Monday, May 20, 2024
Homeଅନ୍ୟାନ୍ୟମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ ସମ୍ଭନ୍ଧୀୟ ନୂତନ କାର୍ଯ୍ୟକ୍ରମ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ ସମ୍ଭନ୍ଧୀୟ ନୂତନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୧/୦୫/୨୦୨୩: ମିଶନ ଶକ୍ତି ସହାୟତାରେ ଆମ ରାଜ୍ୟର ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଗତ ୪ ବର୍ଷ ମଧ୍ୟରେ ୧୩୨୮୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମ ପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦୀ ଲିଜ ସୂତ୍ରରେ ନେଇ ସଫଳତାର ସହିତ ମାଛଚାଷ କରି ରାଜ୍ୟର ମାଛ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହୋଇପାରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଆଗ୍ରହ, ଏକାଗ୍ରତା ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିପାରିଛି ।

ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ, ମତ୍ସ୍ୟ ନିର୍ଦ୍ଧେଶାଳୟ ଏବଂ ବିଶ୍ୱସ୍ତରୀୟ ସଂଗଠନ ୱାର୍ଲଡଫିସର ମିଳିତ ଅନୁକୁଲ୍ୟରେ ଲୋକସେବା ଭବନର କନଭେନସନ ହଲରେ ପ୍ରଥମ ପରିଚିତି ଓ ଅଭିମୁଖୀକରଣ (Inception-cum-Orientation Workshop) ଶୀର୍ଷକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୭ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱାସ୍ଥ୍ୟକର ପରିବେଶରେ ଉନ୍ନତମାନର ଶୁଖୁଆ ଉତ୍ପାଦନ, ସେଥି ନିମନ୍ତେ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ଏହି ସହିତ ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୱାର୍ଲଡ୍‌ ଫିସ୍‌ ସହାୟତାରେ ୩୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ ସଦସ୍ୟା ଶୁଖୁଆ ଉତ୍ପାଦନ ପାଇଁ ଏବଂ ପ୍ରାୟ ୨୦୦୦ ସ୍ୱୟଂ ସହାୟକ ଗୋଷ୍ଠୀର ୨୦,୦୦୦ ସଦସ୍ୟା ଗ୍ରାମ ପଞ୍ଚାୟତ ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ ନିମନ୍ତେ ତାଲିମ୍‌ ପାଇବେ ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ ଯୋଗଦେଇ ଏହି ନୂତନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତୀଥି ଭାବେ ଯୋଗଦେଇ ରାଜ୍ୟ ମିଶନ ନିର୍ଦ୍ଦେର୍ଶକ-ତଥା-ମୁଖ୍ୟ ନିର୍ବାହୀ ଏନ. ତିରୁମାଲା ନାୟକ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ମତ୍ସ୍ୟ ବିଭାଗ ଓ ମିଶନ ଶକ୍ତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments