Monday, May 20, 2024
Homeସାକ୍ଷ।ତକାରଦୁଃଖ-ଯନ୍ତ୍ରଣା ଭିତରୁ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଉତ୍ପାଦନର ମଜା ହିଁ ଅଲଗା

ଦୁଃଖ-ଯନ୍ତ୍ରଣା ଭିତରୁ ହାସ୍ୟ-ବ୍ୟଙ୍ଗ ସାହିତ୍ୟ ଉତ୍ପାଦନର ମଜା ହିଁ ଅଲଗା

ସାରସ୍ୱତ ଯାତ୍ରା କେବେଠୁ କଲେ ବୋଲି ମନେ ରଖିଛନ୍ତି ?

ଅଷ୍ଟମ ପଢୁଥିବା (୧୯୮୬) ବେଳେ ଗୀତିନାଟ୍ୟରୁ ।

ସାହିତ୍ୟର ବିଭିନ୍ନ ବିଭାଗରେ ଆପଣଙ୍କ କଲମ ସ୍ୱାକ୍ଷର   ଦେଇଆସୁଛି ପ୍ରତିଫଳନରେ କ’ଣ ଦେଖନ୍ତି ?

ଦୁଃଖ-ଯନ୍ତ୍ରଣା ଭିତରୁ ହାସ୍ୟ-ବ୍ୟଙ୍ଗ୍ୟ ସାହିତ୍ୟ ଉତ୍ପାଦନ କରି ପାଠକ ଓ ଶ୍ରୋତାଙ୍କ ଓଠ ପର୍ଯ୍ୟନ୍ତ ରପ୍ତାନୀର ମଜା ହିଁ ଅଲଗା । ଅନେକ କଥା ଅଣୁଗପରେ କହିପାରେ ବୋଲି ମନେହୁଏ । ପ୍ରବନ୍ଧରୁ ତର୍କସିଦ୍ଧତା ବାରେଁ । ଆଉ ନାଟକରେ ଜୀବନ ଦର୍ଶନ ଖୋଜିଥାଏଁ ଓ ପାଏଁ ବି ।  

କେଉଁ ଦୁଇଟିକୁ ବିଶେଷ ଅର୍ଜନର ଆଖ୍ୟା ଦେବେ ? 

ଦୂରଦର୍ଶନରେ ପ୍ରସାରିତ ‘ଉଷାବତୀ ହରଣ’ରେ ଦୁଆରୀ ଭୂମିକା ଏବଂ ଆକାଶବାଣୀରେ ପ୍ରଚାରିତ ମାସିକ ସାହିତ୍ୟ ପତ୍ରିକା ‘ଗୁଞ୍ଜନ’ ଉପସ୍ଥାପନ । ପ୍ରକାଶିତ ପୁସ୍ତକ ! ଚିଠି (ଆଧୁନିକ କବିତା ସଂକଳନ) ଓ କେଚକେଚା (ରମ୍ୟ ରଚନା ସଂକଳନ) ।

ସାହିତ୍ୟ ସାଧନା ଭିତରୁ ବାରିହେଉଥିବା ଜୀବନ ବୋଲି ଆପଣ କେଉଁ ଗୋଟିକକୁ ଧରିବେ ?

୨୦୦୭ ମସିହାରୁ ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦ ପ୍ରତି ମାସରେ ଧାରାବାହିକ ଭାବେ ବ୍ୟତିକ୍ରମ ବିନା ସାରସ୍ୱତ ଆସର ଆୟୋଜନ କରିଆସୁଛି । ଏହାର ସଂପାଦକ ହେବା ସୌଭାଗ୍ୟ ନିଶ୍ଚୟ ।

ସଂପାଦନା ସଂପର୍କରେ ଆପଣଙ୍କ ମତ କ’ଣ ହେବ ?

‘ଦୀପ୍ତିସୁଧା’ ସଂପାଦନା କରେଁ । ତମାମ୍ ସଂପାଦକଙ୍କୁ କେବଳ ପ୍ରଣାମ ଜଣାଇବି ।

ଶେଷୋକ୍ତି ?

ସର୍ବଭୂତ ହିତାୟ-ସର୍ବଭୂତ ସୁଖାୟ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments