Monday, May 20, 2024
Homeଅନ୍ୟାନ୍ୟବୁଣାକାରଙ୍କ ଉନ୍ନତିକଳ୍ପେ ‘ବୟନିକା’

ବୁଣାକାରଙ୍କ ଉନ୍ନତିକଳ୍ପେ ‘ବୟନିକା’

ଭୁବନେଶ୍ୱର:  ସମଗ୍ର ଦେଶରେ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଇଛି। ବୟନିକା ଓ ବୁଣାକାର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ‘ବୟନିକା’ ଦୀର୍ଘ ୬୪ ବର୍ଷ ଧରି ବୁଣାକାରଙ୍କ ସେବାରେ ଅନବରତ ଭାବେ ନିଜକୁ ଉତ୍ସର୍ଗୀକୃତ କରି ଆସିଛି। ଆଜି ମହାମାରୀ ସମୟରେ ବୁଣାକାରଙ୍କ ପ୍ରତି ‘ବୟନିକା’ର ଦାୟିତ୍ୱବୋଧତା ବହୁଗୁଣିତ ହୋଇଛି। ଅପ୍ରେଲ୍‌ ୨୦ ତାରିଖଠାରୁ ଏ ଯାବତ୍‌ ‘ବୟନିକା’ ବିଭିନ୍ନ ବୁଣାକାର ସମବାୟ ସମିତିକୁ ୪ କୋଟି ୩୦ ଲକ୍ଷ ଟଙ୍କାର ସୂତା ଯୋଗାଇ ଦେଇଛି ଏବଂ ସେମାନଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କାର ଲୁଗା କ୍ରୟ କରିଛି। ମଜୁରି ଓ ଲୁଗା ବକେୟା ବାବଦକୁ ସମିତିମାନଙ୍କୁ ୧୨ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହା ଦ୍ୱାରା ଓଡ଼ିଶାର ବୁଣାକାରମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାରେ ସକ୍ଷମ ହୋଇପାରିଛନ୍ତି।

ଗତବର୍ଷ ତୁଳନାରେ ‘ବୟନିକା’ ଚଳିତ ବର୍ଷ ୨୦ କୋଟି ଟଙ୍କାର ବ୍ୟବସାୟ ଏ ଯାବତ୍‌ ହରାଇ ସାରିଛି। ଯଦି ଏହି କୋଭିଡ୍‌ ସମସ୍ୟା ଶୀଘ୍ର ଦୂରୀଭୂତ ନହୁଏ ‘ବୟନିକା’ ଅଧିକ ବ୍ୟବସାୟ ହରାଇବ। ଏହାକୁ ଦୃଷ୍ଟିରେ ରଖି ଏବଂ ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ତାଙ୍କର ବସ୍ତ୍ରକୁ କିଣିବା ନିମନ୍ତେ ପବିତ୍ର ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶା ସରକାର ‘ବୟନିକା’କୁ ୧୫ କୋଟି ଟଙ୍କାର ସୁଧମୁକ୍ତ କାର୍ଯ୍ୟକାରୀ ମୂଳଧନ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହା ‘ବୟନିକା’ ଓ ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments