Monday, May 20, 2024
Homeଅନ୍ୟାନ୍ୟ‘ସ୍ୱଦେଶୀ ମାଇକ୍ରୋପ୍ରୋସେସର୍‌ ଚାଲେଞ୍ଜ’ର ଶୁଭାରମ୍ଭ

‘ସ୍ୱଦେଶୀ ମାଇକ୍ରୋପ୍ରୋସେସର୍‌ ଚାଲେଞ୍ଜ’ର ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ଏବଂ ନ୍ୟାୟ, ସଂଚାର ଏବଂ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ  ଆଜି ‘ସ୍ୱଦେଶୀ ମାଇକ୍ରୋ ପ୍ରୋସେସର ଚାଲେଞ୍ଜ- ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ନବାଚାର ସମାଧାନ’ର ଶୁଭାରମ୍ଭ କରିଛନ୍ତି। ଦେଶର ଷ୍ଟାର୍ଟ ଅପ୍‌, ନବାଚାର ଏବଂ ଅନୁସନ୍ଧାନ କାର୍ଯ୍ୟକ୍ରମକୁ ଶକ୍ତି ପ୍ରଦାନ କରିବା ଏବଂ ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପ୍ରୋତ୍ସାହନ ପ୍ରଦାନ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ମାଇକ୍ରୋ ପ୍ରୋସେସର ବିକାଶ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ମାଡ଼୍ରାସ (ଆଇଆଇଟି, ମାଡ୍ରାସ) ଏବଂ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଆଡ଼ଭାନ୍ସଡ଼୍‌ କମ୍ପ୍ୟୁଟିଂ (ସିଡିଏସି) ନିଜ ନିଜର ସୋର୍ସ ନିର୍ମାଣଶୈଳୀକୁ ଉପଯୋଗ କରି ‘ଶକ୍ତି’ (୩୨ ବିଟ୍‌) ଏବଂ ‘ଭେଗା’ (୬୪ ବିଟ୍‌) ନାମକ ଦୁଇଟି ମାଇକ୍ରୋ ପ୍ରୋସେସରର ବିକାଶ ଘଟାଇ ପାରିଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପ୍ରତିଯୋଗୀ ତଥା ପ୍ରାଦ୍ୟୋଗିକୀ ସଂସାଧନକୁ ବିଭିନ୍ନ ପ୍ରକାର ଲାଭ ପାଇଁ ଉପଯୋଗ କରି ଆସୁଛନ୍ତି। ଏହାଦ୍ୱାର କେବଳ ଦେଶର ସବୁଠାରୁ ଉତ୍ତମ ବିଏଲଏଏସଆଇ ଏବଂ ଇଲେକ୍ଟ୍ରୋନିକ୍ସ ସିଷ୍ଟମର ଡିଜାଇନ ବିଶେଷଜ୍ଞମାନଙ୍କ ଠାରୁ ଇଣ୍ଟର୍ଣ୍ଣସିପ୍‌ ଉପଲବ୍ଧ ହେବାର ଅବସର ମିଳିବ ନାହିଁ, ଅପରନ୍ତୁ ନିୟମିତ ଭାବେ ପ୍ରଯୁକ୍ତିଗତ ମାର୍ଗଦର୍ଶନ ମଧ୍ୟ ପ୍ରାପ୍ତ ହୋଇପାରିବ। ତା’ଛଡ଼ା ଇନ୍‌କୁବେସନ କେନ୍ଦ୍ରମାନଙ୍କ ଦ୍ୱାରା ବ୍ୟବସାୟ ଏବଂ ଫଣ୍ଡିଂ ସହଯୋଗ ମଧ୍ୟ ମିଳିପାରିବ। ହାର୍ଡୱେର ପ୍ରୋଟୋଟାଇପର ବିକାଶ କରିବା ଏବଂ ଷ୍ଟାର୍ଟ ଅପ୍‌ ଇନକୁବେସନ୍‌ ପାଇଁ ଚାଲେଞ୍ଜର ବିଭିନ୍ନ ପର୍ଯ୍ୟାୟରେ ୪.୩୦ କୋଟି ଆର୍ଥିକ ସମର୍ଥନର ମଧ୍ୟ ବ୍ୟବସ୍ଥା ରଖାଯାଇଛି।

ଏହି ଚାଲେଞ୍ଜର ଅବଧି ୧୦ ମାସ ରଖାଯାଇଛି ଏବଂ ଏହାର ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧୮ ତାରିଖ ଠାରୁ  https://innovate.mygov.in ୱେବସାଇଟ୍‌ରେ ଆରମ୍ଭ କରାଯାଇଛି। ତାହା ଜୁନ୍‌ ୨୦୨୧ରେ ସମାପ୍ତ ହେବ। ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ସେମି ଫାଇନାଲରେ ପ୍ରବେଶ କଲେ ୧୦୦ଟି ଟିମକୁ ପୁରସ୍କାର ବାବଦକୁ ମୋଟ୍‌ ୧.୦୦ କୋଟି ଟଙ୍କା ଜିଣିବାର ଅବସର ପ୍ରାପ୍ତ ହେବ। ସେହିଭଳି ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଥିବା ଚୂଡ଼ାନ୍ତ ୨୫ଟି ଟିମ୍‌ଙ୍କୁ ପୁରସ୍କାର ବାବଦକୁ ୧.୦୦ କୋଟି ଟଙ୍କା ଜିଣିବାର ସୁଯୋଗ ମିଳିପାରିବ। ଫିନାଲେରେ ପ୍ରବେଶ କରିବା ଶେଷ ୧୦ଟି ଟିମ୍‌ ମୋଟ ୨.୩୦ କୋଟି ଟଙ୍କାର ସିଡ଼ି ଫଣ୍ଡ୍‌ ପାଇପାରିବେ ଏବଂ ୧୨ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଇନକୁବେସନ୍‌ ସହାୟତା ଯୋଗାଇ ଦିଆଯିବ।  ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ହେଲା, ପ୍ରତିଯୋଗୀମାନଙ୍କୁ ସ୍ୱଦେଶୀ ପ୍ରୋସେସରର ଉପଯୋଗ ଦ୍ୱାର ନୂତନ ନବାଚାରର ନିର୍ମାଣ କରିବାର ଅବସର ମିଳିପାରିବ ଏବଂ ଏଭଳି ପ୍ଲାଟଫର୍ମରେ ସେମାନେ ନିଜର ନୂତନ ବିକାଶ ମଡ଼େଲକୁ ପ୍ରଦର୍ଶିତ କରିପାରିବେ। ଏଭଳି ପ୍ରତିଯୋଗୀମାନଙ୍କୁ ସରକାର “ଆତ୍ମନିର୍ଭରତାର ସମଗ୍ର ମିଶନରେ ସାମିଲ କରିବାର ସୁଯୋଗ ପ୍ରଦାନ କରିବେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments