ଭାବେ ୨୦୧୯ ମସିହାରେ ଯୋଗ ଦେଇଛନ୍ତି ।

ସେ ଏକ ମଧ୍ୟବିତ ପରିବାରରୁ ଆସିଛନ୍ତି । ଏଭଳି ପରିବାରରୁ ପାଇଲଟ ହେବା ସ୍ଵପ୍ନ କିମ୍ବା ଆଲୌକିକଭଳିଆ । ଏତବଡ ସ୍ଵପ୍ନ ପୂରଣ କରିବା ଏତେ ସହଜସାଧ୍ୟ ନଥିଲା । ଏଥିପାଇଁ ମା,ବାପାଅନେକ ଜଳାଞ୍ଜଳି ଦେଇଛନ୍ତି । ନିଜ ବନ୍ଧୁ ବାନ୍ଧବ, ସାଙ୍ଗ ସାଥିଙ୍କଠୁ ବାରମ୍ବାର ଧାର କରଜ କରିବାକୁ ପଡିଛି । ନିଜ ଝିଅର ଶିକ୍ଷା ଓ ଭବିଷ୍ଵତ ପାଇଁ ନିଜର ସମସ୍ତ ଇଚ୍ଛାଓ ବିଳାସକୁ ଜଳାଞ୍ଜଳି ଦେଇଛନ୍ତି । “ସମାଚାର ଜଷ୍ଟକ୍ଲିକ” କୁ ଅନୁପ୍ରିୟାଙ୍କ ମା କହିଛନ୍ତି କେବଳ ମୋ ଝିଅ ନୁହଁ, ଯେକୌଣସି ଲୋକ ସଫଳତାତା ପଥରେ ଚାଲିପାରିବ ଯଦି ନିଜ ଭିତରେ ପ୍ରବଳ ଇଚ୍ଛାଶକ୍ତି, ସାହସ, ଶକରାତ୍ମକ ଚିନ୍ତାଧାରା ଓ ନିଜ ସ୍ଵପ୍ନ କୁ ଠିକରେ ବୁଝିଲେ ହେଲାଏବଂ ସବୁଠୁ ଗୁରୁତ୍ବପୂର୍ଣ ପରିବାରର ସହଯୋଗ ଥିଲେ ।

ଅନୁପ୍ରିୟା୨୨ ଫେବୃୟାରି, ୧୯୯୨ ମସିହାରେ ଏକ ସାନ୍ତାଳ ପରିବାରରେଜନ୍ମଗ୍ରହଣ କରିଥିଲେ । ପରିବାର କହିଲେ ୫ ଜଣ।ସେ ପରିବାରର ବଡ ଝିଅ । ବାପା ମାରିନିୟସ ଲାକ୍ରା (୧୧ମ ପାସ), ଓଡିଶା ପୁଲିସ ରେ ହାବିଲଦାର ଭବରେ କାମ କରନ୍ତି । ମା ୟାଶମିନ ଲାକ୍ରା (୧୦ମ ପାସ), ଜଣେ ଗୃହିଣୀ । ୨ ସାନଭାଇ ମଧ୍ୟରୁ ଜଣେ ସ୍ନାତକ ସାରିଥିବାବେଳେ ସବା ସାନ ୭ମ ଶ୍ରେଣୀରେ ଅଧ୍ୟୟନରତ ।

ଅନୁପ୍ରିୟା ନିଜର ପାଠ୍ୟ ଜୀବନ ଆରମ୍ଭ କରିଥିଲେ ମାଲକାନଗିରି ସ୍ଥିତ ଦୀପ୍ତି କନଭେଣ୍ଟ ସ୍କୁଲ ରୁ,ସେଠୁ ୭ମ ପାସ କଲାପରେ ସେମିଲିଗୁଡା ସ୍ଥିତ ଜୀବନ ଜ୍ୟୋତି ସ୍କୁଲ ରୁ ଦଶମ ଶ୍ରେଣୀ ଉତ୍ତିର୍ଣ ହେଲେ। ସୁନ୍ଦରଗଡର ଏକ ଘରୋଇ କଲେଜ ରୁ +୨ ଶିକ୍ଷା ସମାପ୍ତ ପରେଇଞ୍ଜିନିୟରିଂ ପଢିବା ପାଇଁ ଚାଲି ଆସିଲେ ରାଜ୍ୟ ରାଜଧାନୀ ଭୁବନେଶ୍ଵର ।ପାଇଲଟ ହେବାର ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡିପାଇଲଟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଲେ । ଏଥିରେ ଯୋଗ୍ୟ ବିବେଚିତ ହୋଇ ୨୦୧୨ ମସିହାରେ ସରକାରୀ ଏଭିଏସନ ତାଲିମ ଅନୁଷ୍ଠାନ (ଜି.ଏ.ଟି.ଆଇ), ଭୂବନେଶ୍ଵର, ଓଡିଶା ରେ ନାମ ଲେଖେଇଲେ ।

୨୦୧୯ ସେପ୍ଟେମ୍ବର ମାସ, ନିଜ ଭାଇକୁ ଫୋନଯୋଗେ ସୂଚନା ଦେଲେକି ଏକ ଘରୋଇ ଏୟାରଲାଇନରେ କୋ ପାଇଲଟ ଭାବରେ ନିଯୁକ୍ତି ମିଳିଛି । ଏଇଟା, ଏକ ସାଧାରଣ ଖବର ନଥିଲା ପରିବାର ପାଇଁ ବରଂ ପରିବାର,ଆତ୍ମୀୟ, ସାଙ୍ଗ, ଶୁଭଚିନ୍ତକ,ମାନଙ୍କର ଦୀର୍ଘ ବର୍ଷର ପରିଶ୍ରମ, ଆର୍ଥିକ ସହୋଯୋଗ, ନୈତିକ ସହଯୋଗ ର ଫଳ ଥିଲା । ଖବରରୁ ଯାହା ଜଣାପଡିଛି ସେ ଇଣ୍ଡିଗୋ (ଇଣ୍ଟରଗ୍ଲୋବ ଏଭିୟେଶନ ଲିମିଟେଡ) ରେ କୋ ପାଇଲଟ ଭାବରେ ଯୋଗ ଦେବେ । ଘନନୀଳ ଆକାଶରେ ଉଡିବାର ଇଚ୍ଛା ଯୋଗୁଁଏକ ଘରୋଇ ପାଇଲଟ ତାଲିମ କେନ୍ଦ୍ରରେ ଇନଷ୍ଟ୍ରକଟର ପଦବୀରେ ଚୟନ ହୋଇମଧ୍ୟ ଯୋଗ ଦେଇନଥିଲେ ।

“ଆମେ ଅତ୍ୟନ୍ତ ଖୁସି ଯେ ଅନୁପ୍ରିୟାର ପାଇଲଟ ହେବାର ସ୍ଵପ୍ନ ଆଜି ପୂରଣ ହୋଇଛି । ପିଲାଟି ଦିନରୁ କିଛି ଭିନ୍ନ କରିବାପାଇଁ ସେ ଚାହୁଁଥିଲା ଆଜି ସଫଳ ହେଇଛି । ସମସ୍ତ ଶ୍ରେୟ ତାର କଠିନ ପରିଶ୍ରମ,ଉସର୍ଗ ମନୋଭାବ, ପ୍ରତିଶୃତିବଦ୍ଧ ଏବଂ ତା’ର ମାକୁ ଯିବ ଯିଏ ତାସହିତ ସବୁବେଳେ ଝଡ ଝଞ୍ଜାରେ ଠିଆ ହୋଇଛି ବୋଲି ବାପା ମାରିନିୟସ କହିଛନ୍ତି”। “ଆମେ ଅନେକ ଆର୍ଥିକ ସଙ୍କଟ ଦେଇ ଗତିକରିଛୁ କିନ୍ତୁ ଝିଅର ଶିକ୍ଷା ରେ ପ୍ରତିବନ୍ଧକ ହେବାକୁ ଦେଇନୁ ।  ଝିଅର ପ୍ରତିଟି ନିଷ୍ପତିରେ ଠିଆ ହୋଇଛୁ ଓ ସମର୍ଥନ କରିଛୁ । ଅନୁପ୍ରିୟା ର ସ୍ଵପ୍ନ ବାସ୍ତବରେ ପରିଣତ ପାଇଁ ତାକୁ ସବୁବେଳେ ଉତ୍ସାହିତ କରିଛୁ ବୋଲି ଅନୁପ୍ରିୟାର ମା କହିଛନ୍ତି ।“

ସାରଳା ଠକରାଲ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ପାଇଲଟ । ସେ ୧୯୩୬ ମସିହାରେ ପାଇଲଟ ଲାଇସନ୍ସ ପାଇଥିଲେ । ୨୧ ବର୍ଷ ବୟସରେ ଜିପସୀ ମୋଥ ସୋଲୋ ଉଡାଇଥିଲେ । ଓଡିଶାର ପ୍ରଥମ ମହିଳା ବିମାନ ଚାଳକ ହେଉଛନ୍ତି ଗିରିବାଲା ମହାନ୍ତି । କେନ୍ଦୁଝରର ଶେଲବୀ ମିଶ୍ର ଓଡିଶାର ପ୍ରଥମ ଜୁନିୟର ମହିଳା ପାଇଲଟ। ଠିକ ସେପରି ଓଡିଶା ଇତିହାସରେ ଆଉଏକ ନାମ ଯୋଡି ହୋଇଗଲା, ସେ ଆଉ କେହି ନୁହନ୍ତି, ସେ ହଉଛନ୍ତି ପ୍ରଥମ ଆଦିବାସୀ ମହିଳା ପାଇଲଟ ଅନୁପ୍ରିୟା ଲାକ୍ରା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments