Monday, May 20, 2024
Homeଅନ୍ୟାନ୍ୟପୁଣି ବିଦେଶରୁ ଭାରତକୁ ରାହୁଲଙ୍କ ଟାର୍ଗେଟ

ପୁଣି ବିଦେଶରୁ ଭାରତକୁ ରାହୁଲଙ୍କ ଟାର୍ଗେଟ

ଭୁବନେଶ୍ୱର: ଭାରତରେ ପ୍ରଥମ ଥର ପାଇଁ ଜି୨୦ ଶିଖର ସମ୍ମିଳନୀ ସଫଳତାର ସହିତ ରବିବାର (୨୦୨୩ ସେପ୍ଟେମ୍ବର ୧୦) ଶେଷ ହୋଇଛି । ଦେଶର ରାଜଧାନୀ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ଏହି ସମାରୋହକୁ ଦେଶ-ବିଦେଶରେ ପ୍ରଶଂସା କରାଯାଉଛି । ମାତ୍ର କିଛି ପାଶ୍ଚାତ୍ୟ ରାଷ୍ଟଗୁଡ଼ିକର ଗଣମାଧ୍ୟମ ଦ୍ୱାରା କରାଯାଇଥିବା ନିନ୍ଦାକୁ ରୁଷ୍ ତୀବ୍ର ସମାଲୋଚନା କରିଛି । ରୁଷୀୟ ସମ୍ବାଦପତ୍ର “ଦି ରସା ଟାଇମ୍‌ସ” ଦୃଢ଼ତାର ସହିତ ଉଲ୍ଲେଖ କରିଛି ଯେ, ପାଶ୍ଚାତ୍ୟ ଗଣମାଧ୍ୟମ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଉତ୍କୃଷ୍ଟଧରଣର ଆୟୋଜନ କରିଥିଲା । ବିରୋଧୀଙ୍କ ଅନୁସାରେ ସେଥିରେ କେତେକ ତ୍ରୁଟିବିଚ୍ୟୁତି ଥାଇପାରେ । କିନ୍ତୁ ଆୟୋଜନ ଉଚ୍ଚକୋଟୀର ଏବଂ ପ୍ରଶଂସାଯୋଗ୍ୟ । ତେବେ କ୍ଷୋଭର ବିଷୟ ହେଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ଜି୨୦ ବିଦେଶରେ ପ୍ରଶଂସା ସାଉଁଟୁଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଦେଶରୁ ଭାରତକୁ ନିନ୍ଦା କରୁଛନ୍ତି । ସେ ଦେଶର ସଫଳତାକୁ ନିନ୍ଦା କରିବା ସହିତ ଭାରତୀୟ ଜନତା ପାର୍ଟି ନେତୃତ୍ୱ ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଜି୨୦କୁ ରାହୁଲଙ୍କ ଟାର୍ଗେଟ

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା କେରରୁ ସାଂସଦ ରାହୁଲ ଗାନ୍ଧୀ ୫ଦିବସୀୟ ୟୁରୋପ ଗସ୍ତ ସମୟରେ ଜି୨୦ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣରେ ଭାରତ ଉଲ୍ଲେଖକୁ ନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାମ ଭାରତ କରିବାକୁ ଚାହୁଁଛନ୍ତି । ଗତ ଶନିବାର ଠାରୁ ଆରମ୍ଭ ହୋଇ ରବିବାର ଶେଷ ହୋଇଥିବା ଜି୨୦ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ରାତ୍ରିଭୋଜନ ନିମନ୍ତ୍ରଣରେ ମୋଦୀ “ଭାରତ” ଶବ୍ଦକୁ ବ୍ୟବହାର କରିଛନ୍ତି । ବ୍ରୁସେଲରେ ଗଣମାଧ୍ୟମକୁ ରାହୁଲ ଗାନ୍ଧି କହିଛନ୍ତି ଯେ, ମୋଦୀ ସରକାର ଶିଳ୍ପପତିଙ୍କୁ ଗୁରୁତ୍ୱ ଦେଉଛନ୍ତି । ଆଦାନୀ ଗ୍ରୁପରକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭଲ ପ୍ରୋତ୍ସାହନ ଦେଇଥାନ୍ତି ।

ପୂର୍ବରୁ ଭାରତକୁ ଟାର୍ଗେଟ କରିଥିଲେ

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଗତ ମେ’ ମାସ ୩୦ ତାରିଖରେ ୬ ଦିନିଆ ଆମେରିକୀୟ ଗସ୍ତରେ ଥିଲେ । ସେ ସେହି ସମୟରେ ରାହୁଲ ଗାନ୍ଧୀ ସାନ୍‌ଫ୍ରାନ୍ସିକୋ, ୱାସିଂଟନ୍ ଡିସି ଓ ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ଭାରତୀୟମାନେ ଦଳେ ଲୋକଙ୍କ ଦ୍ୱାରା ଶାସିତ ହେଉଛନ୍ତି । ସେମାନଙ୍କର ମଧ୍ୟରୁ ନରେନ୍ଦ୍ର ମୋଦୀ ହେଉଛନ୍ତି ଜଣେ, ଯିଏକି ଶାସନ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ । ବିଶ୍ୱ-ବ୍ରହ୍ମାଣ୍ଡ କେମିତି ଚାଲେ, ସେମାନେ ଯଦି ଈଶ୍ୱରଙ୍କ ପାଖରେ ବସନ୍ତେ, ତା’ହେଲେ ଜାଣିପାରନ୍ତେ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ରାହୁଲ କହିଥିଲେ ଯେ, ମୋଦୀଙ୍କୁ ଯଦି ଈଶ୍ୱରଙ୍କ ଆଗରେ ବସାଇ ଦିଆଯିବ, ସେ ସେଠାରୁ ବିଶ୍ୱ-ବ୍ରହ୍ମାଣ୍ଡ କେମିତି ଚାଲେ ତାହା ବୁଝାଇଦେବେ । ଭାରତରେ ଏଭଳି ଲୋକ ଅଛନ୍ତି ଯେଉଁମାନେ କି ବୈଜ୍ଞାନିକଙ୍କୁ ବିଜ୍ଞାନ, ଐତିହାସିକଙ୍କୁ ଇତିହାସ ଓ ସେନାକୁ ଯୁଦ୍ଧକୌଶଳ ପ୍ରଶିକ୍ଷଣ ଦିଅନ୍ତି । କିନ୍ତୁ ବାସ୍ତବରେ ସେମାନେ କିଛି ଜାଣି ନଥାନ୍ତି ।

ଋୁଷ୍ ବିଦେଶ ମନ୍ତ୍ରୀଙ୍କ ଭାରତକୁ ପ୍ରଶଂସା


ଜି୨୦ ଶିଖର ସମ୍ମିଳନୀ ଉପରେ ରୁଷ୍‌ର ବିଦେଶ ବ୍ୟାପାର ମନ୍ତ୍ରୀ ସର୍ଗି ଲାଭରୋଭ ଧନ୍ୟବାଦ ଓ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ୟୁକ୍ରେନ୍ ପ୍ରସଙ୍ଗକୁ ଅତ୍ୟଧିକ ଗୁରୁତ୍ୱ ଦେବାଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରଖିଥିବା ପ୍ରୟାସକୁ ଆମେ ସଫଳତାର ସହିତ ଅଟକାଇ ପାରିଛେ । ନୂଆଦିଲ୍ଲୀରେ ଅନୁଷ୍ଠିତ ଜି୨୦ ସମ୍ମିଳନୀ ଏକ ମାଇଲଖୁଣ୍ଟ ବୋଲି ସେ ବର୍ଣ୍ଣନା କରିଛନ୍ତି । ଭାରତର ସକ୍ରିୟ ସଭାପତିତ୍ୱ ଆଫ୍ରିକୀୟ ଦେଶଗୁଡ଼ିକୁ ଜି୨୦ ପ୍ରଥମ ଥର ପାଇଁ ସାମିଲ କରିବାରେ ସଫଳ ହୋଇଛି ।

ରାହୁଲଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

ଅନ୍ୟପଟରେ ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟାର୍ଗେଟ କରିଛନ୍ତି । ଆପଣଙ୍କୁ ଇଣ୍ଡିଆ ନାମ ନେବାର କୌଣସି ଅଧିକାର ନାହିଁ । ଭାରତ ନାମ ନେବା ତ ଦୂରର କଥା । ମୋର ବିନମ୍ର ଅନୁରୋଧ, ଅତିକମରେ ରାହୁଲ ଗାନ୍ଧୀଙ୍କୁ ‘ଗାନ୍ଧୀ’ ଉପନାମ ଛାଡ଼ି ଦେବା ଦରକାର । ଏହାଭି ନକଲି ଉପନାମ । ଶ୍ରୀ ବିଶ୍ୱଶର୍ମା କହିଛନ୍ତି, କଂଗ୍ରେସକୁ ଭାରତରେ ସରକାର ଗଢ଼ିବା ସ୍ୱପ୍ନ ତ୍ୟାଗ କରିବା ଉଚିତ । କୌଣସି ଅନ୍ୟ ଦେଶ ତଥା ଏହି ପାର୍ଟିକୁ ଅଲଗା ଗ୍ରହରେ ସୁଯୋଗ ମିଳୁ । କଂଗ୍ରେସ ମୁସଲିମ ସଂପ୍ରଦାୟକୁ ଭୋଟ ବ୍ୟାଙ୍କ ଭାବେ ନେଉଛି । ଆମେ ସେମାନଙ୍କର ବାଲ୍ୟ ବିବାହ ଓ ବହୁବିବାହ ପ୍ରଥା ବନ୍ଦ କରିବାକୁ ସଂକଳ୍ପ ନେଇଛୁ । ଏହା ଦ୍ୱାରା ମୁସଲିମ ସମାଜକୁ ଲାଭ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments