Monday, May 20, 2024
Homeଅନ୍ୟାନ୍ୟଖୁବ୍ ଶୀଘ୍ର ସଂପୂର୍ଣ୍ଣ ହେବ ବିଭିନ୍ନ ଶିଳ୍ପ ପାର୍କ ନିର୍ମାଣ କାର୍ଯ୍ୟ: ଶିଳ୍ପ ମନ୍ତ୍ରୀ

ଖୁବ୍ ଶୀଘ୍ର ସଂପୂର୍ଣ୍ଣ ହେବ ବିଭିନ୍ନ ଶିଳ୍ପ ପାର୍କ ନିର୍ମାଣ କାର୍ଯ୍ୟ: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ନିର୍ମାଣାଧୀନ ଶିଳ୍ପ ପାର୍କଗୁଡ଼ିକ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ବୁଧବାର ଶିଳ୍ପ ବିଭାଗରେ ୫‘ଟି’ ଓ ‘ମୋ ସରକାର’ର କାର୍ଯ୍ୟକାରିତା ସମୀକ୍ଷା ବେଳେ ସେ ଏହା ପ୍ରକାଶ କରିଛନ୍ତି। ଏହି ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ପ୍ଲାଷ୍ଟିକ୍‌ ପାର୍କ, ପାରାଦ୍ୱୀପ, ଆଲୁମିନିୟମ୍‌ ପାର୍କ, ଅନୁଗୋଳ, ସାମୁଦି୍ରକ ଖାଦ୍ୟ ପାର୍କ, ଡେରାସ୍‌ ଏବଂ ଇଲୋକ୍‌ଟ୍ରୋନିକ୍ସ ପାର୍କ, ଭୁବନେଶ୍ୱର ଅନ୍ତର୍ଭୁକ୍ତ। ଏହି ଅତ୍ୟାଧୁନିକ ପ୍ରକଳ୍ପଗୁଡ଼ିକର ଆକର୍ଷଣୀୟ ଅବସ୍ଥିତି ଓ ସୁଲଭ ଜମି ମୂଲ୍ୟ ଯୋଗୁଁ ବହୁ ନିବେଶକାରୀଙ୍କୁ ଆକୃଷ୍ଟ କରିପାରିଛି ବୋଲି ଏହି ସମୀକ୍ଷା ବେଳେ ଜଣାପଡ଼ିଛି। ଏଥି ସହିତ ଶିଳ୍ପ ମନ୍ତ୍ରୀ କଳିଙ୍ଗନଗରଠାରେ ଇସ୍ପାତ୍‌ କ୍ଲଷ୍ଟର ଓ ଜାତୀୟ ନିବେଶ ଏବଂ ପ୍ରସ୍ତୁତକାରୀ ଜୋନ୍‌ ଓ ପାରାଦ୍ୱୀପଠାରେ ପେଟ୍ରୋଲିୟମ୍‌ କେମିକାଲ୍‌ ଏବଂ ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶ ଅଞ୍ଚଳ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ।

କେସିଙ୍ଗାଠାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ଯଥାଶୀଘ୍ର ସାରିବା ଏବଂ ଭବାନୀପାଟଣାଠାରେ ଏକ ଇଡ଼୍‌କୋ ଟାୱାର ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଉପରେ ଜୋର ଦେଇଥିଲେ। ଓଡ଼ିଶା ଏବେ ବିଶ୍ୱସ୍ତରୀୟ ଆଇଟି ଓ ଇଲେ କ୍‌ଟ୍ରୋନିକ୍ସ ଶିଳ୍ପର ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହେବାକୁ ଯାଉଥିବାରୁ ସମସ୍ତେ ଏଥିପାଇଁ ମହତ୍ୱପୂର୍ଣ୍ଣ ଯୋଗଦାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ଼୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନିତିନ୍‌ ଭାନୁଦାସ ଜାୱଲେ ଏବଂ ବରିଷ୍ଠ ଅଧିକାରୀଗଣ ଅଂଶଗ୍ରହଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments