Thursday, May 9, 2024
Homeଅତିଥି ସ୍ତମ୍ଭରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓଡ଼ିଶାକୁ ପଦକ ନାହିଁ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓଡ଼ିଶାକୁ ପଦକ ନାହିଁ

ଭୁବନେଶ୍ବର: ବର୍ମିଂହାମ ରାଜ୍ୟ୦ଗୋଷ୍ଠୀ କ୍ରୀଡ଼ା-୨୦୨୨ ରବିବାର (୨୦୨୨ ଅଗଷ୍ଟ ) ଶେଷ ହୋଇଛି। ବର୍ମିଂହାମସ୍ଥିତ ଆଲେକଜାଣ୍ଡର ଷ୍ଟାଡିୟମରେ ଏହି ଅବସରରେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମାରୋହରେ କ୍ରୀଡ଼ାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବର୍ମିଂହାମର ଇତିହାସକୁ ଭିନ୍ନ ଶୈଳୀରେ ଉପସ୍ଥାପନ କରାଯାଇଥିଲା। ବ୍ରିଟେନ୍ର ପ୍ରିନ୍ସ ଏଡୱର୍ଡ ୨୨ତମ କ୍ରୀଡ଼ାର ସମାପନକୁ ଘୋଷଣା କରିଥିଲେ। ଗତ ଜୁଲାଇ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ରୀଡ଼ା କୁମ୍ଭ ୧୧ ଦିନ ପର୍ଯ୍ୟନ୍ତ ଜାରି ରହଲା ପରେ ଶେଷ ହୋଇଛି, ଯେଉଁଥିରେ କି ୭୨ଟି ଦେଶରୁ ପ୍ରାୟ ୫୦୦୦ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ସମାରୋହରେ ପପ୍ ବ୍ୟାଣ୍ଡ, ଅପାଚେ ଇଣ୍ଡିଆନ, ପଂଜାବୀ ଏମ୍ସି ଏବଂ ଡେକ୍ସି ଭଳି କଳାକାର ସାମିଲ ଥିଲେ।  
ଚଳିତ ଥର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତରୁ ମୋଟ ୨୧୫ ଜଣ ଅଂଶଗ୍ରହଣ କରିଥିଲେ। ଏଥିରେ ୫୦.୩ ପୁରୁଷ ଥିଲା ବେଳେ ୪୯.୭ ପ୍ରତିଶତ ଖେଳାଳି ମହିଳା ଥିଲେ। ଭାରତୀୟ କ୍ରୀଡ଼ାବିଦ୍ମାନେ ମୋଟ ୧୬ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସବୁଠାରୁ କନିଷ୍ଠ ଅନାହତ ସିଂହ (୧୪ ବର୍ଷ) ଓ ବରିଷ୍ଠ ଭାବେ ସୁନୀଲ ବାହାଦୂର (୪୫) ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାଗ ନେଇଥିଲେ। ଭାରତୀୟ କ୍ରୀଡ଼ାବିଦ୍ମାନେ ମୋଟ ୬୧ଟି ପଦକ ଆଣିଛନ୍ତି। ଏଥିରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି କାଂସ୍ୟ ସାମିଲ ରହିଛି । ପଦକ ତାଲିକାରେ ଭାରତ ୪ର୍ଥ ସ୍ଥାନରେ ରହିଛି।

ଭାରତର ସ୍ବର୍ଣ୍ଣ ପଦକ ବିଜେତା

ଭାରତକୁ ଯେଉଁ କ୍ରୀଡ଼ାବିତ୍ମାନେ ସ୍ବର୍ଣ୍ଣ ପଦକ ଆଣିଛନ୍ତି, ନିଶ୍ଚିତ ଭାବେ ସେମାନେ ବର୍ଷ ବର୍ଷ ଧରି ସାଧାନ କରିଛନ୍ତି। ଯେଉଁମାନେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି, ସେମାନେ ମଧ୍ୟ ସମ୍ମାନର ଅଧିକାରୀ। ତେବେ ମୀରାବାଇ ଚାନୁ, ଜେରେମୀ ଲାଲରିନୁଗା, ଅଚିନ୍ତା ଶେଉଳୀ, ମହିଳା ଟିମ, ପୁରୁଷ ଟିମ୍, ସୁଧୀର, ବଜରଂଗ ପୁନିଆ, ସାକ୍ଷୀ ମଲିକ, ଦୀପକ ପୁନିଆ, ରବି କୁମାର ଦହିଆ, ବିନେଶ ଫୋଗାଟ, ନବୀନ କୁମାର, ଭାବିନା ପଟେଲ, ନୀତୁ ଘଂଘସ, ଅମିତ ପଂଘଲ, ଏଲ୍ଡହାସ, ନିକହତ ଜରୀନ, ଅଚନ୍ଦ ଓ ଶ୍ରୀଜା ଅକୁଲା, ପିଭି ସିନ୍ଧୁ, ଲକ୍ଷ୍ୟ ସେନ, ସାତ୍ୱିକ ଓ ଚିରାଗ ଓ ଅଚନ୍ତ ଶରତ କମଲ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଗାମୀ ପିଢ଼ୀର ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି।  

ଆମେ ଆଦୌ ଭଲ ଖେଳିଲେ ନାହିଁ: ହକି କୋଚ

ହକି ହେଉଛି ଭାରତର ଜାତୀୟ ଖେଳ। କିନ୍ତୁ ଏହି କ୍ରୀଡ଼ାରେ ଚଳିତ ଥର ଯେଉଁଭଳି ଭାବେ ଆଶା କରାଯାଇଥିଲା, ତାହା ହୋଇପାରିଲା ନାହିଁ। ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୭-୦ ଗୋଲରେ ପରାସ୍ତ ହୋଇଛି ଭାରତ। ପୁରୁଷ ହକି ଟିମ୍ ଆରମ୍ଭରୁ ଯେଉଁଭଳି ଭାବେ ପ୍ରଦର୍ଶନ କଲେ ଦେଶକୁ ସ୍ବର୍ଣ୍ଣ ପଦକ ଆସିବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ହୋଇପାରି ନାହିଁ। ମହିଳା ହକି ଟିମ୍ ମଧ୍ୟ ବହୁ ସଂଘର୍ଷ କରି ଦେଶକୁ କୌଣଦି ପଦକ ଆଣିପାରିଲେ ନାହିଁ।  ଭାରତୀୟ ପୁରୁଷ ହକି ଟିମ୍ର କୋଚ ଗ୍ରାହମ ରିଡ  ସେ ଖେଳାଳିଙ୍କ ସହିତ ଆଲୋଚନା କରି କହିଛନ୍ତି, ତାଙ୍କ ପାଖରେ ତାଙ୍କ ମଜବୁତ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପାଇଁ ଶକ୍ତି ଅଛି। କିନ୍ତୁ ଫାଇନାଲରେ ଭାରତୀୟ ଟିମ୍କୁ ୭-୦ରେ ହରାଇ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣପଦକ ହାସଲ କରିଛି । ଭାରତୀୟ ଟିମ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେ କହିଛନ୍ତି ଯେ, ମୁଁ ନିରାଶ ହୋଇଛି। କାରଣ ଆମେ ଆଦୌ ଭଲ ଖେଳି ପାରିଲେ ନାହିଁ। ମୁଁ ନିଜକୁ ଛୋଟ ମନେ କରୁଛି । ମ୍ୟାଚ ପୂର୍ବରୁ ଆମେ ଯେଉଁ ବିଷୟରେ ଆଲୋଚନା କରିଥିଲେ, ଏହା କରିପାରିଲେ ନାହିଁ।

କ୍ରୀଡ଼ାର ରାଜଧାନୀକୁ ଆସିଲାନି ପଦକ

କ୍ରୀଡ଼ାକୁ ନେଇ ଓଡ଼ିଶା ସରକାର ସବୁବେଳେ ବଡ଼ବଡ଼ କଥା କହୁଛନ୍ତି। ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରାଜ୍ୟରୁ ଆଶାନୁସାରେ ପ୍ରତିଯୋଗୀ ସାମିଲ ହୋଇପାରୁ ନାହାନ୍ତି। କ୍ରୀଡ଼ାବିତ୍ମାନଙ୍କୁ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗିଦାରୀ କରାଇବାକୁ ଆମେ ଯୋଗ୍ୟ କରିପାରୁ ନାହୁଁ। ଚଳିତ ଥର ରାଜ୍ୟରୁ ମାତ୍ର ୪ ଜଣ କ୍ରୀଡ଼ାବିତ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ଆଶା ଥିଲା ରାଜ୍ୟକୁ କିଛି ପଦକ ଆସିବ। କିନ୍ତୁ ଓଡ଼ିଶାର ସ୍ବପ୍ନ ଧୂଳିସାତ୍ ହୋଇଯାଇଛି। ହକିକୁ ନେଇ ମଧ୍ୟ ରାଜ୍ୟ ସରକାର ବହୁତ ଗର୍ବ କରନ୍ତି। ହକିରେ ମଧ୍ୟ ଯେମିତି ଆଶା ଥିଲା, ତାହା ହୋଇପାରିଲା ନାହିଁ। ଏଭଳି ଭାବରେ ଆମେ ଭୁବନେଶ୍ବରକୁ ଦେଶର କ୍ରୀଡ଼ାର ରାଜଧାନୀ କହିବା କେତେ ଯୁକ୍ତିଯୁକ୍ତ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments