Monday, May 20, 2024
Homeଅନ୍ୟାନ୍ୟପ୍ରଶାସକଙ୍କୁ କହିଲେ ସରକାରଙ୍କୁ ବାଧୁଛି

ପ୍ରଶାସକଙ୍କୁ କହିଲେ ସରକାରଙ୍କୁ ବାଧୁଛି

ଭୁବନେଶ୍ୱର: ବିଗତ କିଛି ବର୍ଷ ହେଲା ରାଜ୍ୟରେ ଏକଛତ୍ରବାଦୀ ଶାସନ ଚାଲିଛି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ନେତାମାନେ ଅଭିଯୋଗ ଆଣୁଛନ୍ତି । ଗତ କିଛି ମାସ ପରଠାରୁ ଏହା ମାତ୍ରଧିକ ବଢ଼ିଯାଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ଗଣତାନ୍ତ୍ରିକ ଦେଶରେ ନେତା ଓ ଲୋକଙ୍କୁ ଯେଉଁ ଅଧିକାର ମିଳିବା କଥା ତାହା ମିଳିପାରୁ ନାହିଁ । ବିଧାୟକମାନେ ମୁଖ୍ୟମନ୍ତ୍ରୀ ଭେଟିବା ପୂର୍ବରୁ ୫ଟି ସଚିବଙ୍କ ଠାରୁ ଅନୁମତି ନେଉଛି । ୫ଟି ସଚିବ ଅନୁମତି ଦେଲେ ନେତା ଅଥବା ଜନତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁଛନ୍ତି । ନିର୍ବାଚିତ ପ୍ରତିନିଧି ସରକାରରେ ଅଣ ଦେଖା ହେଉଛନ୍ତି । ମାତ୍ର କ୍ଷୋଭର ବିଷୟ ଯେ, ଏହାକୁ ଯିଏ ବିରୋଧ କଲା, ତାଙ୍କୁ ଶାସକ ଦଳ ପକ୍ଷରୁ ଟାର୍ଗେଟ କରାଯାଉଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହା ଦେଖାଯାଇଛି ।

ଶାସକ ବିଜେଡି ଟିକେଟରେ ସୌମ୍ୟରଂଜନ ପ୍ରଧାନ ଗତ ବିଧାନସଭା ନିର୍ବାନରେ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେହିପରି ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ମଧ୍ୟ ନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ । ଉଭୟ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ପାଣିଗ୍ରାହୀ ଉଚ୍ଚଶିକ୍ଷିତ ଏବଂ ବରିଷ୍ଠ ରାଜନୀତିଜ୍ଞ । ସେମାନେ ବିଜେଡିର ନେତା ହୋଇଥିବାରୁ ତାଙ୍କର ଦଳ କେମିତି ପରିଚାଳିତ ହେଉଛି, ତାହା ଅନ୍ୟ ସାଧାରଣ ଜନତାଙ୍କ ତୁଳନାରେ ସେମାନେ ଅଧିକ ଜାଣନ୍ତି । ଉଭୟ ନେତା ରାଜ୍ୟବାସୀଙ୍କ ସ୍ୱାର୍ଥରେ ସ୍ୱର ଉତ୍ତୋଳନ କରୁଥିବାରୁ ସେମାନଙ୍କୁ ଏବେ ଉଭୟ ସରକାର ଓ ପ୍ରଶାସନ ଟାର୍ଗେଟ କରୁଛନ୍ତି ।  ଯଦିଓ ବିଜେଡି ନେତାମାନେ ସୌମ୍ୟ ଓ ପ୍ରଦୀପଙ୍କୁ ଟାର୍ଗେଟ କରୁଛନ୍ତି, ତଥାପି ଏହା ସର୍ବସମ୍ମତରେ ଗ୍ରହଣୀୟ ନୁହେଁ । ମାତ୍ର ବିଜେଡିର ଟାର୍ଗେଟରୁ ଜଣାପଡୁଛି ଯେ, ଦଳରେ ବଡ଼ଧରଣର ତ୍ରୁଟି ରହୁଛି । ୨୩ ବର୍ଷର ଶାସନ କାଳେ ପଦାରେ ପଡ଼ିଯିବ ବୋଲି ସେମାନେ ଭୟ କରୁଛନ୍ତି । ଗତ ମାସକ ମଧ୍ୟରେ ସୌମ୍ୟରଂଜନ ଦୈନିକ ଖବରକାଗଜ ‘ସମ୍ବାଦ’ର ସଂପାଦକୀୟ ‘ଆମଘର ହାଲଚାଲ’ରେ ରାଜ୍ୟର ରାଜନୀତି ଓ ପ୍ରଶାସନ ଉପରେ ଲେଖିଲା ପରେ ତାଙ୍କୁ ବିଜେଡି ବିଧାୟକମାନେ ଟାର୍ଗେଟ କରିଛନ୍ତି । କେବଳ ସେତିକି ନୁହେଁ, ବ୍ୟକ୍ତିଗତ ଆକ୍ରୋଶ ରଖି ସରକାର ସମ୍ବାଦକୁ ବିଜ୍ଞାପନ ମଧ୍ୟ ବନ୍ଦ କରିଦେଇଛନ୍ତି ।

ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ

ଗତ ଅଗଷ୍ଟ ୨୫ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରରେ ଆକ୍ରମଣ କରାଯାଇଥିଲା । ବିଜେଡିର ଗୋଟିଏ ଦଳ ପ୍ରଦୀପଙ୍କ ଗାଡ଼ି ଅଟକାଇଥିଲେ । ଅଣ୍ଡାମାଡ଼ କରିବା ସହିତ କଳାପତାକା ଦେଖାଇଥିଲେ । ଘଟଣା ଦିନ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସଭାସ୍ଥଳକୁ ପ୍ରଦୀପ ପାଣିଗ୍ରାହୀ ଯାଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଂଜାମ ୩ଦିନିଆ ଗ୍ରସ୍ତରେ ଥିବା ସଚିବଙ୍କ ସଭାକୁ ନିଜ ଜିଲ୍ଲାର ବିଧାୟକଙ୍କୁ ନଛାଡ଼ିବା ପରିତାପର ବିଷୟ । ସେହିଦିନ ଶ୍ରୀ ପାଣ୍ଡିଆନ ମଂଚ ଉପରେ ପ୍ରଦୀପଙ୍କ ନାମ ନନେଇ ବିବାଦୀୟ କଥା କହିଥିଲେ । ଶ୍ରୀ ପାଣ୍ଡିଆନ ଅଭିଯୋଗ ଆଣିଥିଲେ ଯେ, ଗଂଜାମର ଜଣେ ବିଧାୟକ କରୋନା ସମୟରେ ପ୍ରବାସୀ ଓଡ଼ିଆଙ୍କୁ ନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ୍‌ରେ କହିଥିଲେ । ଯଦି ପାଣ୍ଡିଆନଙ୍କ କଥା ସତ, ତା’ହେଲେ ତିନି ବର୍ଷ ପରେ ଏହା କହିବା କ’ଣ ଦରକାର ଥିଲା? ଯଦି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପାଣିଗ୍ରାହୀ ଏହି କଥା ୨୦୨୦ ମସିହା ମେ’ ମାସରେ କହିଥିଲେ, ମୁଖ୍ୟମନ୍ତ୍ରୀ ଯେହେତୁ ନିର୍ବଳ ଶାସନକୁ ଭଲ ପାଆନ୍ତି ଓ ଓଡ଼ିଆ ଲୋକଙ୍କୁ ଭଲ ପାଆନ୍ତି, ତା’ହେଲେ ଶ୍ରୀ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିପାରିଥାନ୍ତେ । ତେବେ ସେ ଏହା କାହିଁକି କଲେନି?

ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ!

୫ଟି ସଚିବ ଭିକେ ପାଣ୍ଡିଆନ କୌଣସି କାର୍ଯ୍ୟକ୍ରମକୁ ଗଲେ ସେଠାରେ କହୁଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଆପଣଙ୍କର ଅଭିଯୋଗ ଶୁଣିବାକୁ ଆସିଛି । ଏଠାରେ ପ୍ରକଳ୍ପ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ମୁହଁକୁ ଦେଖି କ’ଣ ବିଜେଡିକୁ ଭୋଟ ଦେଇଥିଲେ । ଲୋକମାନେ କ’ଣ ସିଧାସଳଖ ବିଧାୟକଙ୍କୁ ନିଜର ସମସ୍ୟା କହିପାରିବେ ନାହିଁ । ଅପରପକ୍ଷେ ବିଧାୟକ କ’ଣ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଅସୁବିଧା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିପାରିବେ ନାହିଁ । ଯଦି ଲୋକଙ୍କର ସମସ୍ୟା ବିଧାୟକମାନେ ଶୁଣିବାକୁ ଅସମର୍ଥ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ କଫି ଟେବୁଲରେ ବସି ଆଲୋଚନା କରିବାରେ ଆଯୋଗ୍ୟ, ତା’ହେଲେ ନିର୍ବାଚନର ଆବଶ୍ୟକତା କ’ଣ ଅଛି ।

ସୌମ୍ୟ ଭଲ କରିଛନ୍ତି: ବିରୋଧୀ ନେତା

ବିଜେଡିର ବିଧାୟକମାନେ ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ତୀବ୍ର ବିରୋଧ କରୁଛନ୍ତି । ଏକଥା ରାଜ୍ୟବାସୀ ଜାଣି ସାରିଛନ୍ତି । କିନ୍ତୁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସମେତ ବୁଦ୍ଧିଜୀବୀମାନେ ସମର୍ଥନ ଜଣାଉଛନ୍ତି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ନେତାମାନେ କହିଛନ୍ତି, ସୌମ୍ୟ ରଂଜନ ଜଣେ ସଂପାଦକଭାବେ ଠିକ ଲେଖିଛନ୍ତି । ରାଜ୍ୟର ସ୍ୱାର୍ଥପାଇଁ ସେ ଭଲ କାମ କରିଛନ୍ତି । ସୌମ୍ୟଙ୍କ ସମର୍ଥନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ପ୍ରଦୀପ ନାଏକ, କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ନିରଂଜନ ପଟ୍ଟନାୟକ ଆଦି ସମର୍ଥନ ଜଣାଇଛନ୍ତି ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments