Monday, May 20, 2024
Homeଅନ୍ୟାନ୍ୟସନାତନ: ବହୁ ପୁରାତନ ଧର୍ମ

ସନାତନ: ବହୁ ପୁରାତନ ଧର୍ମ

ଭୁବନେଶ୍ୱର: ସନାତନ ଧର୍ମକୁ ହିନ୍ଦୁ ଧର୍ମ ଅଥବା ବୈଦିକ ଧର୍ମ ମଧ୍ୟ କୁହାଯାଇଥାଏ । ସନାତନର ଅର୍ଥ ଶାଶ୍ୱତ ଅର୍ଥାତ ‘ସବୁ ବେଳେ ଉପସ୍ଥିତ ରହିବା’ ଅର୍ଥାତ ଯାହାର ମୂଳ ନୁହେଁ କି ଶେଷ ନୁହେଁ । ସନାତନ ଧର୍ମ ମୂଳତଃ ଭାରତୀୟ ଧର୍ମ, ଯାହାକି ପୂରା ବୃହତ୍ତର ଭାରତ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଏବଂ ଏକଦା ବିଶ୍ୱର ଚାରିଆଡେ ବ୍ୟାପିଥିଲା । କିନ୍ତୁ ବିଭିନ୍ନ କାରଣରୁ ଧର୍ମାନ୍ତରଣ ପରେ ବି ବିଶ୍ୱର ବହୁ ସଂଖ୍ୟାରେ ଲୋକ ସନାଧନ ଧର୍ମ ଉପରେ ଭରସା ରଖନ୍ତି ।
ଭାରତର ସିନ୍ଧୁ ଘାଟି ସଭ୍ୟତାରେ ହିନ୍ଦୁ ଧର୍ମର ଅନେକ ଚିହ୍ନ ମିଳିଥାଏ । ଏଥିରୁ ଏକ ହେଉଛି ଅଜଣା ମାତୃଦେବୀଙ୍କ ମୂର୍ତ୍ତି । ଶିବ ପଶୁପତି ଭଳି ଦେବତାଙ୍କ ମୁଦ୍ରା, ଲିଙ୍ଗ, ପିପଳର ପୂଜା ଇତ୍ୟାଦି । ଐତିହାସିକଙ୍କ ଦୃଷ୍ଟିକୋଣରୁ ଏହି ସଭ୍ୟତାର ଶେଷ ସମୟରେ ମଧ୍ୟ ଏସିଆର ଏକ ଅନ୍ୟ ଜାତିର ଆଗମନ ହୋଇଥିଲା, ଯେଉଁମାନେ ନିଜକୁ ଆର୍ଯ୍ୟ କହୁଥିଲେ ଏବଂ ସଂସ୍କୃତ ନାମୀ ଏକ ହିନ୍ଦ ୟୁରୋପୀୟ ଭାଷା କହୁଥିଲେ । ଅନ୍ୟ ଏକ ଦୃଷ୍ଟିକୋଣରୁ ସିନ୍ଧୁ ଘାଟୀ ସଭ୍ୟତାର ଲୋକେ ହିଁ ଆର୍ଯ୍ୟ ଥିଲେ ଏବଂ ସେମାନଙ୍କର ମୂଳସ୍ଥାନ ଭାରତ ଥିଲା । ପ୍ରାଚୀନ କାଳରେ ଭାରତୀୟ ସନାତନ ଧର୍ମରେ ଗାଣପତ୍ୟ, ଶୈବଦେବ, କୋଟି ବ୍ରହ୍ମାଣ୍ଡ, ଶାକ୍ତ ଓ ସୌର ନାମର ୫ଟି ସଂପ୍ରଦାୟ ଥିଲେ । ଏମାନେ ବିଷ୍ଣୁ, ଶିବ, ଶକ୍ତି ଓ ସୂର୍ଯ୍ୟ ପୂଜା କରୁଥିଲେ ।

ଜାରି ରହିବ ଆନ୍ଦୋଳନ!

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବା ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ଦେଶବ୍ୟାପି ବିରୋଧ ହୋଇଛି । ଉଦୟନିଧିଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ, ମୁମ୍ବାଇ ପରେ ଏବେ ମଧ୍ୟପ୍ରଦେଶରେ ବିରଳ ଶୈଳୀରେ ବିରୋଧ କରାଯାଇଛି । ଇନ୍ଦୋର ସହରରେ ଏକ ମନ୍ଦିରର ପାହାଚ ଉପରେ ଉଦୟନିଧିଙ୍କ ଫଟୋ ଲଗାଯାଇ, ଏହାରି ଉପରେ ଭକ୍ତମାନେ ଚାଲିଛନ୍ତି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ଉଦୟନିଧିଙ୍କ ବିରୋଧରେ ରାଜରାସ୍ତାକୁ ଆସିଥିଲା । ବିଗତ ଦିନରେ ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହି କାରଣରୁ ତାଙ୍କୁ ପୂରା ଦେଶରେ ବିରୋଧ କରାଯାଇଛି । ଏହି କ୍ରମରେ ଇନ୍ଦୋରରେ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତାମାନେ ଉଦୟନିଧିଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ । ଏଠାରେ ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବା ପୂର୍ବରୁ ଉଦୟଙ୍କ ଫଟୋ ଉପରେ ପାଦ ରଖି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ହିନ୍ଦୁ ଜାଗରଣ ମକ୍ଟକ୍ଟ୍ରର ଇନ୍ଦୋର ଜିଲ୍ଲା ସଂଯୋଜକ କନ୍ନୁ ମିଶ୍ରା କହିଛନ୍ତି, ଆମର ଭାବନାକୁ ଆଘାତ ମିଳିଛି । ଏଥି ପାଇଁ ମନ୍ତ୍ରୀଙ୍କ ପୁଅର ଫୋଟୋ ଆମେ ମନ୍ଦିରର ପାହାଚରେ ଲଗାଇଛୁ । ଆମେ ତାଙ୍କୁ ବିରୋଧ କରୁଛି । ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିବ । ଭିନ୍ନଭିନ୍ନ ସ୍ଥାନରେ ବିରୋଧ କରାଯିବ ।

କ’ଣ ଥିଲା ମାମଲା?

ଗତ ୨ ତାରିଖର ଘଟଣା । ଉଦୟନିଧି ଷ୍ଟାଲିନ ନିଜ ବୟାନରେ ସନାତନ ଧର୍ମ ସହିତ ଡେଙ୍ଗୁ ଓ ମ୍ୟାଲେରିଆକୁ ତୁଳନା କରିଥିଲେ । ‘ସନାତନ ଉଚ୍ଛେଦ ସମ୍ମିଳନୀ’ରେ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି । ସନାତନ ଧର୍ମ ବିରୋଧ ପରିବର୍ତ୍ତେ ସମ୍ମିଳନୀର ନାଁ ‘ସନାତନ ଧର୍ମ ଉଚ୍ଛେଦ’ ଦେଇଥିବାରୁ ଆୟୋଜକଙ୍କୁ ଅଭିନନ୍ଦନ ଜଣାଉଛି । ସନାତନ ଧର୍ମକୁ କେବଳ ବିରୋଧ ନୁହେଁ । ବରଂ ଏହାକୁ ଉଚ୍ଛେଦ କରାଯିବାର ଦରକାର ରହିଛି । ମଶା, ଡେଙ୍ଗୁଜ୍ୱର, ମ୍ୟାଲେରିଆ ଓ କରୋନାକୁ ବିରୋଧ କରାଯାଇ ପାରିବ ନାହିଁ । ସେସବୁ ବିଲୋପ କରିବାକୁ ପଡ଼ିବ । ସନାତନ ମଧ୍ୟକୁ ମଧ୍ୟ ସେହିପରି କରାଯିବାର ଆବଶ୍ୟକତା ରହିଛି । ଆହୁରି ସେ କହିଥିଲେ ଯେ, “ସନାତନମ୍ କ’ର “ସନାତନମ୍‌’ ନାଁ ସଂସ୍କୃତରୁ ଆସିଛି । ‘ସନାତନମ ସମାନତା ଓ ସାମାଜିକ ନ୍ୟାୟର ବିରୁଦ୍ଧାଚରଣ କରୁଛି । ‘ସନାତନମ’ର ଅର୍ଥ ହେଉଛି ‘ଚିରସ୍ଥାୟୀ’ ଯାହାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଏହାହିଁ “ସନାତନମ୍‌’ର ଅର୍ଥ, ଏଥିରେ କାହାର ସନ୍ଦେହ ନାହିଁ ।

ଚ୍ୟାଲେଞ୍ଜ କରିବାକୁ ଉଦୟନିଧି ପ୍ରସ୍ତୁତ

ସମ୍ମିଳନୀରେ ଉଦୟନିଧି ଦେଇଥିବା ବୟାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହା ପରେ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଳବୀୟ କହିଥିଲେ, ଉଦୟନିଧି ଷ୍ଟାଲିନ ଦେଶର ୮୦ ପ୍ରତିଶତ ଜନତାଙ୍କୁ ନରସଂହାର ଆହ୍ୱାନ କରିଛନ୍ତି । ଶ୍ରୀ ମାଳବୀୟଙ୍କ ବୟାନକୁ ଜବାବରେ ଉଦୟନିଧି କହିଥିଲେ ଯେ, ସେ କେବେବି ସନାତନ ଧର୍ମକୁ ସମ୍ମାନ ଦେଉଥିବା ଅନୁଗାମୀଙ୍କୁ ନରଂସହାର ଆହ୍ୱାନ ଦେଇ ନାହାନ୍ତି । କିନ୍ତୁ ସେ କହିଥିଲେ ଯେ, ଯେକୌଣସି ପ୍ରକାରର ଆଇନଗତ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି । ଏଭଳି ଚିରାଚରିତ ଗୈରିକ ଧମକ ମତେ ଭୟଭୀତ କରିପାରିବ ନାହିଁ । ଉଦୟନିଧି ବିଜେପିକୁ ବିଷଧର ସାପ ଓ ଏଆଇଡିଏମ୍‌କେକୁ ଅଳିଆ ଗଦା କହିଥିଲେ ।

ଓଡ଼ିଶାରେ ଉଦୟନିଧିଙ୍କୁ ନିନ୍ଦା

ତାମିଲନାଡୁର କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନକୁ ତାମିଲନାଡୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସହିତ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି । ଉଦୟଙ୍କୁ ଓଡ଼ିଶାରେ ରାଷ୍ଟ୍ରୀୟ ସୂର୍ଯ୍ୟାଂଶୀ ବ୍ରାହ୍ମଣ ସମାଜ ତୀବ୍ର ନିନ୍ଦା କରିଛି । ଉଦୟନିଧି ସର୍ବ ପୁରାତନ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ସହିତ ତୁଳନା କରି କଦର୍ଥ ଓ କଟାକ୍ଷ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାମିଲନାଡୁ ବିଧାନସଭାରୁ ବହିଷ୍କାର କରାଯାଉ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments