Monday, May 20, 2024
Homeଖବରବଢ଼ିଲାଣି ବି‌ଦ୍ରୋହ, ଆହୁରି ହେବ ତୀବ୍ର

ବଢ଼ିଲାଣି ବି‌ଦ୍ରୋହ, ଆହୁରି ହେବ ତୀବ୍ର

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ସବୁଠାରୁ ବଡ଼ ଦଳ ତଥା ଶାସକ ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ୨୭ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଦଳ ୮ଜଣ ବିଧାୟକଙ୍କ ଉପରେ ପୁଣି ଥରେ ଭରସା ରଖିଥିବା ବେଳେ କରିଥିବାବେଳେ ସମ୍ପୂର୍ଣ୍ଣ ନବାଗତ ୮ଜଣ ମଧ୍ୟ ଟିକେଟ୍‌ ଦେଇଛନ୍ତି। ଅନ୍ୟ ୧୦ଜଣଙ୍କ ମଧ୍ୟରୁ ଖଡ଼ିଆଳରେ କଂଗ୍ରେସ ଛାଡ଼ି ଦଳରେ ମିଶିଥିବା ଅଧିରାଜ ପାଣିଗ୍ରାହୀଙ୍କୁ ଟିକେଟ୍‌ ଦେଇଛନ୍ତି। ଏହି ପର୍ଯ୍ୟାୟରେ ବିଜେଡି ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥିରେ ୪ଜଣ ବିଧାୟିକାଙ୍କୁ ପୁଣି ଟିକେଟ୍‌ ଦେଇଛି ଓ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ବିଧାୟକ ସ୍ୱାମୀଙ୍କ ସ୍ଥାନରେ ଟିକେଟ୍ ମିଳିଛି। ଏହି ଦଫାରେ  ୭ଜଣ ବିଧାୟକଙ୍କ ଟିକେଟ୍ କଟିଛି। ବିଜେଡି ଏପର୍ଯ୍ୟନ୍ତ ମୋଟ ୯୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବାବେଳେ ବାକି ୪୮ଟି ଆସନରେ ଚିତ୍ର ଅସ୍ପଷ୍ଟ ରହିଛି।

ତୃତୀୟ ପର୍ଯ୍ୟାୟରେ ବିଜେଡି ୫ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁଙ୍କ ବଦଳରେ ବିଜେପି ଛାଡ଼ିଥିବା ଭୃଗୁ ବକ୍ସିପାତ୍ର ଓ କେନ୍ଦୁଝରରେ ଚନ୍ଦ୍ରାଣୀ ମୁର୍ମୁଙ୍କ ସ୍ଥାନରେ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ କରିଛି। ଚନ୍ଦ୍ରଶେଖରଙ୍କୁ ନିର୍ବାଚନୀ ଇସ୍ତାହାର କମିଟିରେ ସଭାପତି ରଖାଯାଇଥିବା ବେଳେ ଚନ୍ଦ୍ରାଣୀ କରିବେ କ’ଣ? ସବୁଠାରୁ ବଡ଼କଥା ହେଲା ଯେ, ପ୍ରଥମ ପର୍ଯ୍ୟାୟରେ ବିଜେଡି ଯେତେବେଳେ ୭୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା, ସେହି ସମୟରେ ଆଜି ଭଳି ବିଦ୍ରୋହ ଦେଖାଯାଇ ନଥିଲା। ବିରୋଧୀ ଭୟରେ ବିଜେଡି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଳମ୍ବ କରିଥିଲା। କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ୨୭ଟି ସ୍ଥାନରେ ୫ ଜଣ ଟିକେଟ୍‌ ଆଶାୟୀ ବିଜେଡି ବିଦ୍ରୋହରେ କହିବା ଆରମ୍ଭ କରିଦେଇଛନ୍ତି। ଜଗତସିଂହପୁରର ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ ସୋର ବିଧାୟକ ପର୍ଶୁରାମ ଧଡ଼ା, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି।  ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିପାରେ। ସେହିଭଳି ବିଜେଡି ଯେତ‌େବେଳେ ଅବଶିଷ୍ଟାଂଶ ୪୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ, ଅବସ୍ଥା ଅସମ୍ଭାଳ ହୋଇଯିବ ବୋଲି କୁହାଯାଉଛି।

ବିଦ୍ରୋହର ନିଆଁ ଜଳିଲା

ବିଧାନସଭା ପାଇଁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଭୁବନେଶ୍ବର (ଏକାମ୍ର)ରେ ବିଦ୍ରୋହ ଆରମ୍ଭ ହୋଇଛି। ଏଠାରେ ମନ୍ତ୍ରୀ ‌ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜେଡି ଟିକେଟ୍‌ ଦେଇଛି। ତେଣୁ ଅଶୋକଙ୍କ ବିରୋଧରେ ଜଣେ ଯୁବନେତା ସ୍ବାଧୀନ ପ୍ରାର୍ଥୀ ହୋଇପାରନ୍ତି। ଭୁବନେଶ୍ବର ମଧ୍ୟରେ ବିଜେଡି ଏପର୍ଯ୍ୟନ୍ତ ଟିକେଟ୍‌ ଘୋଷଣା କରି ନାହିଁ। କିନ୍ତୁ ନବୀନ ନିବାସ ଆଗରେ ଦଳର ୩ ଟାଣୁଆ ନେତା ଯଥା ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାରଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ଆସନରେ ଭୂପିନ୍ଦରଙ୍କ ବିରୋଧରେ ପ୍ରାୟ ୬ ଜଣ ବି‌ଦ୍ରୋହୀ ପ୍ରାର୍ଥୀ ଅଛନ୍ତି। ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁରରେ ତୃତୀୟ ଥର ପାଇଁ ବିଜେଡି ଟିକେଟ୍‌ ଦେଲା ପରେ ବ୍ଲକ ଉପସଭାପତି ନାରାୟଣ ଲୁହା ଅମଙ୍ଗ ହୋଇଛନ୍ତି। ଏବେ ସେ ସ୍ଥାନୀୟ ଲୋକଙ୍କର ମତାମତ ସଂଗ୍ରହ କରୁଛନ୍ତି। ଲୋକଙ୍କ ନିର୍ଦ୍ଦେଶରେ ସେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ।  

ବିଜେଡିରୁ ଇସ୍ତଫା ଦେଲେ ପର୍ଶୁରାମ

ବିଜେଡି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ପରେ ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ଆସନ ପାଇଁ ମାଧବ ଧଡ଼ାଙ୍କୁ ସୁଯୋଗ ମିଳିଛି। ଟିକେଟ୍‌ରୁ ବଞ୍ଚିତ ହୋଇଥିବା ଅସନ୍ତୁଷ୍ଟ ବିଧାୟକ ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇଛନ୍ତି।  ସୋର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ମାଧବ ବିଜେପି ଛାଡ଼ି ଗତ ମାସ ୧୯ ତାରିଖ ଦିନ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଥିଲେ। ଫଳରେ  ପର୍ଶୁରାମ ଓ ଶିବାନୀ ଶିବିରରେ ନିରାଶା ଖେଳିଯାଇଛି। ବିଧାୟକ ପର୍ଶୁରାମ ୨୦୦୯ ନିର୍ବାଚନରେ ସୋର ବିଧାନସଭା ଆସନରୁ ବିଜେପି ଟିକେଟ୍‌ରେ ଲଢ଼ି ଖୁବ୍‌ କମ୍‌ ଭୋଟ୍‌ରେ ପରାଜିତ ହୋଇଥିଲେ। ହେଲେ ବିଜେଡିରୁ ପ୍ରାର୍ଥୀ ହୋଇ ସେ ବିଜେପିର ରାକେଶ ମଲ୍ଲିକଙ୍କୁ ୨୦୧୪ ଓ ୨୦୧୯ ନିର୍ବାଚନରେ ପରାଜିତ କରିଥିଲେ।

ବିଜେଡି ଛାଡ଼ିଲେ ଦେବେନ୍ଦ୍ର

ଫୁଲବାଣୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ କହିଛନ୍ତି, ଦୀର୍ଘ ୧୫ ବର୍ଷ ଧରି ଦଳ ପାଇଁ ‌ସେ କାର୍ଯ୍ୟ କରିଛି। ମାତ୍ର ବର୍ତ୍ତମାନ ତାଙ୍କୁ ଦଳରେ ଅଣଦେଖା କରା ଯାଇଛି। ଦେବେନ୍ଦ୍ର ଚଳିତ ସାଧାରଣ ନିର୍ବାଚନ ପାଇଁ ଫୁଲବାଣୀ ବିଧାନସଭାରୁ ବିଜେଡି ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ  ଫୁଲବାଣୀ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଜୟଶ୍ରୀ କହଁରଙ୍କ ନାମ ଘୋଷଣା କରାଯାଇଛି। ୨୦୦୯ ସାଧାରଣ ନିର୍ବାଚନରେ ଦେବେନ୍ଦ୍ର ଫୁଲବାଣୀ ଆସନରୁ ବିଜେଡିରୁ ଲଢ଼ି ବିଜୟୀ ହୋଇଥିଲେ। ତଥାପି ପରବର୍ତ୍ତୀ ସମୟରେ ୨୦୧୪ ଏବଂ ୨୦୧୯ରେ ତାଙ୍କୁ ଟିକେଟ୍‌ ଦିଆଯାଇ ନଥିଲା।

ବିଜେଡିରୁ ଇସ୍ତଫା ଦେଲେ ଅସିତ୍  

ସେହିପରି ସବୁ କଲ୍ପନା କଳ୍ପନାର ଅନ୍ତ ଘଟାଇ ବୁଧବାର-ଗୁରୁବାର ରାତିରେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପଠାଇଥିବା ଇସ୍ତଫା ପରେ ସେ ଲିଖୁଛନ୍ତି,  ଯେଉଁଠି ସମ୍ମାନ ନାହିଁ। ସେ ଦଳରେ ରହିବି କାହିଁକି।  ଅସିତ ଙ୍କୁ ୨୦୧୯ ମସିହାରେ ବିଜେଡ଼ି ଦଳ ଟିକେଟରୁ ବଞ୍ଚିତ କରିଥିଲା। ତାଙ୍କୁ ଦଳ ରାଜ୍ୟ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା।  ୨୦୨୪ ରେ ଅସିତଙ୍କୁ ଦଳ ଟିକଟ ନା ଦେଇ ଏଠାରୁ ଭଣ୍ଡାରିପୋଖରୀର  ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କୁ  ପ୍ରାର୍ଥୀ କରିଛି। ଅସିତ୍ଙ୍କୁ ଦଳ ଦୁଇ ଦୁଇ ଟି ନିର୍ବାଚନ ଟିକଟ ନଦେବା ଘଟଣା ପରେ ଅସିତ ଆଜି ବିଜେଡ଼ି ଦଳରୁ ଇସ୍ତଫା ଦେଇଛନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments