Saturday, April 27, 2024
Homeଖବରପ୍ରମୁଖ ଖବରଦୁର୍ନୀତି, ଆୟବର୍ହିଭୂତ ସଂପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଗିରଫ

ଦୁର୍ନୀତି, ଆୟବର୍ହିଭୂତ ସଂପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଗିରଫ

ଭୁବନେଶ୍ବର: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାତିରେ ଶ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଛି। ଅରବନ୍ଦି କେଜ୍ରିୱାଲ ଏଭଳି ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏକି ପଦବିରେ ଥାଇ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। କିନ୍ତୁ ହେମନ୍ତ ସୋରେନ୍‌ ଗିରଫ ହେବା ପୂର୍ବରୁ ପଦବିରୁ ଇସ୍ତଫା ଦେଇଥିଲେ।

ଦୁର୍ନୀତି ତଥା ବେଆଇନ୍‌ ମାମଲାରେ ଭାରତର କୌଣସି ମୁଖ୍ୟମନ୍ତ୍ରୀ ଗିରଫ ହେବା ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଦେଶରେ ମୁଖ୍ୟମନ୍ତ୍ରୀ ଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି ତାମିଲନାଡୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା, ଶିବୁ ସୋରେନ୍‌ ଓ ହେମନ୍ତ ସୋରେନ୍‌।

ମୁଖ୍ୟମନ୍ତ୍ରୀ ପଦବିରେ ଥାଇ ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ (୫୫)ଙ୍କ ଗିରଫତାରୀ ପରେ ଦେଶରେ ରାଜନୈତିକ ମାହୋଲ ଗରମ ଦେଖାଯାଇଛି। ଇଡି ଟିମ୍‌ ଗୁରୁବାର ସନ୍ଧ୍ୟାରେ ଦଶମ ସମନ ସହିତ କେଜ୍ରିୱାଲଙ୍କ ଘରେ ପହଞ୍ଚି ଥିଲେ ଏବଂ କଥିତ ଭାବେ ଶରାବ ନୀତି ଦୁର୍ନୀତି ମାମଲାରେ ଦୁଇଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା ପରେ ଗିରଫ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଆଶ୍ବସ୍ତି ଦେବାକୁ ମନା କରିଦେଇଥିଲେ। ଫଳରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଏହା ପୂର୍ବରୁ ଇଡି ଟିମ୍‌ ଆକ୍ନସ ମୁଡରେ ଆସି ଯାଇଥିଲା। ମୁଖ୍ୟମନ୍ତ୍ରୀ ପଦିବରେ ଥାଇ ଗିରଫ ମାମଲାରେ କେଜ୍ରିୱାଲ ପ୍ରଥମ ନେତା ହୋଇଗଲେ।

ଲାଲୁ, ଓମ୍‌ପ୍ରକାଶ, ଜୟଲଳିତା ଗିରଫ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଚାରା ‌ଦୁର୍ନୀତି ମାମଲାରେ ସଂପୃକ୍ତ ଥିଲେ ବୋଲି ୨୦୧୩ ମସିହାରେ ଜଣା ପଡ଼ିଥିଲା। ସେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା ପରେ ଗିରଫ ହୋଇ ଜେଲ ଯାଇଥିଲେ। ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ୨୦୧୪ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ହୋଇଥିଲା। ଏହା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବିରୁ ହଟାଇ ଦିଆଯାଇଥିଲା। ତେବେ କୋର୍ଟରେ ମାମଲା ଜାରି ଥିବା ବେଳେ ଏହା ପୂର୍ବରୁ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା। ସେହିପରି ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟ ଦକ୍ଷତା ବିକାଶ ନିଗମର ୩୧୩ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ। ଶିକ୍ଷକ ନିଯୁକ୍ତିରେ ଜାଲିଆତି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା ଗିରଫ ହୋଇଥିଲେ। ଏହା ଥିଲା ୨୦୧୩ ମସିହାର ଘଟଣା।

ଝାଡ଼ଖଣ୍ଡର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଫ

ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ନୂତନ ରାଜ୍ୟ ଗଠନ ହେବାକୁ ୨୪ ବର୍ଷ ଅତିକ୍ରାନ୍ତ କରିଛି। ଏହାରି ମଧ୍ୟରେ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଫ ହୋଇସାରିଛନ୍ତି। ନିଜ କାର୍ଯ୍ୟକାଳରେ ବ୍ୟାପକ ଦୁର୍ନୀତି କାରଣରୁ ମଧୁକୋଡ଼ା ଗିରଫ ହୋଇଥିଲେ। ଶ୍ରୀ କୋଡ଼ା ୨୦୦୬ରୁ ୨୦୦୮ ମଧ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ୟୁପିଏ ସରକାରଙ୍କ ସହିତ ମେଣ୍ଟ କରିଥିଲେ। ୧୯୯୪ରେ ନିଜର ବ୍ୟକ୍ତିଗତ ସଚିବ ଶଶୀ ନାଥ ଝା ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ୨୦୦୬ ଡିସେମ୍ବର ୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହେମନ୍ତ ସୋରେନ୍‌ଙ୍କ ବାପାଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ମନମୋହନ ସିଂହଙ୍କ ସରକାରରେ ଶିବୁ ସୋରେନ୍‌ କୋଇଲା ମନ୍ତ୍ରୀ ଥିଲେ। ଶିବୁ ସୋରେନ୍‌ଙ୍କ ପୁଅ ହେମନ୍ତ ଗତ ଜାନୁଆରି ମାସରେ ଗିରଫ ହୋଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments